ନୂଆ ବର୍ଷ: ଭୁବନେଶ୍ୱର ଓ କଟକରେ ଜିରୋ ନାଇଟ ସେଲିବ୍ରେସନ ଉପରେ ଲାଗିଲା କଟକଣା
ଭୁବନେଶ୍ୱରର ବିଭିନ୍ନ ହୋଟେଲରେ ସ୍ୱତନ୍ତ୍ର ଖାଦ୍ୟର ମେନ୍ୟୁ ପ୍ରସ୍ତୁତ ହେଉଛି । ହେଲେ ସେଲିବ୍ରେସନ ଓ ଜନସମାଗମ ଉପରେ ନଜର ରଖିବ BMC । ଏ ନେଇ ପ୍ରତି ଜୋନରେ ଦୁଇଟି ଟିମ୍ ଗଠନ ହୋଇଛି । ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ହେବ ।

ଭୁବନେଶ୍ୱରର ଏକ ହୋଟେଲରେ ଡାଇନିଂ ହଲରେ ହୋଇଥିବା ସାଜସଜ୍ଜା
- News18 Odia
- Last Updated: December 29, 2020, 11:37 PM IST
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜିରୋ ନାଇଟ ସେଲିବ୍ରେସନ ଉପରେ କୋଭିଡ କାରଣରୁ ଲାଗିଛି କଟକଣା । ତେଣୁ ଏବେ ଖାଁ ଖାଁ ଅଛି ହୋଟେଲ ପରିସର। ନା ଆସିବେ ବିଦେଶୀ ନୃତ୍ୟଶିଳ୍ପୀ ନା ହେବ ମ୍ୟୁଜିକାଲ ନାଇଟ। ଏ ଥର କୌଣସି ପ୍ରକାର ଜନସମାଗମ ହେବନି । ଏ ନେଇ ବିଏମସି ସ୍ୱତନ୍ତ୍ର କଟକଣା ଜାରି କରିବା ପରେ ହୋଟେଲଗୁଡ଼ିକ ମଧ୍ୟ ସଜାଗ ହୋଇଛନ୍ତି । ପୂର୍ବ ପରି କେବଳ ରେସ୍ତୋରାଁ ଖୋଲା ରହିବ, କିନ୍ତୁ ସେଠାରେ କୌଣସି ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ହେବନି।
ମନୋରଞ୍ଜନ କାର୍ଯ୍ୟକ୍ରମ ଉପରେ କଟକଣା ସତ୍ତ୍ୱେ ଅତିଥିମାନଙ୍କୁ ସୁସ୍ବାଦୁ ଖାଦ୍ୟ ପରସିବାକୁ ଯୋଜନା କରିଛି ସ୍ୱସ୍ତି ପ୍ରିମିୟମ ହୋଟେଲ୍ । ଏହାର ପାନୋରାମା ରେଷ୍ଟୁରାଣ୍ଟରେ ରହିବ ସେଫ୍ ସ୍ପେସିଆଲ ମେନ୍ୟୁ। ସୁସ୍ୱାଦୁ ଖାଦ୍ୟରେ ପୁରୁଣା ବର୍ଷକୁ ବିଦାୟ ଦେବାକୁ ପ୍ରୟାସ କରାଯିବ।
ଏହା ବି ପଢ଼ନ୍ତୁ | ଶାଳୀ ସହ ସମ୍ପର୍କ ରଖିବାକୁ ଚାହୁଁଥିଲା; ତା’ ବିବାହ ଠିକ୍ ହେବାରୁ ମୁହଁରେ ଏସିଡ୍ ପକେଇଦେଲା
ସ୍ୱସ୍ତି ଗ୍ରାଣ୍ଡରେ ବି କୋଭିଡ କଟକଣା ଭିତରେ କେବଳ କ୍ୟାଣ୍ଡେଲ ଲାଇଟ ଡିନରର ମଜା ନେଇପାରିବେ ଗ୍ରାହକମାନେ । ତା’ ସହ ରହିବ ଫ୍ରେସ ଚିଙ୍ଗୁଡ଼ି, କଙ୍କଡ଼ା ଓ ଜାଗଲା ମାଛର ଆଲାକାଟ ମେନ୍ୟୁ। ସେହି ପରି ମେ ଫେୟାରରେ ସବୁ ଦିନ ଭଳି ଖୋଲା ରହିବ ରେଷ୍ଟୁରାଣ୍ଟ। ହେଲେ ସେଲିବ୍ରେସନ ହେବନି।
ଏହା ବି ପଢ଼ନ୍ତୁ | ସଲମାନ୍ ଖାନଙ୍କ ‘ଅଖତର ଚାଚା’ ଠେଲା ଲଗେଇ ଜୀବନ କାଟୁଛନ୍ତି; ମନରେ ଏହି ଆଶା ରହିଛି
‘‘କୋଭିଡ କଟକଣା ମାନି ହୋଟେଲର ରେସ୍ତୋରାଁ ଖୋଲାଯାଇଛି। ଛଅ ଫୁଟ ଦୂରତା ସହ ଟେବୁଲ ପକାଯାଇଛି। ମନୋରଞ୍ଜନ କାର୍ଯ୍ୟକ୍ରମ ହେବନି। ତେଣୁ ଅତିଥିଙ୍କୁ ଆତିଥ୍ୟ ପାଇଁ କ୍ୟାଣ୍ଡେଲ ଲାଇଟ ଡିନର ବ୍ୟବସ୍ଥା କରାଯାଇଛି.’’ କହିଛନ୍ତି ସ୍ୱସ୍ତି ଗ୍ରାଣ୍ଡର ଜେନେରାଲ୍ ମ୍ୟାନେଜର୍ ସନ୍ତୋଷ ମିଶ୍ର।
ଜିରୋ ନାଇଟ ସେଲିବ୍ରେସନ କଟକଣା ଯୋଗୁଁ ହାତ ବାନ୍ଧି ବସିଛନ୍ତି ଇଭେଣ୍ଟ ମ୍ୟାନେଜମେଣ୍ଟ ଗ୍ରୁପମାନେ । ହୋଟେଲ ଓ କର୍ପୋରେଟ ହାଉସ ସବୁଠି ସେଲିବ୍ରେସନ ଏ ଥର ବନ୍ଦ ରହିଛି। ଏହି ସମୟରେ ଅନେକ ଇଭେଣ୍ଟ ଆୟୋଜିତ ହୁଏ । କିନ୍ତୁ ଏ ଥର ସେ ସବୁ ବନ୍ଦ ରହିଛି ।
ଏହା ବି ଦେଖନ୍ତୁ | ବିକିନି ଜାଗାରେ କେବଳ ଫୁଲ… ଇଣ୍ଟରନେଟରେ ହଙ୍ଗାମା ମଚେଇଥିବା ଅଭିନେତ୍ରୀମାନଙ୍କର କେତେକ ଫଟୋ
ହୋଟେଲରେ ସେଲିବ୍ରେସନ ନ ହେଲେ ନାହିଁ, ପରିବାର ବା ସଙ୍ଗସାଥୀଙ୍କ ସହ ପୁରୁଣା ବର୍ଷକୁ ବିଦାୟ ଦେବାକୁ ପ୍ରସ୍ତୁତ ହେଲାଣି ଯୁବ ପିଢି । ‘‘ଜିରୋ ନାଇଟ ମସ୍ତି ହେବନି ବୋଲି ଦୁଃଖ ଲାଗୁଛି। କିନ୍ତୁ କୋଭିଡ ସତର୍କତା ଯୋଗୁଁ ଏଭଳି ପଦକ୍ଷେପ ସ୍ୱାଗତଯୋଗ୍ୟ । ସେଲିବ୍ରେସନ ପାଇଁ ଏଥର ଭିନ୍ନ ଯୋଜନା ପ୍ରସ୍ତୁତ କରୁଛୁ,’’ କହିଛନ୍ତି ଛାତ୍ର ଶ୍ୱେତକ ଅଭିଷେକ ମହାପାତ୍ର।
କେତେକ ହୋଟେଲରେ ନୂଆ ବର୍ଷ ପାଳନ କେବଳ ସାଜସଜ୍ଜା ଭିତରେ ସୀମିତ ରହିବ ତ ଆଉ କିଛି ହୋଟେଲରେ ରହିବ ସ୍ୱତନ୍ତ୍ର ଖାଦ୍ୟର ମେନ୍ୟୁ। କିନ୍ତୁ ସେଲିବ୍ରେସନ ଆଉ ଜନସମାଗମ ଉପରେ ନଜର ରଖିବ ବିଏମସି। ଏନେଇ ପ୍ରତି ଜୋନରେ ଦୁଇଟି ଲେଖାଏଁ ଟିମ ଗଠନ କରାଯାଇଛି। ନିୟମ ଉଲ୍ଲଙ୍ଘନ କଲେ ହେବ କାର୍ଯ୍ୟାନୁଷ୍ଠାନ ।