ପୁରୀ ଜିଲ୍ଲାର ବନ୍ୟାଞ୍ଚଳ ପରିସ୍ଥିତିର ସମିକ୍ଷା କଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପୁରୀରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ପରେ ରିଲିଫ, ଥଇଥାନ, କ୍ଷୟକ୍ଷତିର ଆକଳନ ଉପରେ ଆଲୋଚନା କରିଛନ୍ତି ।

ପୁରୀ ଜିଲ୍ଲାର ବନ୍ୟାଞ୍ଚଳ ପରିସ୍ଥିତିର ସମିକ୍ଷା କଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ପୁରୀ ଜିଲ୍ଲାର ବନ୍ୟାଞ୍ଚଳ ପରିସ୍ଥିତିର ସମିକ୍ଷା କଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ

  • Share this:
News 18 Odia Digital

ପୁରୀ; ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପୁରୀରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ପରେ ରିଲିଫ, ଥଇଥାନ, କ୍ଷୟକ୍ଷତିର ଆକଳନ ଉପରେ ଆଲୋଚନା କରିଛନ୍ତି । ବୈଠକରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା, ପୁରୀ ଜିଲ୍ଲାପାଳ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ପୂର୍ବତନ ପୁରୀ ବିଧାୟକ ମହେଶ୍ବର ମହାନ୍ତି, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରା, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ପିପିଲି ବିଧାୟକ ରୁଦ୍ର ମହାରଥୀ , ସମସ୍ତ ବ୍ଲକର ବିଡିଓ ଏବଂ ତହସିଲଦାର ମାନେ ଉପସ୍ଥିତ ଥିଲେ ।



ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ସ୍ଥିତି ପରଖିଥିବା ବେଳେ ଗତକାଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବନ୍ୟା ଜନିତ କ୍ଷୟକ୍ଷତିର ସମିକ୍ଷା କରିଛନ୍ତି । ଜିଲ୍ଲାରେ ଦୟା, ଭାର୍ଗବୀ, କୁଶଭଦ୍ରା, ରତ୍ନଚିରା, ଲୁଣା ଓ ମକରା ଆଦି ନଦୀ ଓ ତାର ଶାଖାନଦୀ ଦେଇ ବନ୍ୟା ଜଳ ସମୁଦ୍ରକୁ ନିସ୍କାସିତ ହେଉଥିବାରୁ ପୁରୀ ଜିଲ୍ଲାରେ କୁତ୍ରିମ ବନ୍ୟା ବିଭୀଷିକା ଦେଖାଦେଇଛି । ଫଳରେ ଜିଲ୍ଲାର ଅସ୍ତରଙ୍ଗ, ଗୋପ, ଡେଲାଙ୍ଗ, କଣାସ, ନିମାପଡା, ପିପିଲି, ପୁରୀ ସଦର ଆଦି ସାତଟି ବ୍ଲକ ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି । "ପୁରୀ ଜିଲ୍ଲାରେ ମୋଟ ୫୫ଟି ପଞ୍ଚାୟତର ୨୦୧ଟି ଗ୍ରାମ ବନ୍ୟା ପାଣିରେ ବୁଡି ରହିଛି । ମୋଟ ପ୍ରାୟ ୧,୪୩,୪୨୯ ଲୋକ ପ୍ରଭାବିତ ହେବା ସହ ଘରଛାତ କିମ୍ବା ନଦୀବନ୍ଧ ଉପରେ ଆଶ୍ରୟ ନେଇଛନ୍ତି । ଗତ ୧୭ ତାରିଖ ସୁଦ୍ଧା ୧୪୨ଟି ଗ୍ରାମର ପ୍ରାୟ ୧,୧୦,୪୪୭ଜଣ ଲୋକ ଜଳବନ୍ଦୀ ଜୀବନ ଅତିବାହିତ କରୁଛନ୍ତି । ପ୍ରାୟ ୬୮ଟି ଗ୍ରାମର ମୋଟ ୭୬,୮୬୨ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ଏହି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଉପରେ ପାଣି ଚାଲୁଥିବା ଯୋଗୁଁ ଏସବୁ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଗତ ୧୭ତାରିଖ ଦିନ ମୋଟ ୧୨,୩୧୯ଜଣଙ୍କୁ ୧୬୧ଟି ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଥିଲା । ଗତକାଲି ୧୦,୩୬୦ ଜଣଙ୍କୁ ୭ଟି ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ମୋଟ ୨୨,୬୭୯ ଜଣଙ୍କୁ ଇଭାକୁଏଟ୍ କରାଯାଇ ୧୬୮ଟି ସେଣ୍ଟରରେ ସୁରକ୍ଷିତ ଭାବେ ରଖାଯାଇଛି । ପ୍ରଥମେ ୨୮ଟି ଓ ପରେ ଆଉ ୧୯ଟି କେନ୍ଦ୍ରରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ଅଧିକ ୭ଟି କେନ୍ଦ୍ର ମଞ୍ଜୁର କରାଯାଇଛି । ରିଲିଫ କେନ୍ଦ୍ର ଖୋଲାଯାଇ ରିଲିଫ ବଣ୍ଟନ କରାଯାଉଛି ବୋଲି କହିଛନ୍ତି ଗୃହମନ୍ତ୍ରୀ ତୁଷାରକାନ୍ତି ବେହେରା ।

ତେବେ ପୁରୀ ଜିଲ୍ଲାରେ ୧୮୦ କୁଇଣ୍ଟାଲ ଚାଉଳ, ୬୭୫କେଜି ଚୁଡା , ୮୭ କେଜି ଚିନି ଓ ଗୁଡ , ୨୫ହଜାର ପାଣି ବୋତଲ ସହ ୮ହଜାର ପାଣି ପାଉଚ ଆଦି ରିଲିଫ ବଣ୍ଟନ କରାଯାଇଛି । ଗତକାଲି ମଧ୍ୟ ଅତିରିକ୍ତ ୪୯୦କେଜି ଚୁଡା, ୪୯କେଜି ଚିନି ଓ ଗୁଡ ଆଦି ବଣ୍ଟନ କରାଯାଇଛି । ସେହିଭଳି ବନ୍ୟାଞ୍ଚଳରେ ୪୬ହଜାରରୁ ଉର୍ଦ୍ଧ୍ବ ପାଣି ବୋତଲ ବଣ୍ଟନ କରାଯାଇଥିବା ବେଳେ ୧୨୨୦ ପଲିଥିନ ରିଲିଫ ବାବଦରେ ବଣ୍ଟନ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ରହିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ତଥା ବିଧ୍ୟାୟକ ସମୀର ରଞ୍ଜନ ଦାଶ ।

ଏବେ ସୁଦ୍ଧା ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ଶୂନ ରହିଛି । ବନ୍ୟା ଯୋଗୁଁ ପ୍ରାୟ ୩୭ହଜାର ଗୋସମ୍ପଦ ପ୍ରଭାବିତ ହୋଇଥିଲେ ମଧ୍ୟ ସମସ୍ତେ ସୁରକ୍ଷିତ ରହିଛନ୍ତି । ତେବେ ବନ୍ୟା ଯୋଗୁଁ ବ୍ୟାପକ ଫସଲ ହାନି ଘଟିଥିବା ଜଣାପଡିଛି । ସରକାରୀ ରିପୋର୍ଟ ଅନୁସାରେ ପ୍ରାୟ ୬୫୭୭ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । କେଉଁ ଜମି କେତେ କ୍ଷତିଗ୍ରସ୍ତ ହୋଇଛି ତାହାର ସଠିକ୍ ଭାବେ ଆକଳନ କରାଯିବା ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

ସେପଟେ ପୁରୀ ସଦର ଅଞ୍ଚଳରେ ମଧ୍ୟ ବନ୍ୟା ଜନିତ କ୍ଷୟକ୍ଷତି ହୋଇଛି । ଶାସନ ଦାମୋଦର ପୁର ପଞ୍ଚାୟତ, ସୁଜାତା ନଗର ଆଦି ଅନେକ ସ୍ଥାନରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କ୍ଷୟକ୍ଷତିର ଆକଳନ ସମୟରେ ଏସବୁ ଦିଗରେ ପଦକ୍ଷେପ ଗ୍ରହଣ କରାଯିବା ନେଇ ପ୍ରଶ୍ନ ଉଠାଇଛନ୍ତି ପୁରୀ ବିଧାୟକଜୟନ୍ତ ଷଡ଼ଙ୍ଗୀ ।
Published by:Soubhagya Mishra
First published: