ପୁରୀ: ଚୋରିକୁ ବିରୋଧ କରିବାରୁ ଅବସରପ୍ରାପ୍ତ ଯବାନଙ୍କୁ ଆକ୍ରମଣ; ଖପୁରୀ ୪ ଖଣ୍ଡ ହେଲା

ଦୁର୍ବୃତ୍ତମାନେ ଲୁହା ରଡ଼ରେ ତାଙ୍କ ମଥାକୁ ପିଟି ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ରାସ୍ତା ଉପରେ ପିଙ୍ଗିଦେଲେ । ତାଙ୍କ ମୋବାଇଲ ଫୋନ୍ ଓ ପର୍ସ ଲୁଟିନେଇ ଚାଲିଗଲେ । ଏବେ ସେ ମୃତ୍ୟୁ ବିରୋଧରେ ସଂଗ୍ରାମ କରୁଛନ୍ତି ।

ପୁରୀ: ଚୋରିକୁ ବିରୋଧ କରିବାରୁ ଅବସରପ୍ରାପ୍ତ ଯବାନଙ୍କୁ ଆକ୍ରମଣ; ଖପୁରୀ ୪ ଖଣ୍ଡ ହେଲା
ଗୁରୁତର ଭାବେ ଆହତ ପ୍ରଦୀପ୍ତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଉଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ସ୍ଥଳ ସେନାର ଜଣେ ଅବସରପ୍ରାପ୍ତ ଯବାନଙ୍କ ଉପରେ ଗତ କାଲି ଭୋର ସମୟରେ ହୋଇଛି ମରଣାନ୍ତକ ଆକ୍ରମଣ । ସେ ମର୍ଣ୍ଣିଂ ୱାର୍କରେ ଯାଉଥିବା ସମୟରେ ଏକ ଦୋକାନ ଭାଙ୍ଗି ଚୋରି କରୁଥିଲେ କିଛି ଦୁର୍ବୃତ୍ତ । ସେମାନଙ୍କୁ ବିରୋଧ କରିବାରୁ ତାଙ୍କ ପାଇଁ ହେଲା ସମସ୍ୟା । ଚୋରଙ୍କ ମରଣାନ୍ତକ ଆକ୍ରମଣରେ ଲହୁ ଲୁହାଣ ହୋଇଯାଇଥିଲେ ପୁରୀ ତାଳବଣିଆ ଥାନା ଅଞ୍ଚଳର ପ୍ରଦୀପ୍ତ କୁମାରଖଣ୍ଡାୟତ ରାୟ  । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ପ୍ରଥମେ ଭୁବନେଶ୍ୱର ଓ ତା’ ପରେ କଟକ ସ୍ଥାନାନ୍ତର କରାଯାଇଛି । ସମୁଦ୍ରକୂଳ ଥାନା ପୁଲିସ ଏହି ଘଟଣାର ଛାନଭିନ ଆରମ୍ଭ କରିଛି  ।

ଆହତ ଅବସରପ୍ରାପ୍ତ ଯବାନ ପ୍ରଦୀପ୍ତ କୁମାରଖଣ୍ଡାୟତ ରାୟଙ୍କ କହିବା ଅନୁଯାୟୀ ମେ 31 ଭୋର ୪ଟାବେଳେ ସେ ତାଳବଣିଆ ଥାନା ଅଞ୍ଚଳରେ ଥିବା ବ୍ୟାଙ୍କ କଲୋନୀରୁ ମର୍ଣ୍ଣିଂ ୱାର୍କରେ ବାହାରିଥିଲେ । ‘‘ଯିବା ବେଳେ ଆଇଟିଆଇ କଲେଜ ଛକରେ ମୁଁ ହଠାତ ଅଟକି ଯାଇଥିଲି । ସେଠାରେ କିଛି ଯୁବକ ଏକ ଦୋକାନର କବାଟ ଭାଙ୍ଗୁଥିଲେ । ଦୁର୍ବୃତ୍ତମାନେ ଲୁହା ରଡ଼ ଦୋକାନର କବାଟ ଭିତରେ ଭର୍ତ୍ତି କରି ତାଡ଼ୁ ଥିବାରୁ ପ୍ରଥମେ ମୁଁ ସେମାନଙ୍କୁ ପାଟି କଲି । ତା’ ପରେ ସେମାନଙ୍କୁ ଅଟକାଇ ବିରୋଧ କରିବା ବେଳେ ପାଖରେ ରଖିଥିବା ଟର୍ଚ୍ଚ ପକାଇ 'ସ୍ଥାନ ଛାଡି ପଳାଅ ନ ହେଲେ ପୁଲିସକୁ ଡାକିବି' ବୋଲି କହିଲି । କିନ୍ତୁ ସେମାନେ ମୋତେ ଆକ୍ରମଣ କଲେ । ଲୁହା ରଡରେ ମୋତେ ପିଟିଲେ । ମୋ’ ମୁଣ୍ଡକୁ ପିଟି ଦେବାରୁ ମୁଁ ଚିତ୍କାର କରିବା ପରେ ଚେତାଶୂନ୍ୟ ହୋଇ ପଡିଗଲି । ମୋତେ ମୁମୂର୍ଷ ଅବସ୍ଥାରେ ଫିଙ୍ଗି ଦେଇ ସେମାନେ ମୋ’ ପକେଟରୁ ମୋବାଇଲ ଫୋନ୍‌ ଓ ପର୍ସ ଲୁଟି ନେଇ ପଳାଇଥିଲେ,’’ କହିଛନ୍ତି ଆହତ ୫୫ ବର୍ଷୀୟ ଅବସରପ୍ରାପ୍ତ ଯବାନ ପ୍ରଦୀପ୍ତ ଖଣ୍ଡାୟତରାୟ  ।

ପ୍ରଦୀପ୍ତଙ୍କ ଚାରି ଖଣ୍ଡ ହୋଇଯାଇଥିବା ଖପୁରୀର ଏକ ଏକ୍ସ-ରେ ଛବି


ପ୍ରଦୀପ୍ତଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇ ପ୍ରବଳ ରକ୍ତ ସ୍ରାବ ହୋଇଥିଲା । ସେ ନିସ୍ତେଜ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ବେଳେ ସେହି ବାଟ ଦେଇ ଜଣେ ପୁଲିସ କର୍ମଚାରୀ ଯାଉଥିଲେ । ସେ ପ୍ରଦୀପ୍ତଙ୍କୁ ଏଭଳି ଅବସ୍ଥାରେ ଦେଖି ତାଳବଣିଆ ଥାନାକୁ ଖବର ଦେଇଥିଲେ  । ଥାନା ପୁଲିସ ତାଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା  ।

ମରଚିକୋଟ ଛକର ଜଣେ ସ୍ୱେଛାସେବୀ ନୀଳକଣ୍ଠ ପଟ୍ଟନାୟକ କହିଛନ୍ତି: ‘‘ମୁଁ ଯେତେବେଳେ ମେଡିକାଲରେ ପ୍ରଦୀପ୍ତଙ୍କୁ ଏଭଳି ଅବସ୍ଥାରେ ଦେଖିଲି, ପୁଲିସକୁ ତାଙ୍କ ବିଷୟରେ ପଚାରିଲି । ପରିଚୟ ନାହିଁ ବୋଲି ସୋମାନେ କହିଲେ। ତା’ ପରେ ପ୍ରଦୀପ୍ତଙ୍କୁ ବହୁ କଷ୍ଟରେ ପଚାରି ପରିଚୟ ସଂଗ୍ରହ କରିବା ପରେ ତାଙ୍କ ପରିବାରକୁ ଖବର ଦେଲି । ପରିବାର ଲୋକେ ମେଡିକାଲରେ ପହଞ୍ଚିବା ପରେ ତାଙ୍କୁ ତୁରନ୍ତ ଭୁବନେଶ୍ୱର ଓ ତା’ ପରେ କଟକ ନେଇ ଚିକିତ୍ସା କରୁଛନ୍ତି  । ପରିବାର ଲୋକଙ୍କୁ ତାଙ୍କ ଦେହ ବିଷୟରେ ପଚାରିବା ପରେ ମୁଣ୍ଡର ସିଟି ସ୍କାନ ପରେ ଲୁହା ରଡରେ ତାଙ୍କ ମୁଣ୍ଡର ଖପୁରୀ ଚାରି ଖଣ୍ଡ ହୋଇଥିବା ସେମାନେ ସୂଚନା ଦେଇଛନ୍ତି । ଏହି ଘଟଣାକୁ ନେଇ ସମୁଦ୍ର କୂଳ ଥାନାରେ ପ୍ରଦୀପ୍ତଙ୍କ ପରିବାର ପକ୍ଷରୁ ଏକ ମାମଲା ଦାୟର କରାଯାଇଛି ।’’

ହସପିଟାଲରେ ଏବେ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି ପ୍ରଦୀପ୍ତ ।


‘‘ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେହି ସମୟର ସିସିଟିଭି ଫୁଟେଜ ଆଦିକୁ ଛାନଭିନ କରାଯାଇଛି । ଏହି ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି । ସାହସିକତାର ପରିଚୟ ଦେଇ ଚୋରମାନଙ୍କୁ ବିରୋଧ କରି ନିଜ ଜୀବନକୁ ସଙ୍କଟରେ ପକାଇବା ଘଟଣାରେ ତାଙ୍କର ଏଭଳି ଅବସ୍ଥାକୁ ନେଇ ମୁଁ ଦୁଃଖ ପ୍ରକାଶ କରୁଛି । ତେବେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସେମାନଙ୍କୁ ଧରାଯିବ,’’ କହିଛନ୍ତି ସମୁଦ୍ର କୂଳ ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି ।

ଦେଶ ପାଇଁ ଲଢ଼ି ଅବସର ନେବା ପରେ ସମାଜ ପାଇଁ ମଧ୍ୟ ଜଣେ ଯୋଦ୍ଧା ପାଲଟିଥିବା ଅବସରପ୍ରାପ୍ତ ଯବାନଙ୍କୁ ଚୋରମାନେ ଏଭଳି ମରଣାନ୍ତକ ଆକ୍ରମଣ କରିବା, ପୁଣି ଏଯାବତ ସେମାନଙ୍କୁ ପୁଲିସ ଧରିବାରେ ଅସମର୍ଥ  ହେବା, ସହରବାସୀଙ୍କ ମନରେ କଷ୍ଟ ଆଣିଦେଇଛି ।

କିଛି ଦିନ ହେବ ପୁରୀରେ ବଢ଼ିଚାଲିଛି ଅପରାଧ । ଚୋରି,  ଡକାୟତି ଓ ରକ୍ତାକ୍ତ ଆକ୍ରମଣ ନେଇ କ୍ରମାଗତ ଭାବେ ଥାନାରେ ମାମଲା ରୁଜୁ ହୋଇ ଚାଲିଛି  ।

ଏହା ବି ପଢ଼ନ୍ତୁ: 

ଇଂଲଣ୍ଡରେ ଆଜି ଠାରୁ ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍‌

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 1, 2020, 10:12 PM IST
corona virus btn
corona virus btn
Loading