ପୁଣି ଚିନ୍ତା ବଢ଼ାଇଲା ଡାଲି ଓ ପିଆଜର ଦର ବୃଦ୍ଧି

ପୁଣି ଉପର ମୁହାଁ ହେଇଛି ପିଆଜ ଦର । ଦିଲ୍ଲୀ ଭଳି କେତେକ ସହରରେ କେଜି ଶହେ ଟପି ସାରିଥିବା ବେଳେ ଓଡ଼ିଶାରେ ମଧ୍ୟ ପୁଣି ୬୦ ଛୁଇଁଲାଣି । ଏଥିରେ ଆହୁରି ୬ରୁ ୧୦ ଟଙ୍କା ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି ।

  • Share this:
ଭୁବନେଶ୍ୱର: ପଞ୍ଚୁକ ପୂର୍ବରୁ ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଏବେ ଡାଲି ଓ ପିଆଜ ଉପରେ ବି ମହଙ୍ଗା ମାଡ଼ । ୬୦ ଟଙ୍କା ଉପରେ ଥିବା ପିଆଜ କିଲୋ ଆହୁରି ବଢ଼ିବା ସମ୍ଭାବନା ରହିଛି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ସେହିଭଳି ଦୁଇ ସପ୍ତାହ ତଳେ କିଲୋ ପିଛା ୭୦ରୁ ୮୦ ଟଙ୍କାରେ ବିକ୍ରି ହେଉଥିବା ଥିବା ମୁଗ, ବିରି ଓ ହରଡ଼ ଦର ଶହେ ଟଙ୍କା ଟପିଲାଣି । ଏହାକୁ ନେଇ ଖାଉଟି ଚିନ୍ତାରେ ଥିବା ବେଳେ ଦର ବୃଦ୍ଧି ପାଇଁ ବର୍ଷାକୁ ଦାୟୀ କରିଛନ୍ତି ବ୍ୟବସାୟୀ ।

ପୁଣି ଉପର ମୁହାଁ ହେଇଛି ପିଆଜ ଦର । ଦିଲ୍ଲୀ ଭଳି କେତେକ ସହରରେ କେଜି ଶହେ ଟପି ସାରିଥିବା ବେଳେ ଆମ ରାଜ୍ୟରେ ମଧ୍ୟ ପୁଣି ୬୦ ଛୁଇଁଲାଣି । ଏଥିରେ ଆହୁରି ୬ରୁ ୧୦ ଟଙ୍କା ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି । ଖୋଦ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହା କହିଛନ୍ତି ।

ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରରେ ବର୍ଷା ହେଉଥିବାରୁ ଦର ବୃଦ୍ଧି ହେଉଛି । ତେବେ ବିଭାଗ ଏହା ଉପରେ ନଜର ରଖିଛି ।  ଆବଶ୍ୟକ ହେଲେ ରିହାତି ଦରରେ ପିଆଜ ଯୋଗାଇବାକୁ ସରକାର ଚିନ୍ତା କରୁଥିବା ମନ୍ତ୍ରୀ କହିଛନ୍ତି ।

କେବଳ ପିଆଜ ନୁହେଁ, ଡାଲି ଉପରେ ବି ମହଙ୍ଗା ମାଡ଼ । ମାସକ ମଧ୍ୟରେ ସମସ୍ତ ପ୍ରକାର ଡାଲିର ଦର ବୃଦ୍ଧି ହୋଇଛି । ଦୁଇ ସପ୍ତାହ ତଳେ ୭୦ ଟଙ୍କା ଥିବା ମୁଗ ଡାଲି ଏବେ କେଜି ୯୫ ଟଙ୍କା ହୋଇଥିବା ବେଳେ ୭୦ ଟଙ୍କା କିଲୋ ବିକ୍ରି ହେଉଥିବା ବିରି ୧୨୦ ଛୁଇଁବାକୁ ବସିଲାଣି । ସେହି ପରି କେଜି ୮୦ ଟଙ୍କା ଥିବା ହରଡ଼ ମଧ୍ୟ ୯୦ ଟପିଲାଣି । ଦକ୍ଷିଣ ଭାରତରେ ବର୍ଷା ଯୋଗୁଁ ଫସଲ ନଷ୍ଟ ହେବାରୁ ଦର ବୃଦ୍ଧି ଘଟିଥିବା ବ୍ୟବସାୟୀ କହିଛନ୍ତି ।

କାର୍ତ୍ତିକ ଆରମ୍ଭରୁ ପରିବା ଦର ବୃଦ୍ଧି ହୋଇଥିବା ବେଳେ ପଞ୍ଚୁକ ଆସୁଆସୁ ଦର ଆକାଶ ଛୁଆଁ ହେଲାଣି । ଆଳୁ, ଅମୃତ ଭଣ୍ଡା ଓ ବାଇଗଣକୁ ଛାଡ଼ି ଦେଲେ ଅଧିକାଂଶ ପରିବା ଦର ଅହେତୁକ ଭାବେ ବଢ଼ିଛି । ଭେଣ୍ଡି, ଦେଶୀ ପୋଟଳ, ଝୁଡ଼ଙ୍ଗ, ଜହ୍ନି ଆଦି କେଜି ପ୍ରତି ୭୦ ଟଙ୍କା ଡେଇଁଥିବା ବେଳେ  କ୍ୟାପସିକମ, ଗାଜର, କାକୁଡ଼ି ଆଦି କିଲୋ ୮୦ ଉପରେ ।

ଆଗକୁ ବର୍ଷା ଓ ତାପରେ ପଞ୍ଚୁକ ଥିବାରୁ ପରିବା ଦର ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ପରିସ୍ଥିତିର ଫାଇଦା ଉଠାଇ କେତେକ ବ୍ୟବସାୟୀ କଳାବଜରୀ କରିବାର ସମ୍ଭାବନା ରହିଛି । ତେଣୁ ଏଥି ପ୍ରତି ପ୍ରଶାସନକୁ ସଜାଗ ରହିବାକୁ ପଡ଼ିବ ।
First published: