ଦୁଃସାହସ! ଭୁବନେଶ୍ୱରରେ ATMକୁ ଗ୍ୟାସ୍ କଟରରେ କାଟି ଲୁଟି ନେଲେ ୨୭ ଲକ୍ଷ ଟଙ୍କା

ଏଟିଏମ୍ କାଉଣ୍ଟର୍ ଭିତରେ ଥିବା ସିସିଟିଭି କ୍ୟାମେରାର କନେକ୍ସନ୍ କାଟିବା ସହ ମେସିନ୍ ସାମ୍ନାରେ ଲାଗିଥିବା କ୍ୟାମେରାର ଅନଲାଇନ ସର୍ଭରକୁ ମଧ୍ୟ ପୋଡ଼ି ଦେଇଥିଲେ ଏହି ବିଚକ୍ଷଣ ଲୁଟେରାମାନେ ।

ଦୁଃସାହସ! ଭୁବନେଶ୍ୱରରେ ATMକୁ ଗ୍ୟାସ୍ କଟରରେ କାଟି ଲୁଟି ନେଲେ ୨୭ ଲକ୍ଷ ଟଙ୍କା
ଏଟିଏମ୍ ଲୁଟ୍ କରିବା ପାଇଁ ଏକ ଶାବଳ ବି ବ୍ୟବହାର କରିଥିଲେ ଲୁଟେରାମାନେ ।
  • News18 Odia
  • Last Updated: October 12, 2020, 12:57 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ପୋଲିସ ଡାଳେ ଡାଳେ ଗଲେ ଅପରାଧୀ ପତ୍ରେ ପତ୍ରେ ଯାଉଛନ୍ତି । ଲୁଟର ନୂଆ ପଦ୍ଧତି ଆପଣେଇ ଗ୍ୟାସ୍‌ କଟର୍‌ ଲଗାଇ ରାଜଧାନୀରେ ଏକ ଏଟିଏମ (ATM) କାଟି ୨୭ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତମାନେ । ଘଟଣା ଘଟିଛି ପଟିଆ ଷ୍ଟେସନକୁ ଯିବା ରାସ୍ତାରେ। ଲୁଟେରାଙ୍କୁ ଧରିବାକୁ ଛାନ ଭିନ କରୁଛି କମିଶନରେଟ ପୋଲିସ ।

ଏହି ଲୁଟ୍‌ କରିବା ପାଇଁ ଯାନ୍ତ୍ରିକ ଉପକରଣ ସହ ଶାବଳ ବି ବ୍ୟବହାର କରିଥିଲେ ଲୁଟେରାମାନେ । ଲୁଟରେ ଗ୍ୟାସ୍‌ କଟର୍‌ ବ୍ୟବହାର ହେଉଥିବା ରାରଣରୁ ଏଟିଏମ ଭିତରେ ଥିବା ଲକ୍ଷାଧିକ ଟଙ୍କା କିଭଳି ପୋଡ଼ି ନ ଯିବ ସେଥି ପାଇଁ ଯାନ୍ତ୍ରିକ କୌଶଳ ଖଟାଇଥିଲେ ସେମାନେ । ଖୁବ୍‌ କାଇଦାର ସହ ୨୭ ଲକ୍ଷ ଟଙ୍କା ଲୁଟି ନେବାରେ ସମର୍ଥ ହୋଇଥିଲେ ଦୁର୍ବୃତ୍ତମାନେ ।

ଏଟିଏମ୍‌ କାଉଣ୍ଟର୍‌ ଭିତରେ ଥିବା ସିସିଟିଭି କ୍ୟାମେରାର କନେକ୍ସନ କାଟିବା ସହ ଓ ମେସିନ ସାମ୍ନାରେ ଲାଗିଥିବା କ୍ୟାମେରାର ଅନଲାଇନ ସର୍ଭରକୁ ମଧ୍ୟ ପୋଡ଼ିଦେଇଥିଲେ ଏହି ବିଚକ୍ଷଣ ଲୁଟେରାମାନେ । ଘଟଣାଟି ଘଟିଛି ପଟିଆ ନିକଟ ଷ୍ଟେସନ ଯିବା ରାସ୍ତାରେ, ଯେଉଁଠି ଅଛି ଏକ ପେଟ୍ରୋଲ ପମ୍ପ୍‌, କେତେକ ବ୍ୟାବସାୟିକ ପ୍ରତିଷ୍ଠାନ ଓ ଆପର୍ଟମେଣ୍ଟ୍‌ ।

ପ୍ରାଥମିକ ତଦନ୍ତ ସମୟରେ ଫିଙ୍ଗର ପ୍ରିଣ୍ଟ ଚିହ୍ମଟ ହୋଇଥିବା କହିଛି ସାଇଣ୍ଟିଫିକ୍ ଟିମ୍ ।


ଏଟିଏମ ଭିତରେ ଦିନକ ପୂର୍ବରୁ ବ୍ୟାଙ୍କ ତରଫରୁ ୨୯ ଲକ୍ଷ ଟଙ୍କା ଡ଼ିପୋଜିଟ ହୋଇଥିବା ବେଳେ ଗତ ରାତିରେ ଲୁଟେରାମାନେ ଯୋଜନା ମୁତାବକ ଗ୍ୟାସ କଟର ଲଗାଇ ମୋଟ ୨୭ ଲକ୍ଷ ଟଙ୍କା ନେଇ ପଳାଇଛନ୍ତି । ଘଟଣା ସ୍ଥଳରେ ଇନ୍ଫୋସିଟି ପୋଲିସ ଏକ ସାଇଣ୍ଟିଫିକ ଟିମ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତ ସମୟରେ ଫିଙ୍ଗର ପ୍ରିଣ୍ଟ ଚିହ୍ମଟ ହୋଇଥିବା କହିଛି ସାଇଣ୍ଟିଫିକ୍ ଟିମ୍‌ ।

‘‘ଚାରି ଦିନ ତଳେ ୨୯ ଲକ୍ଷ ୩ ଶହ ଟଙ୍କା ଏହି ଏଟିଏମରେ ଡିପୋଜିଟ୍ କରାଯାଇଥିଲା । ମେସିନରେ ତୃଟି ଥିବାରୁ ତାକୁ ସଜଡ଼ା ବି ଯାଇଥିଲା । ହେଲେ ଗତ ରାତିରେ ମୁଁ ଡ୍ୟୁଟି ସାରି ଘରକୁ ଯିବା ପରେ ଲୁଟେରାମାନେ ଆସି ଏଭଳି କାରନାମା କରିଛନ୍ତି,’’ କହିଛନ୍ତି ପଞ୍ଜାବ ନାସନାଲ ବ୍ୟାଙ୍କର ମେଣ୍ଟେନାନ୍ସ ଇନଚାର୍ଜ ଉତ୍ତମ ବାଣୁ ।

ରାଜଧାନୀରେ ଜନ ଜୀବନ ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ୁଛି । ହତ୍ୟା, ଲୁଟ, ଗଣ୍ଡଗୋଳ ଓ ଅପହରଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ପୋଲିସ ହାତରୁ ଆଇନ ଶୃଙ୍ଖଳା ଖସିଗଲାଣି। ଦିନ ଦି ପ୍ରହରେ ପୋଲିସକୁ ଅପରାଧୀମାନେ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି । ରାଜଧାନୀବାସୀ ନିଜକୁ ଆଉ ସୁରକ୍ଷିତ ମଣୁନାହାନ୍ତି । ଏ କ୍ଷେତ୍ରରେ ପୋଲିସର ପାରିବାପଣିଆ ନେଇ ଉଠିଛି ପ୍ରଶ୍ନ ।

‘‘ଏହି କାଣ୍ଡ ପଛରେ ବାହାର ରାଜ୍ୟର ଅପରାଧୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ଲୁଟର ଦୁଇ ଦିନ ପୂର୍ବରୁ ଏଟିଏମ ଖରାପ ଥିଲା । ଟଙ୍କା ଉଠାଣ ଓ ଅନ୍ୟ କାରବାର ବନ୍ଦ ଥିଲା। ଏହି ଲୁଟରେ ସ୍ଥାନୀୟ ଅପରାଧୀଙ୍କ ସମ୍ପୃକ୍ତି ବି ଥାଇପାରେ । ପୋଲିସ ବିଭିନ୍ନ ଦିଗରୁ ଅନୁସନ୍ଧାନ କରୁଛି । ଦରକାର ହେଲେ ବାହାର ରାଜ୍ୟକୁ ଯାଇ ପୋଲିସ ଅନୁସନ୍ଧାନ କରିପାରେ,’’ କହିଛନ୍ତି ଭୁବନେଶ୍ୱର ଜୋନ ୬ ଏସିପି ପ୍ରକାଶ ଚନ୍ଦ୍ର ପାଲ ।

ଏହା ବି ପଢ଼ନ୍ତୁ | ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ସବୁ ଠିକ୍ ଜାଗାରେ ନ ଥିଲେ, ତଥାପି ୯୯ ବର୍ଷ ଯାଏଁ ବଞ୍ଚିଲେ ମହିଳା

ଏହା ବି ପଢ଼ନ୍ତୁ | ଅନୁଷ୍କା ଓ ବିରାଟଙ୍କ ବିଷୟରେ ୟେ କ’ଣ କହିପକାଇଲେ ଗାଭାସ୍କର? ସବୁଠି ଚର୍ଚ୍ଚା; ଅନୁଷ୍କା ଖପା

ସବୁ ବ୍ୟାଙ୍କର ଶାଖା ଓ ଏଟିଏମର ସୁରକ୍ଷା ପାଇଁ ସେଠାରେ ସୁରକ୍ଷା କର୍ମୀଙ୍କୁ ରଖିବା ପାଇଁ ବ୍ୟାଙ୍କ ପ୍ରଶାସନମାନଙ୍କୁ ଚିଠି ଲେଖିଥିଲା କମିଶନରେଟ ପୋଲିସ । କିନ୍ତୁ ଏ ଯାଏଁ ବ୍ୟାଙ୍କମାନେ ଏହାକୁ ପାଳନ କରିନାହାନ୍ତି ।



ମାସକ ଭିତରେ ତିନିଟି ବ୍ୟାଙ୍କରୁ ଲୁଟ ହେଲାଣି । ନନ୍ଦନ ବିହାରରୁ ବନ୍ଧୁକ ଦେଖାଇ ଲୁଟ ହୋଇଥିଲା । ବରିମୁଣ୍ଡା ନିକଟରୁ ଓ ରାଜଧାନୀ ଉପକଣ୍ଠରୁ ଜଣେ ମହିଳାଙ୍କ ପାଖରୁ ମଧ୍ୟ ଲକ୍ଷାଧିକ ଟଙ୍କା ଲୁଟିଥିଲେ ଦୁର୍ବୃତ୍ତମାନେ । ଏମିତି ଘଟଣା ସବୁ ଏବେ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସାଜିଛି ।
Published by: Anand Shankar Thankur Das
First published: October 12, 2020, 12:57 AM IST
corona virus btn
corona virus btn
Loading