ଶିକ୍ଷା ବିଭାଗ ବାଉଳା ହେଲା; ଅବସରପ୍ରାପ୍ତ ଓ ମୃତ ଶିକ୍ଷକମାନଙ୍କୁ ପ୍ରଧାନ ଶିକ୍ଷକ ଭାବେ ପଦୋନ୍ନୋତି ଦେଲା

ଜଣେ ମୃତ ଶିକ୍ଷକଙ୍କୁ ମିଳିଛି ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ଓ ପଦୋନ୍ନତି । ଦୀର୍ଘ ନଅ ମାସ ତଳୁ ଅବସର ନେଇଥିବା ଶିକ୍ଷକମାନେ ବି ଏହି ତାଲିକାରେ ରହିଛନ୍ତି । ଯୋଗ୍ୟ ତାଲିକାରେ ଥାଇ ବି ବାଦ୍ ପଡ଼ିଛନ୍ତି କେତେକ ବରିଷ୍ଠ ଶିକ୍ଷକ ।

ଶିକ୍ଷା ବିଭାଗ ବାଉଳା ହେଲା; ଅବସରପ୍ରାପ୍ତ ଓ ମୃତ ଶିକ୍ଷକମାନଙ୍କୁ ପ୍ରଧାନ ଶିକ୍ଷକ ଭାବେ ପଦୋନ୍ନୋତି ଦେଲା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 18, 2020, 12:42 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: କଣାସ ବ୍ଲକରେ ପ୍ରଧାନ ଶିକ୍ଷକ ପଦୋନ୍ନତି ତାଲିକାରେ ହୋଇଛି ଘୋର ବିଭ୍ରାଟ । ଜଣେ ମୃତ ଶିକ୍ଷକଙ୍କୁ ମିଳିଛି ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ଓ ପଦୋନ୍ନତି । ଦୀର୍ଘ ନଅ ମାସ ତଳୁ ଅବସର ନେଇଥିବା ଶିକ୍ଷକମାନେ ମଧ୍ୟ ଏହି ତାଲିକାରେ ରହିଛନ୍ତି । କେବଳ ସେତିକି ନୁହେଁ, ଶିକ୍ଷା ବିଭାଗର ବାଉଳା ନୀତି ଯୋଗୁଁ ଯୋଗ୍ୟତା ତାଲିକାରେ ଥିବା ଅନେକ ବରିଷ୍ଠ ଶିକ୍ଷକ ପଦୋନ୍ନତି ପାଇବାରୁ ବଞ୍ଚିତ ହୋଇଛନ୍ତି ।

ରାଜ୍ୟରେ ୨,୧୭୩ ଜଣ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି ମିଳିଛି  । ଡାଇରେକ୍ଟର ଅଫ୍‌ ସେକଣ୍ଡାରୀ ଏଜୁକେସନ, ଓଡ଼ିଶା, ଦ୍ୱାରା ପ୍ରକାଶିତ ନିର୍ଦ୍ଦେଶନାମା ଚିଠି ନଂ. ୧୯୦୭୦/୧୧.୦୯.୨୦୨୦ ଅନୁସାରେ ସେମାନେ ପ୍ରଧାନ ଶିକ୍ଷକ ଭାବେ ବିଭିନ୍ନ ବିଦ୍ୟାଳୟରେ ନିଯୁକ୍ତି ପାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ପୁରୀକୁ ୩୨ ଜଣ ଆସିଥିବା ବେଳେ ପୁରୀ ଜିଲ୍ଲାରେ ୯୨ ଜଣ, ଏହି ପରି ସମୁଦାୟ ୧୨୪ ଜଣ ଶିକ୍ଷକ ପଦୋନ୍ନତି ପାଇଛନ୍ତି ।

ପଦୋନ୍ନତି ପାଇଥିବା ପ୍ରଧାନ ଶିକ୍ଷକମାନଙ୍କୁ ସେପ୍ଟେମ୍ବର ୧୮ରେ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ରହିଥିଲା  । ନିୟମ ମୁତାବକ ସେମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଜଏନ କରି ମୁଭମେଣ୍ଟ ଅର୍ଡ଼ର ନେଇ ବିଦ୍ୟାଳୟକୁ ଯିବେ । ତେବେ ବିଭାଗର ଏଭଳି ଅବହେଳା ଅନେକ ବିଦ୍ୟାଳୟ ଶିକ୍ଷା ଓ ଶିକ୍ଷକ ପାଇବାରୁ ବଞ୍ଚିତ ହେବେ ।

ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ


‘‘କଣାସ ବ୍ଲକରେ ୩୪ଟି ଉଚ୍ଚ ବିଦ୍ୟାଳୟ ଅଛି । ସେଥିରୁ ୧୭ଟି ସରକାରୀ । ଦୁଇଟିରେ ପ୍ରଧାନ ଶିକ୍ଷକ ଥିବା ବେଳେ ୧୫ଟିରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଥିଲା  । ଏବେ ୧୧ଟି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନିଯୁକ୍ତି ମିଳିଛି । କିନ୍ତୁ ପଦୋନ୍ନତି ପାଇଥିବା ଶିକ୍ଷକମାନଙ୍କ ମଧ୍ୟରୁ ଜଣେ ମୃତ ଓ ଅନ୍ୟ ଜଣେ ସେବାନିବୃତ । କଉଡ଼ିଖଣି ସ୍ଥିତ କାଦୁଆଘାଟ ଏକାଡେମୀର ସ୍ୱର୍ଗତ ଶିକ୍ଷକ ରମେଶ ଚନ୍ଦ୍ର ମିଶ୍ରଙ୍କୁ ସେହି ବିଦ୍ୟାଳୟରେ ପ୍ରଧାନଶିକ୍ଷକ ନିଯୁକ୍ତି ମିଳିଛି, ହେଲେ ୨୦୧୯ରେ ତାଙ୍କର ମୃତ୍ୟୁ ହୋଇଥିଲା  । ଗଡ଼ସାନପୁଟ ହାଇ ସ୍କୁଲରୁ ଏହି ବର୍ଷ (୨୦୨୦ରେ) ଅବସରପ୍ରାପ୍ତ ଶିକ୍ଷକ ଜମ୍ବେଶ୍ୱର ସାମନ୍ତରାୟଙ୍କୁ ସେହି ବିଦ୍ୟାଳୟରେ ପଦୋନ୍ନତି ଦିଆଯାଇ ନିଯୁକ୍ତି ମିଳିଛି । ହେଲେ ତପୁରୀସୁକ୍ତ ଉଚ୍ଚ ବିଦ୍ୟାଳୟ ବାଲିପାଟଣା ଓ ଜାଗୁଳେଇପଦରରେ ପ୍ରଧାନ ଶିକ୍ଷକ ପଦବୀ ପୂରଣ ହୋଇପାରିନାହିଁ  । ଦୁଇଟି ସ୍କୁଲରେ ପଦୋନ୍ନତି ପାଇଥିବା ମୃତ ଓ ଅବସରପ୍ରାପ୍ତ ଶିକ୍ଷକଙ୍କ ଯୋଗୁଁ ଦୁଇଟି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ ପୁରଣ ହୋଇପାରିନାହିଁ,’’ କହିଛନ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ୬୨-ବର୍ଷୀୟ ବିଶ୍ୱନାଥ କାପାଶିଆ ।

ଏଭଳି ତଥ୍ୟ ସାମନାକୁ ଆସିବା ପରେ ବିଭାଗୀୟ ଅଧିକାରୀମାନେ ଖାମଖିଆଲୀ ଢଙ୍ଗରେ କାମ କରୁଥିବା ଅଭିଯୋଗ ହୋଇଛି । ମୃତ ଓ ସେବାନିବୃତ ଶିକ୍ଷକଙ୍କୁ କାର୍ଯ୍ୟରେ ଥିବା କିଭଳି ଦର୍ଶାଯାଇଛି ତାହାର ତଦନ୍ତ କରାଯାଉ ବୋଲି ଦାବି ହୋଇଛି ।

ଏହା ବି ପଢ଼ନ୍ତୁ | ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ଅଶ୍ଳୀଳ କମେଣ୍ଟ୍ ମାରିଥିଲା ଟ୍ୟାକ୍ସି ଡ୍ରାଇଭର୍; ସେ ତାକୁ ଶିକ୍ଷା ଦେଲେ

ଏହା ବି ପଢ଼ନ୍ତୁ | କୃଷି ବିଲକୁ ବିରୋଧ କରି କେନ୍ଦ୍ର ମନ୍ତ୍ରୀ ହରସିମରତ କୌର୍ ବାଦଲ ଇସ୍ତଫା ଦେଲେ

ଶିକ୍ଷା ବିଭାଗର ଏଭଳି କାର୍ଯ୍ୟକଳାପକୁ ନେଇ ବୁଦ୍ଧିଜିବୀ, ଅଭିଭାବକ, ଶିକ୍ଷକ ଓ ଛାତ୍ରମାନେ ସରକାରୀ ଅବହେଳାକୁ ଦାୟୀ କରିଛନ୍ତି । ତେବେ ଏହି ଘଟଣା ବିଷୟରେ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଅବଗତ କରାଯାଇଥିଲା । ସେ ବର୍ତ୍ତମାନ କରୋନା ଭାଇରସରେ ସଂକ୍ରମିତ ହୋଇ ଅସୁସ୍ଥ ଥିବାରୁ ପରେ କଥା ହୋଇ ଅନୁଧ୍ୟାନ କରିବେ ବୋଲି କହିଛନ୍ତି ।



‘‘ଯଦି ତୃଟି ହୋଇଛି ତା’ର ପରବର୍ତ୍ତୀ ପଦକ୍ଷେପ କ’ଣ ହେବା ଉଚିତ ସେ ନେଇ ସମୀକ୍ଷା କରାଯିବ,’’ କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
Published by: Anand Shankar Thankur Das
First published: September 18, 2020, 12:42 AM IST
corona virus btn
corona virus btn
Loading