ଦରମା ବାହାରେ ୪.୬୨ କୋଟି ଟଙ୍କା ଠୁଳ କରିଥିବା ବନ ଅଧିକାରୀ ଅଭୟ ଜେନା ଜେଲ ଗଲେ

ଅଭୟଙ୍କ ପତ୍ନୀ ସୁବାସିନିଙ୍କ ନାମରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି । ଅଭୟଙ୍କ କଳା ଧନ ବୃଦ୍ଧି କରିବାରେ ସୁବାସିନି ସହଯୋଗ କରିଥିବା ନେଇ ପ୍ରମାଣ ମିଳିବା ପରେ ତାଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ ।

ଦରମା ବାହାରେ ୪.୬୨ କୋଟି ଟଙ୍କା ଠୁଳ କରିଥିବା ବନ ଅଧିକାରୀ ଅଭୟ ଜେନା ଜେଲ ଗଲେ
ଅଭୟ ଜେନା (ବାମ); ଭିଜିଲାନ୍ସ ରେଡ୍ ସମୟର ଏକ ଦୃଶ୍ୟ
  • News18 Odia
  • Last Updated: August 19, 2020, 11:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବାଲୁଗାଁ ଫରେଷ୍ଟ ଡ଼ିଭିଜନର ଅବସରପ୍ରାପ୍ତ ରେଞ୍ଜରଙ୍କ ଅଭୟ ଜେନାଙ୍କୁ ଗିରଫ କରି ଜେଲ୍‌ ପଠେଇଛି ଭିଜିଲାନ୍ସ । ୨୦୦୦ ମସିହାରୁ ୨୦୨୦ ମାର୍ଚ୍ଚ ୩୧ ତାରିଖ ଅର୍ଥାତ ତାଙ୍କର ଅବସର ତାରିଖ ମଧ୍ୟରେ ସେ ୪ କୋଟି ୬୨ ଲକ୍ଷ ଟଙ୍କାରୁ ଅଧିକ ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ତଦନ୍ତରୁ ଜଣାପଡ଼ିଛି ।

ଦୁର୍ନୀତି ନିବାରଣ ଆଇନ ୨୦୧୮ର ଧାରା ୧୩(୨), ୧୩(୧)ଖ, ୧୨ ଆଧାରରେ ତାଙ୍କୁ ଗିରଫ କରାଯିବା ସହ ସମାନ ଧାରାରେ ତାଙ୍କ ପତ୍ନୀଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି । ଗିରଫ ହେବା ପରେ ଜେନାଙ୍କୁ ଭୁବନେଶ୍ବର ସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା । ବୁଧବାର ଦିନ ତାଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଅଭୟଙ୍କ ଆୟବର୍ହିଭୁତ ସମ୍ପତ୍ତି ଠୁଳ ମାମଲାର ତଦନ୍ତ କରୁଥିବା ଭିଜିଲାନ୍ସକୁ ତାଙ୍କର ପୋତା ଧନ ସମ୍ପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି । ଭିଜିଲାନ୍ସର ଟେକ୍ନିକାଲ୍‌ ଟିମ୍‌ ତାଙ୍କର ମୋଟ ସମ୍ପତ୍ତି, ଯେଉଁଥିରେ ତାଙ୍କର ପୈତୃକ ଓ ପାରିବାରିକ ସମ୍ପତ୍ତି ରହିଛି, ସେସବୁର ମୂଲ୍ୟାୟନ କରି ମୋଟ ଆୟବହିର୍ଭୂତ ସମ୍ପତ୍ତି ୪ କୋଟି ୬୨ ଲକ୍ଷ ୯୩ ହଜାର ଟଙ୍କା ବୋଲି କହିଛି ।

ଭିଜିଲାନ୍ସ ଭୁବନେଶ୍ବର ଡିଭିଜନର ଅତିରିକ୍ତ ଏସ୍.ପି. ଅକ୍ଷୟ କୁମାର ମିଶ୍ର


ଅଭୟଙ୍କ ଏହି ବେଆଇନ କାରବାରରେ ତାଙ୍କ ପତ୍ନୀ ସୁବାସିନି ଜେନାଙ୍କର ମଧ୍ୟ ସହଯୋଗ ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଅଭୟଙ୍କ ପତ୍ନୀଙ୍କ ନାମରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି । ସେଥି ମଧ୍ୟରେ ଭୁବନେଶ୍ବରରେ ଥିବା ୧ କୋଟି ୨୮ ଲକ୍ଷ ଟଙ୍କାର ତିନି ମହଲା ବିଶିଷ୍ଟ କୋଠା ସହ ଅନେକ ବହୁ ମୂଲ୍ୟ ପ୍ଲଟ ମଧ୍ୟ ସୁବାସିନିଙ୍କ ନାଁରେ ରହିଛି । ଅଭୟଙ୍କ କଳା ଧନ ବୃଦ୍ଧି କରିବାରେ ସୁବାସିନି ସହଯୋଗ କରିଥିବା ନେଇ ପ୍ରମାଣ ମିଳିବା ପରେ ତାଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ ।

“ବଳିଷ୍ଠ ପ୍ରମାଣ ପାଇବା ପରେ ଅଭୟ ଜେନାଙ୍କୁ ଆମେ ଗରିଫ କରି କୋର୍ଟ ଚାଲାଣ କରିଛୁ । ଅଭୟଙ୍କର ମୋଟ ସମ୍ପତ୍ତିର ଆକଳନ କରି ଆମର ଟେକନିକାଲ ଟିମ ତାଙ୍କର ଆୟବହିର୍ଭୂତ ସମ୍ପତ୍ତି ଠାବ କରିଛି । ଏବେ ଆମେ ଅଧିକରୁ ଅଧିକ ପ୍ରମାଣ ସଂଗ୍ରହ କରିବୁ । ପରବର୍ତ୍ତୀ ସମୟରେ ତାଙ୍କର ଆୟବହିର୍ଭୂତ ସମ୍ପତ୍ତିକୁ ବାଜ୍ୟାପ୍ତ କରିବା ପାଇଁ ଆମେ କୋର୍ଟଙ୍କ ଦ୍ବାରସ୍ଥ ହେବୁ,” କହିଛନ୍ତି ଭିଜିଲାନ୍ସ ଭୁବନେଶ୍ବର ଡିଭିଜନର ଅତିରିକ୍ତ ଏସ୍‌.ପି. ଅକ୍ଷୟ କୁମାର ମିଶ୍ର ।

ଏହା ବି ପଢ଼ନ୍ତୁ | ସଚିନ ତେନ୍ଦୁଲକର ନିଜ ଫ୍ୟାନମାନଙ୍କୁ କହିଲେ: ‘ମୋ’ ପ୍ରଥମ କାର୍‌ ମୋତେ ଖୋଜି ଆଣି ଦିଅ’

ଏହା ବି ପଢ଼ନ୍ତୁ | Watch VIDEO: କୋଭିଡ-୧୯ରେ ମୃତ୍ୟୁ ପୂର୍ବରୁ କହିଗଲେ ଆମେରିକୀୟ ମହିଳା: ‘ମାସ୍କ ପିନ୍ଧନ୍ତୁ’

୧୯୯୯ ମସିହାରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ଭିଜିଲାନ୍ସ ତାଙ୍କ ବିରୋଧରେ ପ୍ରଥମ ମାମଲା ରୁଜୁ କରିଥିଲା । ସେତେବେଳେ କଟକର ସିଡିଏ ଓ ହିନ୍ଦୋଳକୋଠି ଛକ ଠାରେ ଥିବା ଦୁଇଟି ଘର ସହିତ ବହୁତ କମ ପରିମାଣ ଆୟବହିର୍ଭୂତ ସମ୍ପତ୍ତି ଠାବ ହୋଇଥିଲା । ସେହି ମାମଲା କୋର୍ଟରେ ବିଚାରାଧିନ ଥିବାରୁ ୧୯୯୯ ମସିହା ଠାରୁ ସେ ନିଜ ଦରମାର ଅଧା ଅର୍ଥାତ ପାଖାପାଖି ୩୦ ହଜାର ଟଙ୍କା ପାଉଥିଲେ । ଏହା ସହିତ ଅବସର ପରେ ମଧ୍ୟ ତାଙ୍କୁ ପେନସନ ବି ମିଳୁ ନ ଥିଲା । କିନ୍ତୁ ଏହା ସତ୍ତ୍ୱେ ବି ତାଙ୍କ ସମ୍ପତ୍ତି ଦିନକୁ ଦିନ ବୃଦ୍ଧି ପାଇଥିଲା । କେବଳ ବାଲୁଗାଁ ନୁହେଁ, ଏହା ପୂର୍ବରୁ ସେ ଢେଙ୍କାନାଳ ଓ ବଲାଙ୍ଗିରରେ ଥବା ବେଳେ ମଧ୍ୟ ଦୁର୍ନିତିରେ ଲିପ୍ତ ଥିଲେ । ସେଇଥି ପାଇଁ ତାଙ୍କୁ ଅନେକ ଥର ନିଲମ୍ବିତ ମଧ୍ୟ କରାଯାଇଥିବା ଜଣା ପଡିଛି ।



ମଙ୍ଗଳବାର ଦିନ ଅଭୟ ଜେନାଙ୍କ କଟକ ହିନ୍ଦୋଳକୋଠୀ ଛକ ସ୍ଥିତ ବାସଭବନ ସହିତ ମୋଟ ପାଞ୍ଚଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ । ଏହି ଚଢ଼ାଉ ସମୟରେ ତାଙ୍କର ୪ କୋଟି ୩୮ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଭିଜିଲାନ୍ସ ଠାବ କରିଥିଲା ।
Published by: Anand Shankar Thankur Das
First published: August 19, 2020, 11:55 PM IST
corona virus btn
corona virus btn
Loading