ୟେସ୍ ବ୍ୟାଙ୍କର ସଦସ୍ୟତା ଥିବା ୫୦ ଛୋଟ ବ୍ୟାଙ୍କ ଉପରେ ବି କଟକଣା; ସେଥିରୁ ଅନେକ ଓଡ଼ିଶାରେ ଅବସ୍ଥିତ

ରିଜର୍ଭ ବ୍ୟାଙ୍କର କଟକଣା ଅନୁଯାୟୀ ଏହି କ୍ଷୁଦ୍ର ବ୍ୟାଙ୍କଗୁଡ଼ିକର ଚେକ୍ ଆଉଟୱାର୍ଡ ଓ ଅନୱାର୍ଡ କ୍ଲିୟରିଂରେ ପ୍ରସେସିଂ ହୋଇପାରିବ ନାହିଁ । ଏହି କ୍ଷୁଦ୍ର ବ୍ୟାଙ୍କଗୁଡ଼ିକରୁ କେତେକଙ୍କ ବ୍ୟବସାୟ କ୍ଷେତ୍ର ଓଡ଼ିଶା । ଜାଣନ୍ତୁ କେଉଁ କେଉଁ ବ୍ୟାଙ୍କ ଅଛନ୍ତି ଏହି ତାଲିକାରେ ।

ୟେସ୍ ବ୍ୟାଙ୍କର ସଦସ୍ୟତା ଥିବା ୫୦ ଛୋଟ ବ୍ୟାଙ୍କ ଉପରେ ବି କଟକଣା; ସେଥିରୁ ଅନେକ ଓଡ଼ିଶାରେ ଅବସ୍ଥିତ
ୟେସ୍‌ ବ୍ୟାଙ୍କର ସଦସ୍ୟ ବ୍ୟାଙ୍କଗୁଡ଼ିକ ଉପରେ ରିଜର୍ଭ ବ୍ୟାଙ୍କର ନୋଟିସ
  • News18 Odia
  • Last Updated: March 13, 2020, 1:19 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ୟେସ୍ ବ୍ୟାଙ୍କରେ ଆର୍ଥିକ ସଙ୍କଟ ଜଣାପଡ଼ିବା ପରେ ରିଜର୍ଭ ବ୍ୟାଙ୍କ ଏହି ଘରୋଇ ବ୍ୟାଙ୍କ ଉପରେ ଟଙ୍କା ଉଠାଣ କଟକଣା ଲଗେଇଛି । ୟେସ୍‌ ବ୍ୟାଙ୍କ ସହ ଜଡ଼ିତ ସମବାୟ ବ୍ୟାଙ୍କ ଓ ଗ୍ରାମୀଣ ବ୍ୟାଙ୍କ ଭଳି ୫୦ଟି କ୍ଷୁଦ୍ର ବ୍ୟାଙ୍କରେ ଚେକ୍ କ୍ଲିୟରାନ୍ସ ଉପରେ ମଧ୍ୟ କଟକଣା ଲଗାଯାଇଛି । ଏହି ବ୍ୟାଙ୍କମାନଙ୍କ ତାଲିକାରେ ଓଡ଼ିଶାର ବେଶ୍‌ କିଛି ବ୍ୟାଙ୍କ ଅଛନ୍ତି ।

ରିଜର୍ଭ ବ୍ୟାଙ୍କର କଟକଣା ଅନୁଯାୟୀ ଏହି କ୍ଷୁଦ୍ର ବ୍ୟାଙ୍କଗୁଡ଼ିକର ଚେକ୍‌ ଆଉଟୱାର୍ଡ ଓ ଅନୱାର୍ଡ କ୍ଲିୟରିଂରେ ପ୍ରସେସିଂ ହୋଇପାରିବ ନାହିଁ । ୟେସ୍ ବ୍ୟାଙ୍କ ଦେବାଳିଆ ହୋଇଯାଇଥିବା ଯୋଗୁଁ ଏହାର ସବ୍ ବ୍ୟାଙ୍କ ତଥା ଟାଇପ-୨ ବ୍ୟାଙ୍କଗୁଡ଼ିକର ଚେକ୍‌ ଟ୍ରାଞ୍ଜେକ୍ସନ ସିଷ୍ଟମ (ସିଟିଏସ) ବ୍ଲକ କରିଛି ଆରବିଆଇ ।

ଏହି ବ୍ୟାଙ୍କ ଗୁଡିକର ଚେକ୍ ପ୍ରଦାନ ଓ ଗ୍ରହଣ ନ କରିବା ଲାଗି ଆରବିଆଇ ପକ୍ଷରୁ ସୂଚନା ରହିଛି । ତେବେ କଟକଣା ଜାରୀ କରାଯାଇଥିବା ବ୍ୟାଙ୍କ ମଧ୍ୟରେ ୧୩ଟି ସମବାୟ ବ୍ୟାଙ୍କ ରହିଛି । ଉତ୍ତର-ପୂର୍ବ ଅଞ୍ଚଳର କେତେକ ଗ୍ରାମୀଣ ବ୍ୟାଙ୍କ ମଧ୍ୟ ଏଥିରେ ସାମିଲ ଅଛନ୍ତି । ଏହି କ୍ଷୁଦ୍ର ବ୍ୟାଙ୍କଗୁଡ଼ିକରୁ କେତେକଙ୍କ କ୍ଷେତ୍ର ଓଡ଼ିଶା ।

ଏହି ତାଲିକାରେ ଥିବା ଓଡ଼ିଶାର ବ୍ୟାଙ୍କଗୁଡ଼ିକ ହେଉଛନ୍ତି ଷ୍ଟେଟ କୋ ଅପରେଟିଭ୍ ବ୍ୟାଙ୍କ, ଉତ୍କଳ କୋଅପରେଟିଭ୍ ବ୍ୟାଙ୍କିଙ୍ଗ୍ ସୋସାଇଟି,  ଖୋର୍ଦ୍ଧା ସେଣ୍ଟ୍ରାଲ କୋ୍ରଅପରେଟଭ୍ ବ୍ୟାଙ୍କିଙ୍ଗ ଲିମିଟେଡ, ୟୁନାଇଟେଡ ପୁରୀ, ପୁରୀ ନିମାପଡା ସେଣ୍ଟ୍ରାଲ କୋଅପରେଟିଭ୍ ବ୍ୟାଙ୍କ୍‌, ପୁରୀ ଅର୍ବାନ କୋଅପରାଟିଭ୍ ବ୍ୟାଙ୍କ୍‌, ମୟୁରଭଞ୍ଜ ସେଣ୍ଟାଲ କୋଅପରେଟିଭ୍ ବ୍ୟାଙ୍କ୍‌, କେନ୍ଦୁଝର ସେଣ୍ଟାଲ କୋଅପରେଟିଭ୍ ବ୍ୟାଙ୍କ୍‌, ନୟାଗଡ଼ ଡିଷ୍ଟ୍ରିକ୍ଟ ସେଣ୍ଟାଲ କୋଅପରେଟିଭ୍ ବ୍ୟାଙ୍କ୍‌, କଟକ ସେଣ୍ଟାଲ କୋଅପରେଟିଭ୍ ବ୍ୟାଙ୍କ୍‌, ମୟୁରଭଞ୍ଜ ସେଣ୍ଟାଲ କୋଅପରେଟିଭ୍ ବ୍ୟାଙ୍କ୍‌, କେନ୍ଦୁଝର ସେଣ୍ଟାଲ କୋଅପରେଟିଭ୍ ବ୍ୟାଙ୍କ୍‌, ଭଦ୍ରକ ସେଣ୍ଟାଲ କୋଅପରେଟିଭ୍ ବ୍ୟାଙ୍କ୍‌, କଟକ ସେଣ୍ଟାଲ କୋଅପରେଟିଭ୍ ବ୍ୟାଙ୍କ୍‌, ଅନୁଗୁଳ ୟୁନାଇଟେଡ ସେଣ୍ଟାଲ କୋଅପରେଟିଭ୍ ବ୍ୟାଙ୍କ୍‌, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ବ୍ୟାଙ୍କ୍‌,  ବୌଦ୍ଧ ସେଣ୍ଟାଲ କୋଅପରେଟିଭ୍ ବ୍ୟାଙ୍କ୍‌, ବ୍ରହ୍ନପୁର କୋଅପରେଟିଭ୍ ସେଣ୍ଟାଲ ବ୍ୟାଙ୍କ ଲିମିଟେଡ, ଆସ୍କା କୋଅପରେଟିଭ୍ ସେଣ୍ଟାଲ ବ୍ୟାଙ୍କ, ବଲାଙ୍ଗୀର ଡିଷ୍ଟ୍ରିକ ସେଣ୍ଟାଲ କୋଅପରେଟିଭ୍ ବ୍ୟାଙ୍କ୍‌, ସମ୍ବଲପୁର ସେଣ୍ଟାଲ କୋଅପରେଟିଭ୍ ବ୍ୟାଙ୍କ୍‌, ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟ ସେଣ୍ଟାଲ କୋଅପରେଟିଭ୍ ବ୍ୟାଙ୍କ୍‌, ଅର୍ବାନ କୋଅପରେଟିଭ ବ୍ୟାଙ୍କ ଲିମିଟେଡ ଓ ରାଉଲକେଲା ବ୍ୟାଙ୍କ୍‌ ଲିମିଟେଡ ଆଦି ।

ଏହି ଛୋଟ ଛୋଟ ବ୍ୟାଙ୍କଗୁଡ଼ିକର କାର୍ଯ୍ୟସୀମା ବଡ଼ ହୋଇ ନ ଥିବା ଯୋଗୁଁ ସେମାନେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଠାରୁ ପ୍ରତ୍ୟକ୍ଷ ମେମ୍ବରସିପ୍ ନ ନେଇ ଅନ୍ୟ ବ୍ୟାଙ୍କମାନଙ୍କ ଠାରୁ ସବ୍-ମେମ୍ବରସିପ୍ ନେଇଥାନ୍ତି । କଟକଣା ଜାରୀ କରାଯାଇଥିବା ୫୦ଟି ବ୍ୟାଙ୍କ ୟେସ ବ୍ୟାଙ୍କ ଠାରୁ ସବ୍-ମେମ୍ବର ଟାଇପ ୨ ପାଇଥିଲେ ।
First published: March 13, 2020, 1:19 AM IST
corona virus btn
corona virus btn
Loading