ସୁନ୍ଦରଗଡ଼: ବିନା ସରକାରୀ ଅନୁମତିରେ ଚାଲିଛି ରାସ୍ତା କାମ; କାମରେ ଲାଗିଛନ୍ତି ସ୍କୁଲ୍ ପିଲାଏ

ସବୁ ସରକାରୀ ନୀତି ନିୟମକୁ ଫୁ କରି ଠିକାଦାର ନିଜ ମନ ମୁତାବକ କାମ କରୁଥିବାର ଉଦାହରଣ ଦେଖିବାକୁ ମିଳିଛି ସୁନ୍ଦରଗଡ଼ର କୁତ୍ରା ବ୍ଲକରେ । ଏହି ପ୍ରକଳ୍ପ ପାଇଁ ନା ମିଳିଛି କୌଣସି ସରକାରୀ ଅନୁମତି, ନା ଜାଣିଛନ୍ତି କେହି ସରକାରୀ ଅଧିକାରୀ ।

ସୁନ୍ଦରଗଡ଼: ବିନା ସରକାରୀ ଅନୁମତିରେ ଚାଲିଛି ରାସ୍ତା କାମ; କାମରେ ଲାଗିଛନ୍ତି ସ୍କୁଲ୍ ପିଲାଏ
ପୁରକାପାଲି ପଞ୍ଚାୟତର କାଦୋପଡ଼ା ଓ ପଞ୍ଚୁପଡ଼ା ଗ୍ରାମରେ ଚାଲିଛି ଏହି ରାସ୍ତା କାମ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସୁନ୍ଦରଗଡ଼: ଲାଗିଛି ସୂଚନା ଫଳକ । ନିର୍ମାଣ କାର୍ଯ୍ୟ ପ୍ରାୟ ସରିବା ଉପରେ, କିନ୍ତୁ ଖୋଲା ହୋଇନାହିଁ ପ୍ରକଳ୍ପର ଫାଇଲ୍‌ । ବିଭାଗୀୟ ସମ୍ପାଦନରେ ହେବାକୁ ଥିବା ଏହି କାର୍ଯ୍ୟ ସମ୍ପର୍କରେ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜେଇଙ୍କ ପର୍ଯ୍ୟନ୍ତ କେହି ଜାଣି ନାହାନ୍ତି ।

ସମସ୍ତ ସରକାରୀ ନୀତି ନିୟମକୁ ଫୁ କରି ଠିକାଦାର ନିଜ ମନ ମୁତାବକ କାମ କରୁଥିବାର ଉଦାହରଣ ଦେଖିବାକୁ ମିଳିଛି କୁତ୍ରା ବ୍ଲକ ପୁରକାପାଲି ପଞ୍ଚାୟତର କାଦୋପଡ଼ା ଓ ପଞ୍ଚୁପଡ଼ା ଗ୍ରାମରେ । ଏହି ପ୍ରକଳ୍ପ ପାଇଁ ନା ମିଳିଛି କୌଣସି ସରକାରୀ ଅନୁମତି, ନା ଜାଣିଛନ୍ତି କେହି ସରକାରୀ ଅଧିକାରୀ । ଏହାର ଫାଇଲ୍‌ ବି ଖୋଲାଯାଇନି । ବିନା ଅନୁମତିରେ ଗତ ୨ ତାରିଖରୁ ଚାଲିଛି ସରକାରୀ କଂକ୍ରିଟ ରାସ୍ତା କାମ । ପୁଣି ପିଲାମାନଙ୍କୁ ନିୟୋଜିତ କରାଯାଇଛି ଏହି କାମରେ । ଏପରିକି ସରପଞ୍ଚ, ସମିତି ସଭ୍ୟ ତଥା ବ୍ଲକ ଅଧିକାରୀଙ୍କ ପାଖରେ ବି ଏହି କାମର ଖବର ନାହିଁ ।

IAP ସ୍କିମରେ ଆସିଥିବା ଏହି କାମକୁ ବିନା ଅନୁମତିରେ ହେଉଥିବା ପ୍ରଶ୍ନ ଉଠେଇବା ସହ ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି କରିଛନ୍ତି ସମିତି ସଭ୍ୟ ସନ୍ତୋଷ କୁମାର ପଟେଲ । ‘‘ଖାଲି IAP ସ୍କିମ୍‌ ନୁହଁ, GGY ସ୍କିମର କାମକୁ ମଧ୍ୟ ବିନା ଅନୁମତିରେ କିପରି କରାଯାଇଛି କହିବା ସହ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ,’’ କହିଛନ୍ତି ପୁରକାପାଲି ସରପଞ୍ଚ ଶଶୀଧର ଲାକ୍ରା ।

ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପ୍ରାୟ ସରିବା ଉପରେ, କିନ୍ତୁ ଏ ପର୍ଯ୍ୟନ୍ତ ଖୋଲା ହୋଇନାହିଁ ଫାଇଲ୍ ।


ସବୁ ଠୁ ଆଶ୍ଚର୍ଯ୍ୟର କଥା ଯେ ବ୍ଲକରେ ହେଉଥିବା କାମର ତଦାରଖ କରିବା ପାଇଁ ସରପଞ୍ଚ, ଇଓ, ଜେଇ ଓ ଏଇଙ୍କ ଠାରୁ ନେଇ ଅଛନ୍ତି ବିଡ଼ିଓ। ତେବେ କେଉଁ ପରିସ୍ଥିତିରେ ପିଲାମାନଙ୍କୁ ରାସ୍ତା କାମରେ ଲଗାଯାଇଛି ଓ ସରକାରୀ କାମକୁ ବିନା ଅନୁମତିରେ କରାଯାଉଛି ତାହା ସୃଷ୍ଟି କରିଛି ସନ୍ଦେହ। ପିଲାମାନଙ୍କୁ ଏହି କାମରେ ଲଗେଇବା ଶିଶୁ ସୁରକ୍ଷା ବିଭାଗର ଅଧିକାରୀଙ୍କ ନଜରକୁ ନ ଆସିବା ମଧ୍ୟ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ରାସ୍ତା କାମ କଲେ ଦିନକୁ ୨୦୦ ଟଙ୍କା ମଜୁରୀ ମିଳୁଥିବା କହିଛନ୍ତି କଂକ୍ରିଟ ରାସ୍ତା କାମରେ ନିୟୋଜିତା ଜଣେ ସ୍କୁଲ୍‌ ଛାତ୍ରୀ ।

ବିନା ଫାଇଲ ଓ ବିନା ଅନୁମତିରେ ଏହି କଂକ୍ରିଟ ରାସ୍ତା କାମ ହେଉଥିବା ନେଇ କୁତ୍ରା ବିଡିଓ ମାନସ ରଞ୍ଜନ ରାଏଙ୍କୁ ପଚାରିବାରୁ ସେ ଫୋନ ମାଧ୍ୟମରେ କହିଥିଲେ: ‘‘ମୋ’ ପାଖରେ କୌଣସି ଖବର ନାହିଁ, ଜେଇଙ୍କୁ ପଚାରନ୍ତୁ ।’’ ଜେଇ ଲୋପାମୁଦ୍ରା ସ୍ଵାଇଁଙ୍କୁ ପଚାରିବାରୁ ସେ କହିଥିଲେ: ‘‘ମୋତେ ଏଷ୍ଟିମେଟ କରିବା ପାଇଁ କୁହାଯାଇଥିଲା । ମୁଁ ଏଷ୍ଟିମେଟ କରି ଦେଇଛି, କିନ୍ତୁ ମୁଁ କାହାରିକୁ କାମ କରିବା ପାଇଁ ଅନୁମତି ଦେଇନାହିଁ ।’’

ଏହି ଅନିୟମିତତାରେ ତଳଠୁ ଉପର ଯାଏ ସମସ୍ତେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଘଟଣାର ଉଚ୍ଚସ୍ଥରୀୟ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ମତ ପ୍ରକାଶ ପାଇଛି ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 13, 2020, 6:32 PM IST
corona virus btn
corona virus btn
Loading