ସମ୍ବଲପୁର ସହରରେ ଖୋଲାରେ ପରିସ୍ରା କରି ଧରା ପଡ଼ିଲେ ଗଣିବାକୁ ହେବ ୧୦୦ ଟଙ୍କା ଫାଇନ୍

ସମ୍ବଲପୁର ମହାନଗର ଅଞ୍ଚଳରେ ୬୬ଟି ଶୌଚାଳୟ ଅଛି । ଅନେକ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରେ ଶୌଚାଳୟ ସୁବିଧା ଦିଆଯାଇଛି । ଗୁଗୁଲ ସହାୟତାରେ ଏହି ଶୌଚାଳୟଗୁଡିକର ସ୍ଥାନ ସର୍ବସାଧାରଣ ଜାଣି ପାରିବେ ବୋଲି ମହାନଗର ନିଗମ କହିଛି ।

ସମ୍ବଲପୁର ସହରରେ ଖୋଲାରେ ପରିସ୍ରା କରି ଧରା ପଡ଼ିଲେ ଗଣିବାକୁ ହେବ ୧୦୦ ଟଙ୍କା ଫାଇନ୍
ଖୋଲାରେ ପରିସ୍ରା କରିବାକୁ ଅନେକ ଲୋକ ବାଧ୍ୟ ହୁଅନ୍ତି । (ଏ.ଏଫ୍.ପି. ଫଟୋ)
  • News18 Odia
  • Last Updated: November 9, 2020, 11:02 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: ଏଣିକି ସମ୍ବଲପୁର ସହରରେ ଖୋଲାରେ ପରିସ୍ରା କଲେ ଗଣିବାକୁ ପଡ଼ିବ ଜୋରିମାନା । ଏହି ନିୟମ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଲାଗୁ ହୋଇଛି । ଯଦି କୌଣସି ବ୍ୟକ୍ତି ସହରାଞ୍ଚଳରେ ଖୋଲାରେ କିମ୍ବା ସର୍ବସାଧାରଣ ସ୍ଥାନରେ ପରିସ୍ରା କରନ୍ତି ତାକୁ ଏକ ଶହ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ଏକ ବିଜ୍ଞପ୍ତି ଜାରି ହୋଇଛି ।

ସମ୍ବଲପୁର ସହରରେ ରହୁଥିବା ଓ ସମ୍ବଲପୁରକୁ କୌଣସି କାମ ପାଇଁ ଆସୁଥିବା ଜନସାଧାରଣଙ୍କ ପାଇଁ ଏହି ନୂଆ ନିୟମ ଲାଗୁ ହେବ । ପଶ୍ଚିମ ଓଡ଼ିଶାର ପ୍ରାଣ କେନ୍ଦ୍ର କୁହା ଯାଉଥିବା ସମ୍ବଲପୁର ସହର ପୌର ପରିଷଦରୁ ଉନ୍ନିତ ହୋଇ ମହାନଗରରେ ପରିଣତ ହୋଇଛି । ମହାନଗର ହେବା ପରେ ସହାରାଞ୍ଚଳକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ପାଇଁ ସମ୍ବଲପୁର ମହାନଗର ନିଗମ କତ୍ତୃପକ୍ଷ ନୂଆ ନୂଆ ନିୟମ ପ୍ରଣୟନ କରୁଛନ୍ତି । ଏହି କ୍ରମରେ ଖୋଲା ସ୍ଥାନରେ ପରିସ୍ରା କଲେ ଫାଇନ ନିୟମ କରାଯାଇଛି ।

ଏହା ବି ପଢ଼ନ୍ତୁ | ହାତରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ ବା ପ୍ରେମିକା ଠାରୁ ଧୋକା ମିଳେ

‘‘ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ଶୌଚାଳୟକ ଦେୟମୁକ୍ତ କରାଯାଇଛି । ମହାନଗର ଅଞ୍ଚଳରେ ଜନ ସଚେତନତା କାର୍ଯ୍ୟକୁ ତ୍ବରାନିତ କରାଯାଇଛି । ଫାଇନ କରିବା ଉଦ୍ଦେଶ୍ୟରେ ନୁହେଁ, ବରଂ ଲୋକଙ୍କୁ ସଚେତନ କରାଇବା ସହ ସହରକୁ ସ୍ବଚ୍ଛ ସର୍ବେକ୍ଷଣରେ ଡବଲ ଡିଜିଟକୁ ଆଣିବା ଉଦ୍ଦେଶ୍ୟରେ ହିଁ ଏହି ନୂଆ ନିୟମ ପ୍ରଣୟନ କରାଯାଇଛି,’’ କହିଛନ୍ତି ସମ୍ବଲପୁର ମହାନଗର ନିଗମର କମିସନର ଅନିରୁଦ୍ଧ ପ୍ରଧାନ ।

ସମ୍ବଲପୁର ମହାନଗର ନିଗମର କାର୍ଯ୍ୟାଳୟ


ସମ୍ବଲପୁର ମହାନଗର ଅଞ୍ଚଳରେ ମୋ’ଟ ୬୬ଟି ଶୌଚାଳୟ ଅଛି । ଅନେକ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରେ ଶୌଚାଳୟ ସୁବିଧା ଦିଆଯାଇଛି । ଗୁଗୁଲ ସହାୟତାରେ ଏହି ଶୌଚାଳୟଗୁଡିକର ସ୍ଥାନ ସର୍ବସାଧାରଣ ଜାଣି ପାରିବେ ବୋଲି ମହାନଗର ନିଗମ ତରଫରୁ କୁହାଯାଇଛି  ।

ଏହା ବି ପଢ଼ନ୍ତୁ | Jio ଧାଁସୁ ପ୍ଲାନ୍: ୧୫୦ ଟଙ୍କାରୁ ବି କମ୍ ରିଚାର୍ଜରେ ୨୪ GB ଡାଟା, ମାଗଣା କଲିଂ ଅନେକ ସୁବିଧା ପାଆନ୍ତୁ

ମହାନଗର ନିଗମ ଦ୍ବାରା ଲାଗୁ ହେଉଥିବା ନୂଆ ନିୟମକୁ ସ୍ବାଗତ କରିଛନ୍ତି ସ୍ଥାନୀୟ ଲୋକେ । ତେବେ ସହରର ବିଭିନ୍ନ ଗଳି କନ୍ଦି ତଥା ଛକ ଓ ବଜାର ସ୍ଥାନଗୁଡ଼ିକରେ ପର୍ଯ୍ୟାପ୍ତ ସଂଖ୍ୟାରେ ଶୌଚାଳୟ ନିର୍ମାଣ କଲେ ହିଁ ଏହାର ସୁଫଳ ମିଳିପାରିବ ବୋଲି କହିଛନ୍ତି ସମ୍ବଲପୁର ବାସିନ୍ଦାମାନେ ।



ପୂର୍ବରୁ ସମ୍ବଲପୁର ସହର ପୌର ପରିଷଦ ରହିଥିବା ବେଳେ ଏବେ ସମ୍ବଲପୁର ପୌର ପରିଷଦ, ହୀରାକୁଦ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ବୁର୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ସହରାଞ୍ଚଳ ତଥା  ସହର ନିକଟବର୍ତ୍ତୀ ଗ୍ରାମ ପଞ୍ଚାୟତର ଗ୍ରାମଗୁଡ଼ିକୁ ମିଶାଇ ସମ୍ବଲପୁର ମହାନଗର ନିଗମ ଗଠନ କରାଯାଇଛି ।
Published by: Anand Shankar Thankur Das
First published: November 9, 2020, 11:02 PM IST
corona virus btn
corona virus btn
Loading