ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Pipili Bypoll: ରବିବାର ଆସିବ ପିପିଲି ଉପ ନିର୍ବାଚନର ଫଳାଫଳ; ୭୮.୨୪ ପ୍ରତିଶତ ହୋଇଥିଲା ମତଦାନ

Pipili Bypoll: ରବିବାର ଆସିବ ପିପିଲି ଉପ ନିର୍ବାଚନର ଫଳାଫଳ; ୭୮.୨୪ ପ୍ରତିଶତ ହୋଇଥିଲା ମତଦାନ

ରବିବାର ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ୮ରୁ ୮ଟା ୩୦ ପୋଷ୍ଟାଲ ଭୋଟିଂ ଗଣତି, ୮ଟା ୩୦ EVM ଗଣତି ହେବ । ପୁରୀ ପେଣ୍ଠକଟା ୱେୟାର ହାଉସର ୨ଟି ରୁମ୍‌ରେ ୧୪ଟି ଟେବୁଲ ଗଣତି ହେବ ।

Pipili Bypoll: ରବିବାର ଆସିବ ପିପିଲି ଉପ ନିର୍ବାଚନର ଫଳାଫଳ; ୭୮.୨୪ ପ୍ରତିଶତ ହୋଇଥିଲା ମତଦାନ
ରବିବାର ଆସିବ ପିପିଲି ଉପ ନିର୍ବାଚନର ଫଳାଫଳ
  • News18 Odia
  • Last Updated: October 2, 2021, 4:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର/ପିପିଲି: ଗତ ୩୦ ତାରିଖରେ ପିପିଲିରେ ଅନୁଷ୍ଠିତ ହୋଇଥିଲା ବିଧାନ ସଭା ଉପନିର୍ବାଚନରେ ମତଦାନ ପ୍ରକ୍ରିୟା । ଲୋକେ ପ୍ରବଳ ଉତ୍ସାହ ସହ ଭୋଟ ଦେଇଥିଲେ । କୋଭିଡ୍ କଟକଣା ଭିତରେ ସୁରୁଖୁରୁରେ ସରିଛି ଉପନିର୍ବାଚନ । ଇ.ଭି.ଏମ୍‌.ରେ ସିଲ୍ ହୋଇଯାଇଛି ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ଇତିମଧ୍ୟ ଭୋଟ ଗଣତିକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ୍ ମଧ୍ୟ ଆୟୋଜିତ ହୋଇଛି ।

ଆସନ୍ତା କାଲି ତଥା ରବିବାର ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ୮ରୁ ୮ଟା ୩୦ ପୋଷ୍ଟାଲ ଭୋଟିଂ ଗଣତି, ୮ଟା ୩୦ EVM ଗଣତି ହେବ । ପୁରୀ ପେଣ୍ଠକଟା ୱେୟାର ହାଉସର ୨ଟି ରୁମ୍‌ରେ ୧୪ଟି ଟେବୁଲ ଗଣତି ହେବ ।

ପିପିଲିରେ ମୋଟ ୭୮.୨୪ ପ୍ରତିଶତ ମତଦାନ ହୋଇଛି ବୋଲି କହିଥିଲେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । କାଁ ଭାଁ ବିଶୃଙ୍ଖଳା ଓ ଇ.ଭି.ଏମ୍. ଅଚଳ ହେବା ଘଟଣାକୁ ଛାଡ଼ିଦେଲେ ମୋଟାମୋଟି ସୁରୁଖୁରୁରେ ସରିଥିଲା ମତଦାନ, ହେଲେ ସନ୍ଧ୍ୟାରେ ଏକ ହିଂସାତ୍ମକ ଘଟଣା ଘଟିଥିଲା । ଗଡ଼ରଙ୍ଗଳର ସାତ ନମ୍ବର ବୁଥରେ ଜଣେ ଯୁବକଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଥିଲା । କିଛି ଦୁର୍ବୃତ୍ତ ଯୁବକଙ୍କୁ ରାସ୍ତାରେ ମାଡ଼ ମାରି ଲହୁଲୁହଣ କରି ପକାଇଥିଲେ ।
Published by: Lipina Das
First published: October 2, 2021, 3:54 PM IST