ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ୍; ପୋଲିସ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିଲେ ୧୦ ଲକ୍ଷ

ସ୍ପଷ୍ଟ ଦିବାଲୋକରେ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ । ବ୍ରହ୍ମଗିରି ବଜାର ଉପରେ ପୋଲିସ କର୍ମଚାରୀଙ୍କ ମୁଣ୍ତରେ ବନ୍ଧୁକ ଲଗାଇ ନେଇଗଲେ ୧୦ ଲକ୍ଷ ଟଙ୍କା । ଏପର୍ଯ୍ୟନ୍ତ ଲୁଟେରାଙ୍କ ଟେର ପାଇନି ପୋଲିସ ।

ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ୍; ପୋଲିସ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିଲେ ୧୦ ଲକ୍ଷ

ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ୍; ପୋଲିସ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିଲେ ୧୦ ଲକ୍ଷ

  • News18 Odia
  • Last Updated :
  • Share this:
News 18 Odia Digital

ପୁରୀ; ପୋଲିସ କର୍ମଚାରୀଙ୍କ ମୁଣ୍ତରେ ବନ୍ଧୁକ ଲଗାଇ ଲୁଟିଛନ୍ତି ୧୦ ଲକ୍ଷ ଟଙ୍କା । ବ୍ରହ୍ମଗିରି ବଜାରରୁ ମାତ୍ର ୫୦୦ ମିଟର ଦୂରରେ ଘଟିଛି ଏଭଳି ଘଟଣା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ  ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାହଜନପୁର ଗାଁର ରାକେଶ କୁମାର ସାହୁ । ରାକେଶ ପୋଲିସ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି । ସେ ଶନିବାର ପ୍ରାୟ ୧୧ଟା୩୦ ସମୟରେ ବ୍ରହ୍ମଗିରି ଷ୍ଟେଟ ବ୍ୟାଙ୍କରୁ ପ୍ରାୟ ଦଶ ଲକ୍ଷ ଟଙ୍କା ଉଠାଇ ବ୍ରହ୍ମଗିରି ଗାଁର ଜଣେ ସମ୍ପର୍କୀୟଙ୍କୁ ଦେବା ପାଇଁ ଯାଉଥିଲେ । ଏହି ସମୟରେ ବ୍ରହ୍ମଗିରି ଗାଁ ରାସ୍ତା ସବରେଜିଷ୍ଟର କାର୍ଯ୍ୟାଳୟ ନିକଟରେ ଦୁଇ ଜଣ ଯୁବକ ହଠାତ୍ ଆସି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ଠାରୁ ଟଙ୍କା ଲୁଟି ନେଇଥିଲେ । ଏ ନେଇ ବ୍ରହ୍ମଗିରି ଥାନାରେ ଅଭିଯୋଗ କରିଥିଲେ ବୋଲି କହିଛନ୍ତି ଲୁଟର ଶିକାର ହୋଇଥିବା ସାହଜନପୁର ଗାଁର ରାକେଶ କୁମାର ସାହୁ ।

ପୋଲିସ ରାକେଶଙ୍କୁ ଧରି ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ କରିବା ସହ ଘଟଣାର ଅନୁସନ୍ଧାନ ଜାରି ରଖିଛି । ଦିବାଲୋକରେ କିପରି ଜଣେ ପୋଲିସ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ପ୍ରାୟ ଦଶ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ତାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଲୁଟକୁ ନେଇ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଲୋକଙ୍କୁ ପଚରା ଉଚରା ଜାରି ରଖିଛି । ପୁରୀ ସଦର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରୁଛନ୍ତି । ପୋଲିସ ସିସିଟିଭି ଆଧାରରେ ତଦନ୍ତ କରୁଛି ।

ଗତକାଲି ଲୁଟ ପରେ ପୋଲିସ ନିଜ ଆଡୁ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି ବୋଲି କହିଛନ୍ତି ପୁରୀ ସଦର ଏସଡିପିଓ କିଶୋର ମୁଣ୍ଡ । ଦିନ ଦ୍ୱିପ୍ରହରରେ ପୋଲିସ କର୍ମଚାରୀଙ୍କ ଠାରୁ ଲୁଟ ହେଉଛି ତେଣୁ ସାଧାରଣ ଲୋକେ ଏଠି କେତେ ସୁରକ୍ଷିତ ? ବନ୍ଧୁକ ମୁନରେ ଲୁଟ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ପୋଲିସ ପାଟ୍ରୋଲିଂକୁ ଜୋରଦାର କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।
Published by:Soubhagya Mishra
First published: