ଯାଜପୁରରେ ସଡକ ଦୁର୍ଘଟଣା; ବିଂଝାରପୁର ପୂର୍ବତନ ବିଧାୟକଙ୍କ ମୃତ୍ୟୁ
- News18 Odia
- Last Updated :
- Jajapur, India
News 18 Odia Digital
ବିଂଝାରପୁର; ଯାଜପୁର ବିଂଝାରପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ଅର୍ଜୁନ ଚରଣ ଦାସଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ପୂର୍ବତନ ସାଂସଦ ଅନାଦି ଦାସଙ୍କ ପୁଅ ହେଉଛନ୍ତି ଅର୍ଜୁନ । ବାଇକ ମାଧ୍ୟମରେ ଯାଉଥିବା ସମୟରେ ଏକ ନଦୀର ବ୍ରିଜ ଉପରେ ଦୁର୍ଘଟଣା ଶିକାର ହୋଇଥିଲେ । ଦ୍ରୁତଗତିରେ ଏକ ହାଇଓ୍ବା ଧକ୍କା ଦେବା ଫଳରେ ଅର୍ଜୁନ ଚରଣ ଦାସଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କର ଅନ୍ୟତମ ବନ୍ଧୁ ଅନନ୍ତ ମହାନ୍ତି ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।
ଅର୍ଜୁନ ନିଜ ସହଯୋଗୀଙ୍କ ସହ ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିଲେ । ଦୁର୍ଘଟଣା ଘଟିବା ପରେ ତୁରନ୍ତ ଯାଜପୁର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ବର୍ତ୍ତମାନ ଅନନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ କାରଣରୁ ତାଙ୍କୁ କଟକ ବଡ ମେଡିକାଲ ନିଆଯିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ବାଲି ବୋଝେଇ ଯାଉଥିବା ହାଇୱାକୁ ପୋଲିସ ଜବତ କରିଛି । ଡ୍ରାଇଭର ଦୁର୍ଘଟଣା ପରେ ଫେରାର ହୋଇଯାଇଥିବା ସୂଚନା ରହିଛି ।
ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସ ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ୫ବର୍ଷ ବିଧାୟକ ଥିଲେ । ବିଂଝାରପୁରରେ କଂଗ୍ରେସ ଆସନରୁ ସେ ଜୟଯୁକ୍ତ ହୋଇଥିଲେ । ନିକଟରେ ସେ ବିଆରଏସ ଦଳରେ ସାମିଲ ହୋଇଥିଲେ ।
ଏହି ଖବର ପଢ଼ନ୍ତୁ -
http://ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ଫସିଲେ ତାରା ! କଂଗ୍ରେସ ରଖିଲା ଉତ୍ତରPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।