ଜଗନ୍ନାଥଙ୍କ ଭକ୍ତ ଟ୍ରେନରେ ରକ୍ତ ବାନ୍ତି କରି ଅଚେତ ହେଲେ; ଉଦ୍ଧାର କଲେ RPF କର୍ମଚାରୀମାନେ

ରେଳ ଯାତ୍ରୀଙ୍କ ସୁରକ୍ଷାର ବାର୍ତ୍ତା ଦେଉଥିବା ରେଳ ବିଭାଗର ଆର୍.ପି.ଏଫ୍. କର୍ମଚାରୀମାନଙ୍କ ଏହି ତ୍ୱରିତ ଓ ସହୃଦୟ ସେବା କାର୍ଯ୍ୟକୁ ସବୁ ମହଲରୁ ଭରପୂର ପ୍ରଶଂସା କରାଯାଉଛି ।

ଜଗନ୍ନାଥଙ୍କ ଭକ୍ତ ଟ୍ରେନରେ ରକ୍ତ ବାନ୍ତି କରି ଅଚେତ ହେଲେ; ଉଦ୍ଧାର କଲେ RPF କର୍ମଚାରୀମାନେ
ପୁରୀ ରେଳ ଷ୍ଟେସନ (ଫାଇଲ୍ ଫଟୋ)
  • News18 Odia
  • Last Updated: January 11, 2021, 11:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନର ଅଦମ୍ୟ ଇଚ୍ଛା ନେଇ କୋଭିଡ ନେଗେଟିଭ ରିପୋର୍ଟ ସାଙ୍ଗରେ ଧରି ଟ୍ରେନରେ ଆସୁଥିଲେ ପୁରୀ ।  ହେଲେ ପୁରୀ ପହଞ୍ଚିବା ପୂର୍ବରୁ ବାଟରେ ଟ୍ରେନ ଭିତରେ ରକ୍ତବାନ୍ତି ହେବାରୁ ବଗିରେ ପଡ଼ି ଛଟପଟ ହେଲେ ସେ । ସେହି ସମୟରେ ଦେବଦୂତ ସାଜି ଜଣେ ଆର୍‌.ପି.ଏଫ୍. କନେଷ୍ଟବଳ ତାଙ୍କର ସହାୟତା କରି ନ ଥିଲେ ଆଜି ସେ ଦୁନିଆରେ ନ ଥାନ୍ତେ ।

ଟ୍ରେନ୍‌ ଭିତରୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ନେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଯାତ୍ରୀ ଜଣଙ୍କ ହେଉଛନ୍ତି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳର ୪୮ ବର୍ଷୀୟ ଅରୁଣ ପୃଷ୍ଟି । ଜାନୁଆରୀ ୯ ତାରିଖରେ ଦୁର୍ଗ-ପୁରୀ ଏକ୍ସପ୍ରେସରେ ସେ ପୁରୀ ଆସୁଥିବା ବେଳେ ବାଟରେ ବିଷମ ସ୍ୱାସ୍ଥ୍ୟ ସମସ୍ୟାର ସାମନା କରିଥିଲେ ।

ଦେଖନ୍ତୁ ଫଟୋ | ଅନନ୍ୟା ପାଣ୍ଡେଙ୍କ ଗ୍ଲାମରସ୍ ଚୁଲ୍ବୁଲି ଷ୍ଟାଇଲ୍ ତାଙ୍କ ଫ୍ୟାନ୍ମାନଙ୍କ ମନ ମୋହିଲା PHOTOS

‘‘ସକାଳେ ଟ୍ରେନ ୭ ନମ୍ବର ପ୍ଲାଟଫର୍ମରେ ଷ୍ଟେସନରେ ଲାଗିଥିଲା । ଟ୍ରେନର ଏକ ବଗିରେ ପଡ଼ି ରହିଥିଲେ ଏହି ଯାତ୍ରୀ । ସେ ରକ୍ତବାନ୍ତି କରିଥିଲେ ଓ ଜ୍ୱରରେ କମ୍ପୁଥିଲେ । ଅନ୍ୟ ଯାତ୍ରୀମାନେ ଓହ୍ଲାଇଯିବା ପରେ ସେ ବାନ୍ତି କରିଥିଲେ । ତେଣୁ କାହାରି ନଜର ତାଙ୍କ ଉପରେ ପଡ଼ି ନ ଥିଲା । ସେହି ସମୟରେ ମୁଁ ବଗି ଯାଞ୍ଚ କରୁଥିବା ବେଳେ ସେ ମୋ’ ନଜରକୁ ଆସିଥିଲେ,’’ କହିଛନ୍ତି ଆର୍‌.ପି.ଏଫ୍. କନେଷ୍ଟବଳ ବିଜୟ କୁମାର ବାରିକ ।

ପୃଷ୍ଟିଙ୍କ ଏମିତି ଅବସ୍ଥା ଦେଖିବା ପରେ ବାରିକ ତତକ୍ଷଣାତ୍ ଡ୍ୟୁଟି ଅଫିସର ଏସ୍‌.ଆଇ. ପଦ୍ନନାଭ ନାୟକଙ୍କୁ ଖବର ଦେଇଥିଲେ  । ଦୁହେଁ ତୁରନ୍ତ ପୃଷ୍ଟିଙ୍କୁ ଉଦ୍ଧାର କରି ଷ୍ଟେସନ ମାଷ୍ଟରଙ୍କ ସହଯୋଗରେ ରେଲୱେ ଡାକ୍ତରଙ୍କ ନିକଟକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ଆର୍‌.ପି.ଏଫ୍‌. ଟିମ ପକ୍ଷରୁ ତାଙ୍କୁ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହା ବି ପଢ଼ନ୍ତୁ | ଇଏ ଚମତ୍କାର! ବିବାହ ଉତ୍ସବକୁ ଅତିଥି ହୋଇ ଯାଇଥିବା ଯୁବକ ସେଠାରୁ ବର ହୋଇ ଫେରିଲା

ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିବା ପରେ ପୃଷ୍ଟି ନିଜ ପରିଚୟ ଦେବାକୁ ସକ୍ଷମ ହୋଇଥିଲେ । ତା’ ପରେ ଫତେଗଡ଼ ପୋଲିସକୁ ଏ ନେଇ ଖବର ଦିଆଯାଇଥିଲା । ସେମାନେ ତାଙ୍କ ପରିବାରକୁ ଜଣାଇବା ପରେ ରବିବାର ରାତିରେ ତାଙ୍କ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିଥିଲେ । ଏବେ ପୃଷ୍ଟି ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ପୁରୀ ଆର୍‌.ପି.ଏଫ୍‌. ଥାନା ଅଧିକାରୀ ଅନୀଲ କୁମାର ସିଂ ।

‘‘ଘରୁ ବାହାରିବା ସମୟରେ ଦେହ ଅସୁସ୍ଥ ଲାଗୁଥିଲା । ହେଲେ ଜଗନ୍ନାଥଙ୍କୁ ଦେଖିବି ବୋଲି ମନରେ ଦମ୍ଭ ଥିଲା । ଟ୍ରେନରେ ମୁଣ୍ଡ ବୁଲାଉଥିଲା । ବାଟରେ ଥରେ ଦୁଇ ଥର ରକ୍ତ ବାନ୍ତି ହେବା ଫଳରେ ମୁଁ ଦୁର୍ବଳ ହୋଇଗଲି । ବଗିର ଅପର ବର୍ଥରେ ଶୋଇରହି ଆସୁଥିଲି । ପୁରୀରେ ଟ୍ରେନ ଲାଗିବା ପରେ ତଳକୁ ଚାହିଁଲା ବେଳକୁ ସବୁ ଯାତ୍ରୀ ଓହ୍ଲାଇସାରିଥିଲେ । ମୁଁ ଓହ୍ଲାଇବା ବେଳକୁ ତଳକୁ ପଡ଼ିଗଲି ଓ ମୁଣ୍ଡରେ ମାଡ଼ ହୋଇଗଲା । ସେହିଠି ସେମିତି ପଡ଼ି ରହିଥିଲି,’’ କହିଛନ୍ତି ପୃଷ୍ଟି ।

ଏହା ବି ପଢ଼ନ୍ତୁ | ଦୀପିକା ପାଦୁକୋନଙ୍କୁ ଜନ୍ମ ଦିନରେ ଫଟୋଗ୍ରାଫରମାନେ ସରପ୍ରାଇଜ୍ ଦେଲେ; କେକ୍ ଖୁଆଇଲେ

ତାଙ୍କ ଚିକିତ୍ସା ପାଇଁ ଆର୍‌.ପି.ଏଫ୍‌. କର୍ମଚାରୀଙ୍କ ତ୍ୱରିତ ଓ ସହୃଦୟ ସେବା ଯୋଗୁଁ ସେ ଖୁବ୍‌ କୃତଜ୍ଞତା ଅର୍ପଣ କରିଛନ୍ତି । ‘‘ସେ ବାବୁ ଆସି ମୋତେ ଦେଖି ଉଠାଇ ନେଇଥିଲେ । ତା’ ପରେ ମୁଁ କିଛି ଜାଣି ନାହିଁ । ଆଉ ଏବେ ମୁଁ ହସପିଟାଲରେ । ଆର୍‌.ପି.ଏଫ୍‌. କନେଷ୍ଟବଳ ବିଜୟ କୁମାର ବାରିକ ମୋତେ ଦେଖି ଉଦ୍ଧାର କରିଥିବାରୁ ସେ ମୋ’ ପାଇଁ ଦେବଦୂତ,’’ କହିଛନ୍ତି ପୃଷ୍ଟି ।



ରେଳ ଯାତ୍ରୀଙ୍କ ସୁରକ୍ଷାର ବାର୍ତ୍ତା ଦେଉଥିବା ରେଳ ବିଭାଗର ଆର୍‌.ପି.ଏଫ୍‌. କର୍ମଚାରୀମାନଙ୍କ ଏହି ସେବା କାର୍ଯ୍ୟକୁ ସବୁ ମହଲରୁ ଭରପୂର ପ୍ରଶଂସା କରାଯାଉଛି ।
Published by: Anand Shankar Thankur Das
First published: January 11, 2021, 11:46 PM IST
corona virus btn
corona virus btn
Loading