ରାଉରକେଲା: ୩ଟି ଶିଳ୍ପ ସଂସ୍ଥା ନାମରେ ୧୭୦ କୋଟି ଟଙ୍କାର ଟିକସ ଫାଙ୍କିବା ଅଭିଯୋଗ; ୧୭ ଜଣ ଗିରଫ ହେଲେ
ଆୟକର ବିଭାଗ ପକ୍ଷରୁ ପ୍ରଥମେ ଏହି ୧୭ଟି ଜାଲ ସଂସ୍ଥାକୁ ଠାବ କରାଯିବା ପରେ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (CBDT) ଓ ଆୟକର ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଢ଼ାଉ କରାଯାଇଥିଲା ।

ରାଉରକେଲାରେ ୧୭୦ କୋଟି ଟଙ୍କାର ଟିକସ ଫାଙ୍କିବା ଅଭିଯୋଗରେ ୧୭ ଜଣ ଗିରଫ
- News18 Odia
- Last Updated: December 9, 2020, 12:26 PM IST
ରାଉରକେଲା: ଶିଳ୍ପ ପ୍ରଧାନ ନଗରୀ ରାଉରକେଲା ପୁଣି ଜିଏସ୍ଟି ଠକେଇ ଅଭିଯୋଗ ଆସିଛି । ସେଣ୍ଟ୍ରାଲ ଆୟକର ବିଭାଗ ପକ୍ଷରୁ ସୂଚନା ଅନୁସାରେ ୧୭୦ କୋଟି ଟଙ୍କା ଆୟକର ଠକେଇ ଅଭିଯୋଗରେ ୧୭ ଜଣଙ୍କୁ କେନ୍ଦ୍ରୀୟ ଆୟକର ବିଭାଗ ତରଫରୁ ଗିରଫ କରାଯାଇଛି । ୩ଟି ଜାଲ କମ୍ପାନୀ ଖୋଲାଯାଇ ଇସ୍ପାତ ଦ୍ରବ୍ୟ ଉତ୍ପାଦନ ଓ ବାଣିଜ୍ୟ କାରବାର କରାଯାଉଥିଲା । ଗତ ୩ ଡ଼ିସେମ୍ବରରେ ଆୟକର ବିଭାଗ ତରଫରୁ ରାଉରକେଲାରେ ଚଢାଉ କରାଯାଇଥିଲା । ଆୟକର ବିଭାଗ ପକ୍ଷରୁ ଚଢ଼ାଉ ସମୟରେ ଜାଲ୍ ଦସ୍ତାବିଜ ଜବତ ହୋଇଥିଲା । ଏହା ସହ ଅଧିକାରୀ ମାନେ ଅନେକଙ୍କ ଛାନ୍ଭିନ୍ କରିଥିଲେ ।
ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (CBDT) ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି 'ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳରେ ଥିବା ୩ଟି ଶିଳ୍ପସଂସ୍ଥା ଦୁଇଟି ଆର୍ଥିକ ବର୍ଷରେ ୧୭ଟି ଜାଲ ସଂସ୍ଥାଠାରୁ ୧୭୦ କୋଟି ଟଙ୍କାର କଞ୍ଚାମାଲ କିଣିଥିବା ଦର୍ଶାଇ ଜାଲ କାଗଜପତ୍ର ଜରିଆରେ ୧୭୦ କୋଟି ଟଙ୍କାର ଟିକସ ଫାଙ୍କି କରିବା ସହ କଳାଧନ ଜମା କରିଥିଲେ ।'
ଆୟକର ବିଭାଗ ପକ୍ଷରୁ ପ୍ରଥମେ ଏହି ୧୭ଟି ଜାଲ ସଂସ୍ଥାକୁ ଠାବ କରାଯିବା ପରେ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (CBDT) ଓ ଆୟକର ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଢ଼ାଉ କରାଯାଇଥିଲା ।