ରାଜଧାନୀରୁ ୨ କୋଟି ଟଙ୍କାର ବ୍ରାଉନସୁଗାର ଜବତ; ୩ ଗିରଫ

ଜଳେଶ୍ବରରୁ ଆଣି ଭୁବନେଶ୍ୱରରେ ବେପାର କରିବା ପାଇଁ ଯୋଜନା କରିଥିବା ବେଳେ ରେଡ଼ କରି ୨ କିଲୋ ୫୮ଗ୍ରାମ ବ୍ରାଉନସୁଗର ହେବା ସହ ୩ଜଣଙ୍କୁ ଗିରଫ କରିଛି ତଦନ୍ତକାରୀ ସଂସ୍ଥା ।

ରାଜଧାନୀରୁ ୨ କୋଟି ଟଙ୍କାର ବ୍ରାଉନସୁଗାର ଜବତ (ପ୍ରତୀକାତ୍ମକ ଛବି)

ରାଜଧାନୀରୁ ୨ କୋଟି ଟଙ୍କାର ବ୍ରାଉନସୁଗାର ଜବତ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀରୁ ୨କୋଟି ଟଙ୍କାର ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଜଳେଶ୍ବରରୁ ଆଣି ଭୁବନେଶ୍ୱରରେ ବେପାର କରିବା ପାଇଁ ଯୋଜନା କରିଥିବା ବେଳେ ରେଡ଼ କରି ୨ କିଲୋ ୫୮ଗ୍ରାମ ବ୍ରାଉନସୁଗାର ହେବା ସହ ୩ ଜଣଙ୍କୁ ଗିରଫ କରିଛି ତଦନ୍ତକାରୀ ସଂସ୍ଥା ।

ଗିରଫ ଅଭିଯୁକ୍ତ ହେଲେ, ତମାଣ୍ଡୋ ଥାନା ଅଧିନ ରଣସିଙ୍ଗପୁର ଅଞ୍ଚଳର  ଭାଗିରଥି ଭଟ, ବାଲିପାଟଣା ସିତଳପୁର ବିଶ୍ୱଜିତ ନାୟକ, ରଘୁନାଥନଗର ଡୁମୁଡୁମା ଅଞ୍ଚଳର ଚନ୍ଦନ ମଲିକ । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ଏସଟିଏଫ ।

"ଅଭିଯୁକ୍ତମାନେ ରାଜଧାନୀର ବିଭିନ୍ନ ବସ୍ତିରେ ଡ୍ରଗ୍ସ କାରାବର କରିବାରେ  ଓସ୍ତାଦ ଥିଲେ । ରବିବାର ଏମ୍ସ ନିକଟରେ କାରାବର କରୁଥିବା ବେଳେ ଚଢ଼ାଉ କରି  ୨କିଲୋ ୫୮ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । ଜବତ ବ୍ରାଉନସୁଗର ଜଳେଶ୍ବରରୁ ଆସିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ଗିରଫ ତିନି ଅଭିଯୁକ୍ତ ନାମରେ ଏକାଧିକ ମାମଲା ରହିଛି । ଦୀର୍ଘଦିନ ଧରି ରାଜ୍ୟକୁ ଏହି ଗ୍ୟାଙ୍ଗ ବ୍ରାଉନସୁଗର ଚୋରା ଚାଲାଣ କରୁଥିଲେ,"  କହିଛନ୍ତି ଏସ.ଟି.ଏଫ ଏସ.ପି ବିଳାସିନୀ ନାୟକ ।

ସୂଚନାଯୋଗ୍ୟ, ରାଜ୍ୟରୁ ଡ୍ରଗ୍ସ କାରାବର ରୋକିବା ପାଇଁ ୨୦୨୦ ମସିହାରୁ ଆରମ୍ଭ ହୋଇଥିଲା ଅପରେସନ ବ୍ରାଉନସୁଗର।  ଏବେ ସୁଦ୍ଧା ରାଜ୍ୟରୁ ୫୪କିଲୋ ବ୍ରାଉନସୁଗାର, ୨୦୨ଗ୍ରାମ କୋକେନ୍ , ୧୦୩ କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିବା ବେଳେ ୧୫୦ ଜଣ ମାଫିଆଙ୍କୁ ଗିରଫ କରିଛି ଏସଟିଏଫ ।
Published by:Soumya Das
First published: