“ଏକ କଦମ କନ୍ୟା କେ ଲିୟେ” ଅଭିଯାନ ଆରମ୍ଭ; ମତ ଦେବାକୁ ଜନସାଧାରଣଙ୍କୁ ଅପିଲ

ସୋମବାର ଦିନ ଜାତୀୟ କନ୍ୟା ଦିବସ ଅବସରରେ ଆରମ୍ଭ ହୋଇଛି “ଏକ କଦମ କନ୍ୟା କେ ଲିୟେ” ଅଭିଯାନ। ଫେସବୁକ ପେଜରେ ସାଧାରଣ ଲୋକ ଝିଅ ମାନଙ୍କର ସୁରକ୍ଷା, ଝିଅମାନଙ୍କୁ ସଶକ୍ତିକରଣ ଉଦ୍ଦେଶ୍ୟରେ ସେମାନଙ୍କର ବାର୍ତ୍ତା ଦେଇପାରିବେ।

ଏକ କଦମ କନ୍ୟା କେ ଲିୟେ ଅଭିଯାନ

ଏକ କଦମ କନ୍ୟା କେ ଲିୟେ ଅଭିଯାନ

  • Share this:
News18 Odia Digital

ଭୁବନେଶ୍ବର: ଜାତୀୟ କନ୍ୟା ଦିବସ ଅବସରରେ କନ୍ୟାମାନଙ୍କ ପାଇଁ ରୋଟାରୀ ଇଣ୍ଟରନାସନାଲ ଜିଲ୍ଲା ୩୨୬୨ ତରଫରୁ ଏକ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ ଉକ୍ତ ଅନୁଷ୍ଠାନର ସୋସିଆଲ ମିଡ଼ିଆ ଫେସବୁକ ପେଜରେ ଆରମ୍ଭ କରାଯାଇଛି।

ଜାତୀୟ କନ୍ୟା ଦିବସ ଅବସରରେ ଆରମ୍ଭ ହୋଇଥିବା ଏହି ଅଭିଯାନର ନାଁ "ଏକ କଦମ କନ୍ୟା କେ ଲିୟେ"(କନ୍ୟା ପାଇଁ ପାଦେ ) ରଖାଯାଇଛି ବୋଲି ସୂଚନା ଦିଆଯାଇଛିl
ରୋଟାରି ଇଣ୍ଟରନାସନାଲ ଅନ୍ତର୍ଜାତୀୟ ସଭାପତି ରୋଟାରୀଆନ ଶେଖର ମେହେତାଙ୍କର ଏମ୍ପାଓ୍ୱରିଂ ଗର୍ଲ୍ସ (empowering Girls) କନ୍ୟା ସଶକ୍ତିକରଣ ଅଭିଯାନକୁ ସଫଳ କରିବା ପାଇଁ ପ୍ରାନ୍ତପାଳ ୩୨୬୨ ରୋଟାରୀଆନ ଶାନ୍ତନୁ କୁମାର ପାଣି ଅନୁରୋଧ କରିଛନ୍ତି।

ଫେସବୁକ ପେଜରେ ସାଧାରଣ ଲୋକ ଝିଅ ମାନଙ୍କର ସୁରକ୍ଷା, ଝିଅମାନଙ୍କୁ ସଶକ୍ତିକରଣ ଉଦ୍ଦେଶ୍ୟରେ ସେମାନଙ୍କର ବାର୍ତ୍ତା ଦେଇପାରିବେ। ଏହା ଛଡ଼ା ଫେସବୁକ ପେଜରେ ଏକ କଦମ କନ୍ୟା କେ ଲିୟେରେ ରୋଟାରୀଆନ ଓ ସାଧରଣଜନସାଧାରଣ ସେମାନଙ୍କର ବାର୍ତ୍ତା ଦେବା ସଙ୍ଗେ ସଙ୍ଗେ ଏହି ଦିଗରେ କିଭଳି ଭାବେ ଯତ୍ନଶୀଳ ହୋଇପାରିବା ସେ ସମ୍ପର୍କରେ ନିଜର ମତାମତ ଦେଇ ପାରିବେ ସେ ସୂଚନା ପ୍ରଦାନ କରିଛନ୍ତି।

ଏମ୍ପାଓ୍ୱରିଂ ଗାର୍ଲସ ଅଭିଯାନର ପ୍ରାନ୍ତ ଅଧ୍ୟକ୍ଷ ରୋଟାରୀଆନ ସରୋଜ ଦାଶ ଏହି ଅଭିଯାନକୁ ବ୍ୟାପକ ଭାବେ ସଫଳ କରିବା ପାଇଁ ସମସ୍ତ ରୋଟାରୀଆନ ଓ ସାଧାରଣ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏହି ଅବସରରେ ଆୟୋଜିତ ଭର୍ଚୁଆଲ ଅଭିଯାନରେ ୩୨୬୨ ପ୍ରାନ୍ତର ପ୍ରଥମ ମହିଳା ରୋଟାରୀଆନ ଝରଣା ପାଣି ମଧ୍ୟ ଉପସ୍ଥିତ ଥିଲେ।
Published by:Lipina Das
First published: