ରାଜ୍ୟ ରାଜଧାନୀରେ ଚାଲୁଥିବା ମୋ ବସରୁ ପୁଣି ଟଙ୍କା ଲୁଟ
- News18 Odia
- Last Updated :
- Cuttack, India
News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଚାଲୁଥିବା ମୋ ବସରୁ ପୁଣି ଲୁଟ ହୋଇଛି ଟଙ୍କା। ହଜାର କି ଦୁଇ ହଜାର ନୁହେଁ ବରଂ ଏକ ଦମ୍ପତିଙ୍କ ଠାରୁ ୪୨ ହଜାର ନେଇଗଲା ଦୁର୍ବୁତ୍ତl ଲୁଟର ଶିକାର ହୋଇଛନ୍ତି ଭିଏସଏସ ନଗର ଅଞ୍ଚଳରେ ରହୁଥିବା ବିରଞ୍ଚି ସେଠୀ, ସେ ଜଣେ ଡ୍ରାଇଭର ଭାବେ କାମ କରନ୍ତିl
ବିରଞ୍ଚି କହିଛନ୍ତି‘ ଯେ ବନ୍ଧକ ସୁନା ମୁକୁଳେଇବା ପାଇଁ ଟଙ୍କା ନେଇ ସେ ମୋ ବସରେ ବାଣୀବିହାରରୁ ଖଣ୍ଡଗିରି ଯାଉଥିଲେl ନୟାପଲ୍ଲୀ ପାଖରେ ତାଙ୍କ ଟଙ୍କା କେହି ନେଇଯାଇ ଥିବା ଜାଣିବାକୁ ପାଇଲେl ମୋ ବସ ଡ୍ରାଇଭରକୁ କହିବାରୁ ସେ ବସ ଛିଡ଼ା କରିଥିଲେl ଜୟଦେବ ବିହାର ଛକ ନିକଟରେ କେହି ଜଣେ ପର୍ସ ନେବା ନେଇ ସେମାନେ ସନ୍ଦେହ କରିଥିଲେ। ତେଣୁ ସେହି ଛକରେ ଓହ୍ଲାଇବା ପରେ ଜଣେ ଛାତ୍ରୀଙ୍କୁ ସେ ଯାଞ୍ଚ ମଧ୍ୟ କରିଥିଲେ। କିନ୍ତୁ ତାଙ୍କ ନିକଟରୁ କୌଣସି ପର୍ସ କିମ୍ବା ଟଙ୍କା ପାଇ ନଥିଲେ ଦମ୍ପତ୍ତି। ତେବେ ଏହି ସମୟରେ ମୋ ବସ ଅଟକି ରହିବା ପରିବର୍ତ୍ତେ ସେଠାରୁ ପଳାଇଥିବା ନେଇ ସେମାନେ ଥାନାରେ ଅଭିଯୋଗ ଆଣିଛନ୍ତି।
ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସl ମୋ ବସରେ ଚୋରି ନୁଆଁ କଥା ନୁହେଁ, ପୂର୍ଵରୁ ମଧ୍ୟ ମୋ ବସରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇସାରିଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।