ଓଡ଼ିଆ କବିତାରେ ବିପ୍ଳବର ବହ୍ନି ରବି ସିଂ ଲିଭିଗଲେ, ଛାଡ଼ିଗଲେ ଶାଣିତ ଆଲୋକ

ସମାଜବାଦୀ ଭାବଧାରାରେ ଉବୁଟୁବୁ ନିଜ ଅଗ୍ନିବର୍ଷୀ କବିତା ପାଇଁ ‘‘ବିପ୍ଲବୀ କବି’’ର ଆଖ୍ୟା ପାଇଥିବା ରବି ସିଂ ଓଡ଼ିଆ କବିତା ଜଗତରେ ସୃଷ୍ଟି କରିଥିଲେ ଏକ ନୂଆ ଧାରା । ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

ଓଡ଼ିଆ କବିତାରେ ବିପ୍ଳବର ବହ୍ନି ରବି ସିଂ ଲିଭିଗଲେ, ଛାଡ଼ିଗଲେ ଶାଣିତ ଆଲୋକ
ବିପ୍ଳବୀ କବି ରବି ସିଂ
  • News18 Odia
  • Last Updated: February 2, 2020, 12:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଓଡ଼ିଶାର ଖ୍ୟାତନାମା ବିପ୍ଳବୀ କବି ରବି ସିଂଙ୍କର ଆ଼ଜି ୮୯ ବର୍ଷ ବୟସରେ ପରଲୋକ ହୋଇଛି । ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ରହିବା ପରେ ଆଜି ସକାଳେ କଟକର ନୂଆପଡ଼ା ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ସମାଜବାଦୀ ଭାବଧାରାରେ ଉବୁଟୁବୁ ନିଜ ଅଗ୍ନିବର୍ଷୀ କବିତା ପାଇଁ ‘‘ବିପ୍ଲବୀ କବି’’ର ଆଖ୍ୟା ପାଇଥିବା ରବି ସିଂ ଓଡ଼ିଆ କବିତା ଜଗତରେ ସୃଷ୍ଟି କରିଥିଲେ ଏକ ନୂଆ ଧାରା । ‘ଲାଲ ପାଗୋଡ଼ା ଓ ଅନ୍ୟାନ୍ୟ କବିତା’ର ଏଇ ସ୍ରଷ୍ଟାଙ୍କ ପରଲୋକରେ ବହୁ ସହିତ୍ୟିକ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ଦୀର୍ଘ ଛଅ ଦଶନ୍ଧି ଧରି ଓଡ଼ିଆ ସାହିତ୍ୟ ଜଗତରେ ଝଲକୁଥିବା ଏହି ଅନନ୍ୟ କାବ୍ୟ ତାରକାଙ୍କ ଲିଭିଯିବାରୁ ସାହିତ୍ୟ ଜଗତ ଉପରେ ପଡ଼ିଛି ଅନ୍ଧକାରର ଛାଇ ।

ରବି ସିଂ ଏକାଧାରରେ ଥିଲେ କବି, ସମାଲୋଚକ ଓ ଓଜସ୍ୱୀ ବକ୍ତା । ନିଜର ନିର୍ଭୀକ ମତ, ବିଶ୍ବ ସମାଜବାଦୀ ଆନ୍ଦୋଳନରେ ତାଙ୍କ ଲେଖକୀୟ ଭୂମିକା ଓ  କବିତାରେ ଶାଣିତ ଦୃଷ୍ଟିଭଙ୍ଗୀ ଯୋଗୁଁ ଦଶନ୍ଧି ଦଶନ୍ଧି ଧରି ସେ ବେଶ୍ ଚର୍ଚ୍ଚିତ ଥିଲେ । ଅତ୍ୟନ୍ତ ଦୈନ୍ୟ ଜୀବନରୁ ସାହିତ୍ୟ ସୃଷ୍ଟି କରିଆସିଥିବା ରବି ସିଂ ନିରନ୍ତର ସଂଘର୍ଷ କରି ସେ ସାହିତ୍ୟାକାଶରେ ସାଜିଥିଲେ ଉଜ୍ଜ୍ବଳ ତାରକା ।

ତାଙ୍କର ବହୁଚର୍ଚ୍ଚିତ ଆତ୍ମଜୀବନୀ ‘ନିଃସଙ୍ଗ ପଦାତିକ’ କେବଳ ତାଙ୍କ ଜୀବନ ଧାରା ନୁହେଁ, ବରଂ ସମସାମୟିକ ରାଜନୀତି ଓ ସାହିତ୍ୟ ଜଗତ ଲାଗି ରହିବ ଚ଼ିର ଜୀବନ୍ତ । ତାଙ୍କୁ ୧୯୬୧ରେ ଓଡ଼ିଶା  ସାହିତ୍ୟ ଏକାଡେମୀ ପୁରସ୍କାର ଓ ୧୯୧୭ରେ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ରେ ସମ୍ମାନିତ କରାଯାଇଥିଲା ।

ରବି ସିଂଙ୍କର ଅନ୍ୟ ପ୍ରସିଦ୍ଧ ପୁସ୍ତକ ଗୁଡ଼ିକ ହେଲା ‘ପଥ ପ୍ରାନ୍ତର କବିତା’, ‘ଚ଼ରମ ପତ୍ର’, ‘ଶିଥିଳ ବଲଗା’, ‘ଭୁକୁଟୀ’, ‘ବିଦୀର୍ଣ୍ଣ’, ‘ଅପ୍ରୀତିକର କବିତା’, ‘ଦୁର୍ଗମ ଗିରି‘, ‘ଝଡ଼’, ‘ସର୍ବହରା’ ଓ ‘ଅନାର୍ଯ୍ୟର ଚର୍ଯ୍ୟାପଦ’ । ଏଇ ପୁସ୍ତକଗୁଡ଼ିକ ବେଶ୍ ପାଠକୀୟ ପରିଚିତି ଲାଭ କରିଛି ।
First published: February 2, 2020, 12:58 PM IST