News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନିଜ ବିବାହ ପାଇଁ ଝିଅ ଦେଖିବାକୁ ଆସିଥିବା ଜଣେ ଯୁବକଙ୍କ ଗାଡି଼ ଧକ୍କାରେ ମୃତ୍ୟୁ ଘଟିଛି । ଭୁବନେଶ୍ୱର ନୟାପଲ୍ଲୀ ଓଭରବ୍ରିଜ୍ ଉପରେ ମଙ୍ଗଳବାର ଦିନ ପ୍ରାୟ ୧୨ଟା ସମୟରେ ଘଟିଥିଲା ଏହି ଦୁର୍ଘଟଣା । ଘଟଣା ସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଥିଲା ।
ଖଣ୍ଡଗିରି ଆଡୁ ଜୟଦେବ ବିହାର ଆଡକୁ ଯୁବକ ଜଣଙ୍କ ଏକ ସ୍କୁଟିରେ (ଓଡି ୦୨ ଏପି୪୭୬୬) ଆସୁଥିବା ବେଳେ ପଛ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଆଇ-ଟ୍ୱେଣ୍ଟି କାର୍ ତାଙ୍କ ସ୍କୁଟିକୁ ଧକ୍କା ମାରିଥିଲା । ଦୁର୍ଘଟଣା ଏତେ ଜୋର୍ ଥିଲା ଯେ କାରର ସାମନା ପଟ ପୂରା ଭାଙ୍ଗିରୁଜି ଚୁରମାର୍ ହୋଇଯାଇଥିଲା । କାରର ଏୟାର୍ ବ୍ୟାଗ୍ ବାହାରି ପଡି଼ଥିଲା ।
ଏହା ବି ପଢ଼ନ୍ତୁ | ୧୭ ବର୍ଷୀୟ ଯୁବକର ପାଟି ଭିତରେ ୮୨ଟି ଅଧିକ ଦାନ୍ତ! ଅପରେସନ୍ କରି ବାହାର କଲେ ଡାକ୍ତରମାନେଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଯୁବକଙ୍କୁ ରାଜେଶ ସ୍ୱାଇଁ ବୋଲି ଚିହ୍ନଟ କରାଯାଇଛି । ୩୫ ବର୍ଷୀୟ ସ୍ୱାଇଁଙ୍କ ଘର ରାଉଲକେଲାର କୁଲଙ୍ଗ ଅଞ୍ଚଳରେ । ସେ ଏକ ଘରୋଇ ସଂସ୍ଥାରେ ଚାକିରି କରନ୍ତି । ଝିଅ ଦେଖିବା ପାଇଁ ଦୁଇ ଦିନ ତଳେ ସେ ଭୁବନେଶ୍ୱର ଆସିଥିଲେ ଓ ଏଠାରେ ନିଜ ଭିଣୋଇଙ୍କ ଘରେ ରହୁଥିଲେ । କୌଣସି କାମ ପାଇଁ ବାହାରକୁ ଆସିଥିବା ବେଳେ ତାଙ୍କୁ କାର୍ ଧକ୍କା ଦେଇଥିଲା ।

ଥାନାରେ ଅଟକ ଥିବା ଦୁଇ ଅଣଓଡ଼ିଆ ଯୁବତୀ
ଦୁର୍ଘଟଣା ଘଟାଇଥିବା ଆଇ-ଟ୍ୱେଣ୍ଟି କାର୍ (ଓଡି ୦୨ବିସି୩୪୫୭) ଅମିତ୍ ଗେଡୟଲ (୨୪) ଚଳାଉଥିଲେ । ଅମିତଙ୍କ ଘର ନୂଆ ଦିଲ୍ଲୀରେ । ସେ ଏକ ଘରୋଇ ସଂସ୍ଥାରେ କାମ କରନ୍ତି । ତାଙ୍କ ସହ କାର୍ ଭିତରେ ଆଉ ତିନି ଜଣ ଥିଲେ । ସେମାନଙ୍କ ମଧ୍ୟରେ ଦୁଇ ଜଣ ଅଣଓଡି଼ଆ ଯୁବତୀ ଥିଲେ । ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି ଯେ କାର୍ ଭିତରେ ଥିବା ସମସ୍ତେ ନିଶାସକ୍ତ ଅବସ୍ଥାରେ ଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବିବାହର ମାତ୍ର ତିନି ମାସ ପରେ ମା’ ହେଲେ ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜା; ପୁତ୍ର ଜନ୍ମ ଦେଲେ‘‘ଦୁଇ ଦିନ ତଳେ ମୋ’ ଶଳା ରାଜେଶଙ୍କ ପାଇଁ ଝିଅ ଦେଖିବା ପାଇଁ ପୂରା ପରିବାର ଭୁବନେଶ୍ୱର ଆସିଥିଲେ । ଗତ କାଲି ଭି.ଏସ୍.ଏସ୍. ନଗରରେ ଜଣେ ଝିଅକୁ ଦେଖିବା ସହ ବିବାହ ପାଇଁ କଥା ବାର୍ତ୍ତା ସରିଥିଲା । ସାଢ଼େ ୧୨ଟା ସମୟରେ ମୋ’ ପୁତୁରାଙ୍କ ସ୍କୁଟି ନେଇ ରାଜେଶ ପଦାକୁ ଆସିଥିବା ସମୟରେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ଘଟାଇଥିବା କାରଟି ଦ୍ରୁତ ଗତିରେ ଆସି ପଛରୁ ଧକ୍କା ଦେଇଥିଲା । ଯାହ ଫଳରେ ସେ ସ୍କୁଟିରୁ ଛିଟିକି ହୋଇ ତଳେ ପଡି ଯାଇଥିଲେ,’’ କହିଛନ୍ତି ରାଜେଶଙ୍କ ଭିଣୋଇ ପ୍ରଶାନ୍ତ ଧଳ ।
ଏହା ବି ପଢ଼ନ୍ତୁ | ଦେଶର ସର୍ବ ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ପୁଣି ଥରେ କରୋନାରେ ସଂକ୍ରମିତ ହେଲେସ୍ୱାଇଁଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ତାଙ୍କ ଆଙ୍ଗୁଠି ଛିଣ୍ଡି ଯାଇଥିଲା । ଆମ୍ବୁଳାନ୍ସ ଯୋଗେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କାରରେ ଥିବା ସମସ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ଧଳ ।
ଏହି ଦୁର୍ଘଟଣାର ଖବର ପାଇ ନୟାପଲ୍ଲୀ ପି.ସି.ଆର୍. ଗାଡ଼ି ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚିଥିଲା । ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିବା ସହ କାର୍ ଭିତରେ ଥିବା ଚାରି ଜଣଙ୍କୁ ଅଟକ ରଖାଯାଇଥିଲା । ‘‘ଯାଞ୍ଚ ବେଳେ କାର୍ ଭିତରୁ ତିନିଟି ବିୟର୍ କ୍ୟାନ୍ ଜବତ କରାଯାଇଛି । କାର୍ ଡ୍ରାଇଭର୍ ମଦ ପିଇ ଗାଡି଼ ଚଳାଉଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନି । ମେଡିକାଲ ଯାଞ୍ଚ ପରେ ତାହା ସ୍ପଷ୍ଟ ହେବ । ଘଟଣା ସ୍ଥଳର ଆଖପାଖରେ ଥିବା ସିସିଟିଭିର ଫୁଟେଜକୁ ପୋଲିସ ଯାଞ୍ଚ କରୁଛି,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।