ଶ୍ରୀ ଜଗନ୍ନାଥଙ୍କ ମାମୁଁ କିଏ? ଶ୍ରୀମନ୍ଦିରକୁ ନିଆଳିରୁ ଆସିଥିବା ପଢ଼ୁଆଁ ଭାରକୁ ନେଇ ଆରମ୍ଭ ହୋଇଛି ବିବାଦ

ମହାପ୍ରଭୁଙ୍କ ନାଁକୁ ଯୋଡି଼ ଏକ ନୂଆ ପରମ୍ପରା ସୃଷ୍ଟି କରିବା ସଂସ୍କୃତି ବିରୋଧୀ ବୋଲି କହିଛନ୍ତି ସେବାୟତ ଓ ଜଗନ୍ନାଥ ସଂସ୍କୃତି ଗବେଷକମାନେ । ସେମାନେ ମହାପ୍ରଭୁଙ୍କ ପାଇଁ ଭକ୍ତି ଅର୍ପଣ କରିପାରନ୍ତି ହେଲେ ଏଭଳି ପ୍ରସଙ୍ଗ ଯୋଡି଼ବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେମାନେ କହିଛନ୍ତି।

ଶ୍ରୀ ଜଗନ୍ନାଥଙ୍କ ମାମୁଁ କିଏ? ଶ୍ରୀମନ୍ଦିରକୁ ନିଆଳିରୁ ଆସିଥିବା ପଢ଼ୁଆଁ ଭାରକୁ ନେଇ ଆରମ୍ଭ ହୋଇଛି ବିବାଦ
ତାଙ୍କୁ ସେତେବେଳେ ମାତ୍ର ୧୨ ବର୍ଷ। ଶୁଣିବାକୁ ପାଇଥିଲେ ଜଲିଆନାୱାଲାବାଗ୍‌ ହତ୍ୟାକାଣ୍ଡ। ଘରେ ସ୍ଥିର ହୋଇ ବସି ପାରିଲେ ନାହିଁ। ସ୍କୁଲ ନ ଯାଇ ସିଧା ଚାଲିଲେ ଘଟଣାସ୍ଥଳକୁ। କୁନି ପିଲାଟି କ’ଣ ଭାବିଲା କେଜାଣି, ଭାରତୀୟଙ୍କ ରକ୍ତରେ
  • News18 Odia
  • Last Updated: November 20, 2019, 3:45 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରଥମାଷ୍ଟମୀ ପାଳିତ ହେବାର ଦିନକ ପୂର୍ବରୁ ନିଆଳିର ମାଧବାନନ୍ଦ ଜୀୟୁ ଟ୍ରଷ୍ଟ୍‌ ପକ୍ଷରୁ ଦିଆଯାଇଥିବା ମାମୁଁଘର ପଢୁଆଁ ଭାରକୁ ନେଇ ଦେଖାଦେଇଛି ବିବାଦ ।

ମାଧବାନନ୍ଦ ଜୀୟୁ ଯେ ମହାପ୍ରଭୁଙ୍କ ମାମୁଁଘର ବା ପଢୁଆଁରେ ଏଭଳି ଭାର ଶ୍ରୀମନ୍ଦିରକୁ ଆସିବାର ପରମ୍ପରା କେବେ ଥିଲା, ଏହାର କୌଣସି ପ୍ରମାଣ ନାହିଁ ବୋଲି କହିଛନ୍ତି ଅନେକ ସେବାୟତ ଓ ଜଗନ୍ନାଥ ସଂସ୍କୃତି ଗବେଷକ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କେବଳ ମାଧବାନନ୍ଦ ଜୀୟୁ ଟ୍ରଷ୍ଟ୍‌ ନାଁରେ ଭକ୍ତ ହିସାବରେ ପାଟ ଦିଆଯାଇଛି । ତାହା ଶ୍ରୀମନ୍ଦିର ପ୍ରଶାସନ ବିଧି ଅନୁସାରେ କରାଯାଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ।

ସେପଟେ ଏଭଳି ମହାପ୍ରଭୁଙ୍କ ନାଁକୁ ଯୋଡି଼ ଏକ ନୂଆ ପରମ୍ପରା ସୃଷ୍ଟି କରିବା ସଂସ୍କୃତି ବିରୋଧୀ ବୋଲି କହିଛନ୍ତି ସେବାୟତ ଓ ଜଗନ୍ନାଥ ସଂସ୍କୃତି ଗବେଷକମାନେ । ସେମାନେ ମହାପ୍ରଭୁଙ୍କ ପାଇଁ ଭକ୍ତି ଅର୍ପଣ କରିପାରନ୍ତି ହେଲେ ଏଭଳି ପ୍ରସଙ୍ଗ ଯୋଡି଼ବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେମାନେ କହିଛନ୍ତି।



ତେବେ ସେମାନେ ଆଣିଥିବା ଭାରକୁ ଗତକାଲି ଶ୍ରୀମନ୍ଦିରକୁ ନିଆଯାଇଥିବା ବେଳେ ମନ୍ଦିରର କେହି ଜଣେ ସେବକ ତାଙ୍କ ଠୁଁ ତାହା ନେଇଯାଇଥିବା କହିଛନ୍ତି ଟ୍ରଷ୍ଟ୍‌ର କର୍ମକର୍ତ୍ତା । ହେଲେ ସେଭଳି ଘଟଣା ବିଷୟରେ ଶ୍ରୀମନ୍ଦିର ପ୍ରଶାସନ ପାଖରେ କୈଣସି ସୂଚନା ନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ । ଏଭଳି ପରମ୍ପରା କରି ନାଁ ନେବା ଏକ ଯୋଜନାବଦ୍ଧ କାର୍ଯ୍ୟ ବୋଲି କହିଛନ୍ତି ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ସୌମେନ୍ଦ୍ର ମୁଦାଲି ।

ମାତ୍ର ପ୍ରାଚୀ ପୁରାଣକୁ ଉଲ୍ଲେଖ କରି କେତେକ ଗବେଷକ ମାଧବ ଓ ଜଗନ୍ନାଥଙ୍କ ସମ୍ପର୍କ ମାମୁଁ-ଭଣଜା ସମ୍ପର୍କ ବୋଲି କହୁଛନ୍ତି । ଲୋକାଚା଼ରରେ ମଧ୍ୟ ଏହି କଥା ଶୁଣିବାକୁ ମିଳିଆସୁଥିବା କହି ଟ୍ରଷ୍ଟ୍‌ ପକ୍ଷରୁ ସଫେଇ ଦିଆଯାଇଛି  ।

ମହାପ୍ରଭୁ ଶ୍ରୀ ଜଗନ୍ନାଥ ମାର୍ଗଶିର ମାସ ଅଷ୍ଟମୀରେ ହୋଇଥାନ୍ତି ପଢୁଆଁ । ଏହି ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରତ୍ନ ବେଦୀରେ ନୂଆ ଲୁଗା ପିନ୍ଧା ନୀତି ସମେତ ଅନ୍ୟାନ୍ୟ ନୀତି ସମ୍ପାଦିତ ହୋଇଥାଏ । ହେଲେ ମାଧବାନନ୍ଦ ଜୀୟୁ ଟ୍ରଷ୍ଟ୍‌ ପକ୍ଷରୁ ଆସିଥିବା ମାମୁଁଘର ପଢୁଆଁ ଭାରକୁ ନେଇ ଦେଖାଦେଇଛି ବିବାଦ ।

‘‘କୁଆଡୁ ଆସିଲା ମାମୁଁଘର ପରମ୍ପରା ? ମାଧବାନନ୍ଦ ଜୀୟୁ ମହାପ୍ରଭୁଙ୍କ ମାମୁଁଘର ବୋଲି କୌଣସି ଜାଗାରେ ତଥ୍ୟ କି ଶ୍ରୀମନ୍ଦିର ସତ୍ତ୍ୱଲିପି ବା ମାଦଳାପାଞ୍ଜିରେ ଉଲ୍ଲେଖ ନାହିଁ । ପଢୁଆଁ ଅଷ୍ଟମୀରେ ନିଆଳିର ମାଧବାନନ୍ଦ ଜୀୟୁ ମନ୍ଦିର ପକ୍ଷରୁ ମାମୁଁଘର ନାଁରେ ମଧ୍ୟ ପଢୁଆଁ ଭାର ପରମ୍ପରା ଥିବା କାନ ଉଠିବା ବେଳୁ କେହି ଶୁଣିନାହାନ୍ତି,‘‘ କହିଛନ୍ତି ବରିଷ୍ଠ ସେବାୟତ ସୌମେନ୍ଦ୍ର ମୁଦାଲି ।



ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା କହିଛନ୍ତି: ‘‘କୌଣସି ଶାସ୍ତ୍ରରେ ମଧ୍ୟ ମହାପ୍ରଭୁଙ୍କ ପରମ୍ପରାରେ ନିଆଳିର ଏଭଳି ସମ୍ପୃକ୍ତି ଥିବା ତଥ୍ୟ ନାହିଁ । ପ୍ରତ୍ୟେକ ଭକ୍ତ ଭଗବାନଙ୍କ ପାଖକୁ ଦର୍ଶନ ପାଇଁ ଓ ଆଶିର୍ବାଦ ନେବା ପାଇଁ ଆସିପାରିବ, ହେଲେ ଜଗନ୍ନାଥ ସଂସ୍କୃତି ସହ କୈଣସି ନୂଆ ପରମ୍ପରା ଯୋଡା଼ଯାଇ ପାରିବ ନାହିଁ ।‘‘

ଶ୍ରୀମନ୍ଦିର ପରମ୍ପରା ଓ ସଂସ୍କୃତି ସହ ନିଆଳିର ମାଧବାନନ୍ଦ ଜୀୟୁଙ୍କ କୌଣସି ମାମୁଁ-ଭଣଜା ପରମ୍ପରା ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏ ବାବଦରେ ସେମାନଙ୍କ ପାଖରେ କୌଣସି ପ୍ରାମାଣିକ ତଥ୍ୟ ନାହିଁ କି ମାଧବାନନ୍ଦ ଜୀୟୁ ଟ୍ରଷ୍ଟ୍‌ ପାଖରେ କୌଣସି ଲିଖିତ ତଥ୍ୟ ବି ନାହିଁ । ତେଣୁ ଏଭଳି ପ୍ରସଙ୍ଗ ଅମୂଳକ ବୋଲି କହିଛି ପ୍ରଶାସନ।

ମାଧବାନନ୍ଦ ଜୀୟୁ ଟ୍ରଷ୍ଟ୍‌ ପକ୍ଷରୁ କୁହାଯାଇଛି ଯେ ମହାପ୍ରଭୁଙ୍କ ପାଇଁ ଦାନ ଭାବେ ଆସିଥିବା ସାତ ଜଣ ବିଗ୍ରହଙ୍କ ପାଇଁ ଦଶଟି ନେଳି ପାଟ ବସ୍ତ୍ର ଓ ସୁତା ପାଞ୍ଚି ଗ୍ରହଣ କରି ମନ୍ଦିର ପକ୍ଷରୁ ରସିଦ ଦିଆଯାଇଛି ଓ ଶ୍ରୀମନ୍ଦିର ପରମ୍ପରାରେ ତାହା ପ୍ରଥମାଷ୍ଟମୀ ଦିନ ଶ୍ରୀଜିଉଙ୍କୁ ଲାଗି କରାଯାଇଛି ।

ମାତ୍ର ନିଆଳିରୁ ଆସିଥିବା ଭାର ନଡିଆ, ଚାଉଳ, କଦଳୀ ଆଦି ସାମଗ୍ରୀ ସବୁକୁ ଶ୍ରୀମନ୍ଦିରରେ କେହି ସେବାୟତ ସେମାନଙ୍କ ଠାରୁ ନେଇଯାଇଥିବା ଜଣାଯାଇଛି । ସେମାନଙ୍କ ଭାରରେ ପିଠା ତିଆରି ହେବ ବୋଲି ନିଆଳିରୁ ଆସିଥିବା ଭକ୍ତମାନଙ୍କୁ କୁହାଯାଇଛି । ତେବେ ଏଭଳି କିଛି ଭାରକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆନୁଷ୍ଠାନିକ ଭାବରେ ଗ୍ରହଣ କରାଯାଇନାହିଁ ବୋଲି କହିଛନ୍ତି ନୀତି ପ୍ରଶାସକ ।

ମାଧବାନନ୍ଦ ଜୀୟୁ ଟ୍ରଷ୍ଟ୍‌ର କାର୍ଯ୍ୟନିର୍ବାହୀ ଅଧିକାରୀ ତ୍ରିଲୋଚନ ପୁଷ୍ପାଳକ କିଛି ଗବେଷକଙ୍କ ମତାମତରେ ଓ ପ୍ରାଚୀ ପୁରାଣ ଆଦିରେ ମହାପ୍ରଭୁଙ୍କ ମାମୁଁ ମାଧବ ବୋଲି ଉଲ୍ଲେଖ ରହିଥିବା କଥା କହିଛନ୍ତି । ନିଆଳିରେ ଲୋକାଚାରରେ ଏହି ପ୍ରଥା ଅଛି ବୋଲି ମଧ୍ୟ ସେ କହିଛନ୍ତି। ସେହି ଅନୁସାରେ ଭାର ଆସିବା ସହ ମରଚିକୋଟ ଛକରେ ପିଠା ବଣ୍ଟନ କରାଯାଇଛି ବୋଲି କହିଛନ୍ତି ମାଧବାନନ୍ଦ ଜୀୟୁ ଟ୍ରଷ୍ଟ୍‌ର ସଦସ୍ୟ ଗଣେଶ ବେହେରା।

ଗୋଟିଏ ପଟେ ମହାପ୍ରଭୁଙ୍କ ମାମୁଁଘର ପ୍ରସଙ୍ଗକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଏଭଳି ପରମ୍ପରା କାହିଁକି ଆଜି ପର୍ଯ୍ୟନ୍ତ ଦେଖାଯାଇନଥିଲା ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନୂଆ କାର୍ଯ୍ୟକ୍ରମ ଉପରେ  ଅଙ୍କୁଶ ଲଗାଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି ।
First published: November 20, 2019, 3:45 PM IST
corona virus btn
corona virus btn
Loading