ଏଣିକି ଆହାର କେନ୍ଦ୍ରରେ ମିଳିବ ଭାତ, ଡାଲମା ସହ ଅନ୍ୟ ଆଇଟମ୍; ଖୁସି ଖବର ଆଣିଲେ ସରକାର

Aahaar Kendra Food: ଗରିବଙ୍କ ପାଇଁ ଖୁସି ଖବର ଆଣିଲେ ରାଜ୍ୟ ସରକାର। ଏଣିକି ଆହାର କେନ୍ଦ୍ରରେ ମିଳିବ ଭାତ, ଡାଲମା ସହ ଅନ୍ୟ ଆଇଟମ୍। ୫ ଟଙ୍କାରେ ପେଟ ଭରା ଖାଦ୍ୟ ଖାଇବେ ଗରିବ।

ଆହାର କେନ୍ଦ୍ରରେ ମିଳିବ ଭାତ, ଡାଲମା ସହ ଅନ୍ୟ ଆଇଟମ୍

ଆହାର କେନ୍ଦ୍ରରେ ମିଳିବ ଭାତ, ଡାଲମା ସହ ଅନ୍ୟ ଆଇଟମ୍

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Aahaar Kendra Food: ଏଣିକି ଆହାର କେନ୍ଦ୍ରରେ (Aahar Kendra) ମିଳିବ ଭାତ, ଡାଲମା ସହ ଅନ୍ୟ ଆଇଟମ୍ (Food Iteams)। ଖାଦ୍ୟ ପ୍ରସ୍ତୁତ କରୁଥିବା ଏସଏଚଜି ମହିଳାଙ୍କୁ (SHG Women) ୭ ତାରିଖ ମଧ୍ୟରେ ପଇସା ପୈଠ କରାଯିବ। କ୍ୟାପିଟାଲ ହସ୍ପିଟାଲର ଆହାର କେନ୍ଦ୍ର ପରିଦର୍ଶନ କରିଛନ୍ତି ନଗର ଉନ୍ନୟନ ବିଭାଗର ନୋଡାଲ ଅଫିସର ଓ ଟିମ।

ଖାଦ୍ୟର ମାନ କିପରି ରହିଛି ଓ ପରିଷ୍କାର ପରିଛନ୍ନତା ନେଇ ଯାଞ୍ଚ କରିଛନ୍ତି। ମୁଖ୍ୟତଃ ଯେଉଁମାନେ ଖାଦ୍ୟ ଖାଉଛନ୍ତି ସେମାନଙ୍କର ଅସୁବିଧା ଓ ଆଵଶ୍ୟକତା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି।

ନୋଡାଲ ଅଫିସର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କର ବିଭାଗ ସମୀକ୍ଷା କରି ସାରିଛି । ଏବେ ଲୋକଙ୍କୁ ଭାତ, ଡାଲମା ଦିଆଯାଉଛି ତେବେ ଆଗକୁ କିଛି ନୂଆ ଆଇଟମ ଯୋଡ଼ିବା ପାଇଁ ଆଲୋଚନା ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଆସିଲେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ନୋଡାଲ୍ ଅଫିସର।

ବର୍ତ୍ତମାନ ରାଜ୍ୟ ସରକାରଙ୍କ ପରିଚାଳିତ ୧୬୭ଟି ଆହାର କେନ୍ଦ୍ରରେ ଦୈନିକ ୧ ଲକ୍ଷ ଲୋକଙ୍କୁ ମାତ୍ର ୫ ଟଙ୍କାରେ ଭୋଜନ ଯୋଗାଇ ଦିଆଯାଉଛି।

ବିଶେଷ କରି ବିଭିନ୍ନ ସହରର ପ୍ରମୁଖ ଛକ ସମେତ ହସ୍ପିଟାଲ, ବସ୍ ଷ୍ଟାଣ୍ଡ, ରେଳବାଇ ଷ୍ଟେସନ୍ ନିକଟରେ ଆହାର କେନ୍ଦ୍ର ଗୁଡ଼ିକ ଖୋଲିଛନ୍ତି ରାଜ୍ୟ ସରକାର। ନୂଆ ମେନ୍ୟୁରେ କଣ ରହିବ ସେ ନେଇ ଗ୍ରାହକଙ୍କ ମନରେ ଉତ୍କଣ୍ଠା ଲାଗି ରହିଥିବା ବେଳେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାତ, ଡାଲମା ଆଚାର ସାଙ୍ଗକୁ ଭଜା କିମ୍ବା ମିକ୍ସ ଭେଜ୍ ତରକାରୀ ଦିଆଯିବାର ଯୋଜନା ରହିଛି। ଏପରି କି ସପ୍ତାହକୁ ଦୁଇ ଦିନ ଅଣ୍ଡା ତରକରୀ ଦେବାର ଯୋଜନା ରହିଥିବା ସୂଚନା ମିଳିଛି।

ନୂଆ ମେନ୍ୟୁ ନେଇ ନଗର ଉନ୍ନୟନ ବିଭାଗ ବିଭିନ୍ନ ଜିଲ୍ଲାର ଜିଲ୍ଲା ପ୍ରଶାସନ ଓ ମ୍ୟୁନିସିପାଲଟି କର୍ପୋସନ କତ୍ତୃପକ୍ଷ ସହ ଆଲୋଚନା କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ମୋହରକୁ ଅପେକ୍ଷା କରାଯାଇଛି। ବିଶେଷ କରି ସୁସ୍ବାଦ ଖାଦ୍ୟ ସାଙ୍ଗକୁ ଆହାର କେନ୍ଦ୍ରକୁ ପରିଷ୍କାର ପରିଚ୍ଛନତା ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ।

ସୁଚନାଯୋଗ୍ୟ ଯେ, ୨୦୧୫ ଏପ୍ରିଲ ପହିଲାରୁ ରାଜ୍ୟର ୫ଟି ପୌରାଞ୍ଚଳରେ ୨୧ଟି ଆହାର କେନ୍ଦ୍ର ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୭.୨ କୋଟି ମିଲ୍ ଲୋକଙ୍କୁ ଦିଆଯାଇପାରିଛି। ଏହି ଯୋଜନାରେ ଖାଦ୍ୟ ପଦାର୍ଥ ପରିବହନ ପାଇଁ ୬୫ଟି ଗାଡି ଓ ୨୦୦୦ ଲୋକଙ୍କୁ ନିଯୁକ୍ତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଆହାର ଓଡିଶାର ୱେବ ପୋର୍ଟାଲ www.urbanodisha.gov.in/aahar ମଧ୍ୟରେ ଏହି କେନ୍ଦ୍ର ଉନ୍ମୋଚନ କରିଥିଲେ। ଏହି ୱେବସାଇଟ ଦ୍ୱାରା ଆହାର କାର୍ଯ୍ୟକ୍ରମ ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ଦାନ କରିବାକୁ ଅନୁରୋଧ ମଧ୍ୟ କରାଯାଇଥିଲା।

ପଢ଼ନ୍ତୁ ଏହି ଖବର: ଓଡ଼ିଶାର ୩୦ଟି ହଲରେ ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଶଳା ବୁଢ଼ାର ବଦ୍‌ଲା’; ଲାଗିଛି ଦର୍ଶକଙ୍କ ଭିଡ଼

ଅର୍ଥାତ୍ ସରକାରଙ୍କ ଏହି ଯୋଜନାରେ ସାମିଲ ହେବା ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ଜନ୍ମଦିନ, ବିବାହ, ବାର୍ଷିକୀ, ଶ୍ରାଦ୍ଧ ବା ଅନ୍ୟ କୌଣସି ସ୍ମରଣୀୟ ଦିନରେ ସ୍ୱଚ୍ଛାକୃତ ଭାବେ ଯେକୌଣସି ଆହାର କେନ୍ଦ୍ରକୁ ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ଖାଦ୍ୟ ପ୍ରଦାନର ବ୍ୟବସ୍ଥା କରିପାରିବେ।
Published by:Lipina Das
First published: