ଆରପିଏଫ୍ କର୍ମଚାରୀ ଶିଶୁକୁ ଉଦ୍ଧାର କରୁଥିବାର ଦୃଶ୍ୟ
News 18 Odia Digital
ପୁରୀ: ଆଜି ସକାଳେ ପୁରୀରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜନ୍ମ କଲା ନବଜାତ ଶିଶୁକୁ ଟ୍ରେନ ସିଟ୍ ତଳେ ପକାଇ ଦେଇ ଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ା
ଆଜି ସକାଳ ପ୍ରାୟ ୮.୩୦ ସମୟରେ ୪ ନମ୍ବର ପ୍ଲାଟଫର୍ମରେ ଲାଗିଥିବା ତପସ୍ୱିନୀ ଏକ୍ସପ୍ରେସ (ଟ୍ରେନ ନଂ ୧୮୪୫୧) ଯାଞ୍ଚ ବେଳେ ଜେନେରାଲ ବଗିର ୮୬ ରୁ ୮୯ ନଂ ସିଟ ତଳେ ଏକ ନବଜାତ ଶିଶୁ ପଡିଥିବା ଦେଖିବାକୁ ପାଇଥିଲେ ପ୍ରଥମେ ଆରପିଏଫ୍ କନେଷ୍ଟବଳ ଅଭିନଭ କୁମାର ନାୟକ । ତୁରନ୍ତ ସେ ମହିଳା କନେଷ୍ଟବଳଙ୍କୁ ଡାକିଥିଲେ ଓ ମହିଳା କନେଷ୍ଟବଳଙ୍କ ସହାୟତାରେ ନବଜାତ ଶିଶୁକୁ ଉଦ୍ଧାର କରି କରିଥିଲେ ।ପରେ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ ଡକାଇ ଥିଲେ ଓ ଆମ୍ବୁଲାନ୍ସ ଯୋଗେ ପୁରୀ ମେଡ଼ିକାଲକୁ ପଠାଇଥିଲେ ।ଆଉ ଏବେ ଏସେନସିୟୁରେ ନବଜାତ ଶିଶୁକୁ ରଖି ଚିକିତ୍ସା କରାଯାଉଛି ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।