• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଭୁଶୁଡ଼ିଲା ୟୁସିପି ଇଞ୍ଜିନିୟରିଂ ସ୍କୁଲର ମେକାନିକାଲ ବିଭାଗର କୋଠା; ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ଛାତ୍ରଛାତ୍ରୀ

ଭୁଶୁଡ଼ିଲା ୟୁସିପି ଇଞ୍ଜିନିୟରିଂ ସ୍କୁଲର ମେକାନିକାଲ ବିଭାଗର କୋଠା; ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ଛାତ୍ରଛାତ୍ରୀ

ବ୍ରହ୍ମପୁରର ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲର ମେକାନିକାଲ ବିଭାଗର ଛାତ ଭୁଶୁଡ଼ିବାକୁ ନେଇ ଭୟଭୀତ ଛାତ୍ରଛାତ୍ରୀ।

ଭୁଶୁଡ଼ିଲା ୟୁସିପି ଇଞ୍ଜିନିୟରିଂ ସ୍କୁଲର ମେକାନିକାଲ ବିଭାଗର କୋଠା

ଭୁଶୁଡ଼ିଲା ୟୁସିପି ଇଞ୍ଜିନିୟରିଂ ସ୍କୁଲର ମେକାନିକାଲ ବିଭାଗର କୋଠା

  • Share this:
News18 Odia Digital

ବ୍ରହ୍ମପୁର: ଭୁଶୁଡ଼ିଲା ବ୍ରହ୍ମପୁର ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲର ମେକାନିକାଲ ବିଭାଗର ଛାତ । ମେକାନିକାଲ ବିଭାଗର ଛାତ ସହିତ ଅନ୍ୟ ଏକ ଛାତ ମଧ୍ୟ ଭୁଶୁଡ଼ିପଡ଼ିଛି । ଛାତ ଭୁଶୁଡ଼ିବା ଫଳରେ ଛଅଟି କ୍ଳାସ ରୁମରେ ପାଠପଢ଼ା ବ୍ୟାଘାତ ହୋଇଛି । ଏହାଛଡ଼ା କ୍ଲାସ ରୁମ ଗୁଡ଼ିକରେ ରହିଥିବା ଅସବାବପତ୍ର ମଧ୍ୟ ଭାଙ୍ଗି ଯାଇଛି । ବୁଧବାର ଏହି କ୍ଲାସ ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ଚାଲୁରହିଥିଲା । ବିଳମ୍ବିତ ରାତିରେ ହଠାତ୍‌ ଏଭଳି ଛାତ ଭୁଶୁଡ଼ିପଡ଼ିଥିଲା । ଯାହାଫଳରେ ଏକ ବଡ଼ ଘଟଣାରୁ ଛାତ୍ରଛାତ୍ରୀମାନେ ବର୍ତ୍ତି ଯାଇଥିଲେ ।

‘‘ଆଜି ସକାଳୁ ଆସି ଦେଖିଲା ବେଳକୁ ଦୁଇଟି ଛାତ ଭୁଶୁଡ଼ି ପଡ଼ିଥିବା ଯୋଗୁଁ ମେକାନିକାଲ ବିଭାଗର ଛାତ୍ରଛାତ୍ରୀଙ୍କୁ ସେଠାକୁ ଯିବାକୁ ଅନୁମତି ଦିଆଯାଇନଥିଲା । ଅନ୍ୟ ଏକ ବିଭାଗକୁ ନେଇ ସେଠାରେ ତାଙ୍କୁ ପାଠପଢ଼ା ଚାଲୁ ରହିଥିଲା । ପରବର୍ତ୍ତୀ ସମୟରେ ଅଧାରୁ ପାଠପଢ଼ା ବନ୍ଦ କରାଯିବା ସହିତ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଯାଇଥିଲା । ସ୍କୁଲର ମୁଖ୍ୟ କୋଠାଟି ଭୁଶୁଡ଼ିପଡ଼ିଥିବା ଯୋଗୁଁ ଦୁଇ ଦିନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବା ନିମନ୍ତେ ସ୍କୁଲ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ୬୦ ବର୍ଷରୁ ଅଧିକ ବର୍ଷର କୋଠା ହୋଇଥିବା ଯୋଗୁଁ ଏଭଳି ଭୁଶୁଡ଼ିପଡ଼ିଛି। ଛାତ ଭୁଶୁଡ଼ିବା ନେଇ ରାସ୍ତା ଓ କୋଠାବାଡ଼ି ବିଭାଗକୁ ଜଣାଇ ଦିଆଯାଇଛି । ବିଭାଗର ବରିଷ୍ଠ ଅଧିକାରୀମାନେ ଆସି କୋଠାର ସ୍ଥିତି ଦେଖି ଯାଇଛନ୍ତି । ଖୁବ୍ ଶୀଘ୍ର କିଭଳି ମରାମତି କରାଯିବ ସେ ନେଇ ପଦକ୍ଷେପ ନିଆଯିବ,’’ କହିଥିଲେ ୟୁ.ସି.ପି ସ୍କୁଲର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟର ପାତ୍ର।

ବ୍ରହ୍ମପୁରର ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲର ମେକାନିକାଲ ବିଭାଗର ଛାତ ଭୁଶୁଡ଼ିବାକୁ ନେଇ ଭୟଭୀତ ଛାତ୍ରଛାତ୍ରୀ


କେବଳ ଯେ ଏହି କୋଠାଟି ଭୁଶୁଡ଼ିଛି ତାହା ନୁହେଁ ବରଂ କୋଠାର ଅନେକ ସ୍ଥାନରେ ଫାଟ ଦେଖାଯାଇଛି । ତଥାପି ବିପଦପୂର୍ଣ୍ଣ ଭାବେ ପାଠପଢ଼ା ଚାଲୁ ରଖିଛନ୍ତି ଛାତ୍ରଛାତ୍ରୀ । ବର୍ତ୍ତମାନ ଛାତ ଭୁଶୁଡ଼ିପଡ଼ିବା ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ଖୁବ୍ ଶୀଘ୍ର ସ୍କୁଲର ମୁଖ୍ୟ କୋଠାକୁ ମରାମତି କରାଯାଉ ବୋଲି ସେମାନେ ଦାବି କରିଛନ୍ତି ବୋଲି କହିଥିଲେ ୟୁ.ସି.ପି. ସ୍କୁଲର ଛାତ୍ର ପ୍ରଭାସିସ୍‌ ତ୍ରିପାଠୀ।

ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବନ୍ଦ ରଖାଯାଇଛି । ଏହି ଦୁଇ ଦିନ ମଧ୍ୟରେ ସ୍କୁଲର କୋଠାର ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନର ଅଧିକାରୀ ଓ ରାସ୍ତା ଓ କୋଠାବାଡ଼ି ବିଭାଗର ଅଧିକାରୀମାନେ ଆସି ତଦାରଖ କରିବେ । କୋଠାର ସ୍ଥିତିକୁ ନେଇ ଆଉ କିଛି ଦିନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିପାରେ ବୋଲି ସୂଚନା ମିଳିଛି।
Published by:Lipina Das
First published:
)}