ଭଦ୍ରକରେ ୟୁ.ପି.ରୁ ଆସୁଥିବା ତୀର୍ଥ ଯାତ୍ରୀ ବସ୍ ଟ୍ରକକୁ ପିଟିଲା; ୨ ମୃତ, ୩୭ ଆହତ; ରଙ୍ଗ ରୁଟ୍ ଡ୍ରାଇଭିଂ କାରଣ

ପୂର୍ବରୁ ରଙ୍ଗ୍ ରୁଟରେ ଆସି ଧାନ ବୋଝେଇ ଟ୍ରକଟି ତେଲ ସରିଯିବାରୁ ଜାତୀୟ ରାଜପଥ ଉପରେ ଛିଡା ହୋଇଥିଲା । ସେଥିରେ ଆଲୁଅ ଜଳୁ ନ ଥିବାରୁ ସମ୍ଭବତଃ ଟୁରିଷ୍ଟ୍ ବସଟିର ଡ୍ରାଇଭର ତାକୁ ଦେଖିପାରି ନ ଥିଲା ଓ ଦ୍ରୁତ ଗତିରେ ଆସି ତା’ ସହିତ ସାମ୍ନା ପଟୁ ବାଡ଼େଇ ହୋଇଥିଲା ।

ଭଦ୍ରକ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ତୀର୍ଥ ଯାତ୍ରୀଙ୍କ ଚ଼ିକିତ୍ସା ଚ଼ାଲିଛି ।

ଭଦ୍ରକ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ତୀର୍ଥ ଯାତ୍ରୀଙ୍କ ଚ଼ିକିତ୍ସା ଚ଼ାଲିଛି ।

  • Share this:
News18 Odia Digital

ଭଦ୍ରକ: ଦ୍ରୁତ ଗତି ପୁଣି ଡାକି ଆଣିଛି ମହା ବିପତ୍ତିକୁ । ଭଦ୍ରକ ଜିଲ୍ଲାର ୧୬ନଂ ଜାତୀୟ ରାଜପଥରେ ବାରିକପୁର ଛକ ନିକଟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୭ ଜଣ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଅଛି ।

ଉତ୍ତର ପ୍ରଦେଶର ଗୋରଖପୁରରୁ ବାହାରି ପୁରୀ ଅଭିମୁଖେ ଆସୁଥିବା ତୀର୍ଥ ଯାତ୍ରୀରେ ଭରା ଏହି ବସଟି ମଙ୍ଗଳବାର ମଧ୍ୟ ରାତିରେ ଗୋଟେ ଧାନ ବୋଝେଇ ଟ୍ରକ ସହ ପିଟି ହୋଇଥିଲା । ଟ୍ରକଟି ରଙ୍ଗ୍‌ ରୁଟରେ ଆସି ରାସ୍ତାରେ ଠିଆହୋଇଥିଲା । ବସଟି ଦ୍ରୁତ ଗତିରେ ଆସି ଟ୍ରକ ସହ ସାମନା ପଟୁ ପିଟିହୋଇଥିଲା ।

ବସରେ ମୋ’ଟ ୫୦ରୁ ଅଧିକ ତୀର୍ଥ ଯାତ୍ରୀ ଥିଲେ । ଘଟଣା ସ୍ଥଳରେ ସାମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା ଓ ଅନ୍ୟମାନେ ଭୀଷଣଭାବେ ଆହତ ହୋଇଥିଲେ ।

ଆହତ ତୀର୍ଥ ଯାତ୍ରୀଙ୍କୁ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ଓ ପୋଲିସ ତଥା ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ଉଦ୍ଧାର କରି ଆମ୍ବୁଲାନ୍ସରେ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଏବଂ ଉପଜିଲ୍ଲାପାଳ ପିତାମ୍ବର ସାମଲ ହସପିଟାଲରେ ପହଞ୍ଚି ଆହତ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ।

ଜଣେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହୁଞ୍ଚାଯାଉଛି ।


ଧାନ ବୋଝେଇ ଟ୍ରକଟି ପୂର୍ବରୁ ରଙ୍ଗ ରୁଟରେ ଆସି ତେଲ ସରିଯିବାରୁ ଜାତୀୟ ରାଜପଥ ଉପରେ ଛିଡା ହୋଇଥିଲା । ସେଥିରେ ଆଲୁଅ ଜଳୁ ନ ଥିବାରୁ ସମ୍ଭବତଃ ଟୁରିଷ୍ଟ୍‌ ବସଟିର ଡ୍ରାଇଭର ତାକୁ ଦେଖିପାରି ନ ଥିଲା ଓ ଦ୍ରୁତ ଗତିରେ ଆସି ତା’ ସହିତ ସାମ୍ନା ପଟୁ ବାଡ଼େଇ ହୋଇଥିଲା ।

ଦୁର୍ଘଟଣାଗ୍ରସ୍ତ ବସ


ତୀର୍ଥ ଯାତ୍ରୀମାନେ ପୁରୀରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ପରେ କେରଳର ରାମେଶ୍ୱରମ ଯିବାର ଥିଲା ବୋଲି କହିଛନ୍ତି । ହେଲେ ଏବେ ସାମାନଙ୍କ ଭ୍ରମଣ ଯୋଜନାରେ କିଛି ଦିନ ପାଇଁ ବ୍ରେକ୍‌ ଲାଗିଯାଇଛି ।

ଆହତ ତୀର୍ଥ ଯାତ୍ରୀଙ୍କ ମଧ୍ୟରୁ ଆଠ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ପଠାଯାଇଛି । ପୋଲିସ ଧାନ ବୋଝେଇ ଟ୍ରକକୁ ଜବତ କରି ତା’ର ଡ୍ରାଇଭର ଓ ମାଲିକକୁ ଖୋଜୁଥିବା ଜଣା ପଡ଼ିଛି ।
Published by:Anand Shankar Thankur Das
First published: