ପ୍ରକାଶ ପାଇଲା ନିଟ୍ ୟୁଜି ଫଳାଫଳ; ପ୍ରିୟ ସୋମଦତ୍ତ ହେଲେ ଓଡ଼ିଶା ଟପ୍ପର
- News18 Odia
- Last Updated :
News 18 Odia Digital
ଭୁବନେଶ୍ୱର : ନିଟ ୟୁଜି ପରୀକ୍ଷା ଫଳ ପ୍ରକାଶ ପାଇଛି । ନିଟ୍ ପରୀକ୍ଷା ଫଳ ପ୍ରକାଶ କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି । ଅଣ୍ଡର ଗ୍ରାଜୁଏଟ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ହୋଇଥିବା ନ୍ୟାସନାଲ ଇଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ (NEET) ପରୀକ୍ଷା ଫଳ ପ୍ରକାଶ ପାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ଵାରା ଘୋଷିତ ପରୀକ୍ଷା ଫଳ ଅନୁଯାୟୀ ଓଡ଼ିଶାର ପ୍ରିୟ ସୋମଦତ୍ତ ନାୟକ ରାଜ୍ୟ ଟପ୍ପର ହୋଇଥିବାବେଳେ ରାଜସ୍ଥାନର ତନିସ୍କା ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି । ପ୍ରିୟ ସୋମଦତ୍ତ ନାୟକ ୯୯.୯୯ ସ୍କୋର ରଖି ଓଡ଼ିଶାରୁ ଆଗରେ ରହିଥିବା ବେଳେ ସର୍ବ ଭାରତୀୟ ରାକିଂରେ ୩୯ରେ ରହିଛନ୍ତି ।
ପ୍ରିୟ ସୋମଦତ୍ତ କହିଛନ୍ତି, "ନିଟ୍ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଥିଲି । ପରୀକ୍ଷା ଭଲ ହୋଇଥିବାରୁ ଶ୍ରେଷ୍ଠ ଶହେ ରହିବି ବୋଲି ଆଶା ରଖିଥିଲି । ମାତ୍ର ସର୍ବ ଭାରତୀୟ ସ୍ତରରେ ଶ୍ରେଷ୍ଠ ୫୦ ଓ ରାଜ୍ୟ ଟପ୍ପର ହୋଇଥିବାରୁ ମୁଁ ବହୁତ ଖୁସି ଅଛି । ଲକ୍ଷ୍ୟ ରଖିଛି ଭବିଷତ୍ୟରେ ଜଣେ ଡାକ୍ତର ହୋଇ ଓଡିଶାବାସୀଙ୍କ ସେବା କରିବି ବୋଲି ।"
ଗତ ଜୁଲାଇ ୧୭ ତାରିଖରେ ନିଟ୍ ୟୁଜିସି ପରୀକ୍ଷା ହୋଇଥିଲା। ମୋଟ ୧୮.୭୨ ଲକ୍ଷ ଆଶାୟୀ ପଞ୍ଜିକରଣ କରିଥିବାବେଳେ ପରୀକ୍ଷା ଦେଇଥିଲେ ୧୭.୭୬ ଲକ୍ଷ। ପରୀକ୍ଷାରେ ମୋଟ ୯.୯୩ ଲକ୍ଷ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେଥି ମଧ୍ୟରୁ ଓଡ଼ିଶାରୁ ୪୪ ହଜାର ୯୪୭ ଜଣ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଥିବାବେଳେ ସେମାନଙ୍କର ମଧ୍ୟରୁ ୪୩ ହଜାର ୮୦ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୨୬ ହଜାର ୨୭୯ ଜଣ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।