ଅଧାରେ ଋଷିକୁଲ୍ୟା ନଦୀ ସେତୁ ନିର୍ମାଣ କାର୍ଯ୍ୟ; ଚିନ୍ତାରେ ୫୦ ଖଣ୍ଡ ଗାଁର ଲୋକ

ନିର୍ମାଣକୁ ଛଅ ବର୍ଷ ବିତିଗଲା ତଥାପି ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହୋଇନାହିଁ। ଲୋକେ ପୂର୍ବରୁ ଯାତାୟତରେ ଯେଉଁ ସମସ୍ୟା ଭୋଗୁଥିଲେ ସେହି ସମସ୍ୟା ଏବେ ବି ଭୋଗୁଛନ୍ତି।

ଅଧାରେ ଋଷିକୁଲ୍ୟା ନଦୀ ସେତୁ ନିର୍ମାଣ କାର୍ଯ୍ୟ

ଅଧାରେ ଋଷିକୁଲ୍ୟା ନଦୀ ସେତୁ ନିର୍ମାଣ କାର୍ଯ୍ୟ

  • Share this:
News18 Odia Digital

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ବ୍ଳକ କେନ୍ଦୁପଦର ଗାଁ ନିକଟରେ ରହିଛି ଋଷିକୁଲ୍ୟା ନଦୀ। ଯେଉଁ ନଦୀ ପାର ହେଲେ ହିଁ ଲୋକଙ୍କ ମେଡିକାଲ ହେଉ ବା ପାଠପଢ଼ା ହେଉ ସବୁକିଛି ନିର୍ଭର କରେ। ତେବେ ସେହି ନଦୀ ଉପରେ ଗତ ୨୦୧୭ରେ ସେତୁ ନିର୍ମାଣ ପାଇଁ ଶୁଭ ଦିଆଯାଇଥିଲା ଓ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା।

ହେଲେ କିନ୍ତୁ ନିର୍ମାଣକୁ ଛଅ ବର୍ଷ ବିତିଗଲା ତଥାପି ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହୋଇନାହିଁ। ଲୋକେ ପୂର୍ବରୁ ଯାତାୟତରେ ଯେଉଁ ସମସ୍ୟା ଭୋଗୁଥିଲେ ସେହି ସମସ୍ୟା ଏବେ ବି ଭୋଗୁଛନ୍ତି।

ଆସିକା ବ୍ଳକ କେନ୍ଦୁପଦର ଗାଁର ରୂଷିକୁଲ୍ୟା ନଦୀ ଉପରେ ନିର୍ମାଣ ଉପରେ ଗଲା ଅନେକ ବର୍ଷ ହେବ ନିର୍ମାଣ ଚାଲିଛି ବିଶାଳକାୟ ସେତୁ। ଏହା ୨୦୧୭ ଠାରୁ ଏହି ସେତୁ ନିର୍ମାଣ ଚାଲିଥିବା ବେଳେ ନିର୍ମାଣର ୮୦ ଭାଗ କାମ ସରିଛି। ଆହୁରି ୨୦ ଭାଗ ନିର୍ମାଣ ବାକି ରହିଥିବା ବେଳେ ଅଧାରୁ କାମ କରି ଦେଇଛି ସେତୁ ନିର୍ମାଣର ଠିକା କମ୍ପାନୀ। ଲୋକେ ବାଧ୍ୟ ହୋଇ ବିପଦ ଭାବେ ସେତୁ ଦେଇ ଯାତାୟତ କରୁଥିବା ଦେଖିବାକୁ ମିଳିଥିବା ବେଳେ ତୁରନ୍ତ ସେତୁ ନିର୍ମାଣ ସାରିବା ପାଇଁ ଲୋକେ ଦାବି କରିଛନ୍ତି। କାରଣ ନଦୀର ଆରପାରିରେ ପିଲାମାନଙ୍କ ପାଠପଢ଼ା ଠାରୁ ଆରମ୍ଵ କରି ମେଡିକାଲ ସୁବିଧା ଥିବା ହେତୁ ସେତୁ ନିର୍ମାଣ ସାରିବାରେ ବିଳମ୍ଵ ହେତୁ ଲୋକେ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି।

ଅଧାରେ ଋଷିକୁଲ୍ୟା ନଦୀ ସେତୁ ନିର୍ମାଣ କାର୍ଯ୍ୟ


ତେବେ ତୁରନ୍ତ ଏହି ସେତୁ ନିର୍ମାଣ କରାଗଲେ ପ୍ରାୟ ୫୦ ଖଣ୍ଡ ଗ୍ରାମର ଲୋକେ ଯାତାୟତର ସମସ୍ୟାରୁ ମୁକୁଳି ପାରନ୍ତେ ବୋଲି ଚେରମାରିଆ ଗ୍ରାମର ତପନ ଗୌଡ କହିଛନ୍ତି।

କେବଳ ଯେ କେନ୍ଦୁପଦର ଗ୍ରାମ ନୁହେଁ। ଏହି ସେତୁ ଉପରେ ପ୍ରାୟ ୫୦ ଖଣ୍ଡରୁ ଅଧିକ ଗ୍ରାମର ଲୋକେ ନିର୍ଭର କରୁଥିବା ବେଳେ ସେତୁ ସମ୍ପୂଣ୍ଣ ଭାବେ ନିର୍ମାଣ ସରିନଥିବା ହେତୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏହାର ସମାଧାନ ପାଇଁ ପ୍ରଶାସନ ପାଖରେ ବହୁବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି। ଏମିତି କି ସେତୁ ଆରମ୍ଵ ଓ ଶେଷ ଭାଗକୁ ପୁରା ଗର୍ତ୍ତ କରାଯାଇଥିବାର ଦେଖିବାକୁ ମିଳିଥିବା ବେଳେ ଲୋକେ ମଧ୍ୟ ବିଦପପୂର୍ଣ୍ଣ ଭାବେ ସେତୁ ଏ ପାଖରୁ ସେ ପାଖକୁ ଯାଉଥିବାର ଦେଖିବାକୁ ମିଳିଛି। ତୁରନ୍ତ ଏହି ସେତୁ ନିର୍ମାଣ ସାରିବା ପାଇଁ ଲୋକେ ନିବେଦନ କରିଛନ୍ତି।

ତଥାପି ଘଟଣା ନେଇ ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କ ନଜରକୁ ଅଣାଯାଇଥିବା ବେଳେ ତୁରନ୍ତ ଏହାର ସମାଧାନ କରାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି।

ତେବେ ସେ ଯାହା ହେଉ ତୁରନ୍ତ ସେତୁ ନିର୍ମାଣ ର ବିଭାଗ ପୂର୍ତ୍ତ ବିଭାଗ ଏଥିପ୍ରତି ନଜର ଦେବା ସହ ସେତୁ ନିର୍ମାଣକୁ ସାରିବାର ଅ।ବଶ୍ୟକତା ରହିଛି ।
Published by:Lipina Das
First published: