ତାଳପତ୍ର ପୋଥି କିମ୍ୱା ପଟ୍ଟଚିତ୍ର ବିଦେଶକୁ ପଠାଉଛନ୍ତି କି ? ସାବଧାନ

ଫରେନ ପୋଷ୍ଟ ଅଫିସ ହେଉ ଅବା ଡାକ ଏଣିକି ବିଦେଶକୁ ସିଧାସଳଖ ପଠାଇ ହେବ ନାହିଁ ଓଡ଼ିଶାର ପାରମ୍ପରିକ ଚିତ୍ରକଳା ପଟ୍ଟଚିତ୍ର ଓ ତାଳପତ୍ର ପୋଥିଚିତ୍ର ।

ତାଳପତ୍ର ପୋଥି କିମ୍ୱା ପଟ୍ଟଚିତ୍ର ବିଦେଶକୁ ପଠାଉଛନ୍ତି କି ? ସାବଧାନ

ତାଳପତ୍ର ପୋଥି କିମ୍ୱା ପଟ୍ଟଚିତ୍ର ବିଦେଶକୁ ପଠାଉଛନ୍ତି କି ? ସାବଧାନ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ: ଫରେନ ପୋଷ୍ଟ ଅଫିସ ହେଉ ଅବା ଡାକ ଏଣିକି ବିଦେଶକୁ ସିଧାସଳଖ ପଠାଇ ହେବ ନାହିଁ ଓଡ଼ିଶାର ପାରମ୍ପରିକ ଚିତ୍ରକଳା ପଟ୍ଟଚିତ୍ର ଓ ତାଳପତ୍ର ପୋଥିଚିତ୍ର । ଏ ନେଇ ଜାରୀ ହୋଇଛି ସ୍ୱତନ୍ତ୍ର ନିୟମାବଳୀ । ପ୍ରତିଟି ଡାକ ଘରେ ଏ ନେଇ ନିର୍ଦ୍ଦେଶନାମା ଜାରୀ କରିଛି ଡାକ ସେବା ବିଭାଗ ।



ଗତ ମାସ ଜାନୁଆରୀ ୧୯ ତାରିଖରେ ରଘୁରାଜପୁରର ପଟ୍ଟଚିତ୍ର ଶିଳ୍ପୀ ପ୍ରସନ୍ନ ନାୟକ ତାଳ ପତ୍ର ପୋଥିଚିତ୍ର ଆମେରିକା ଓ ସିଙ୍ଗାପୁରକୁ ପଠେଇବା ପାଇଁ ଭୁବନେଶ୍ୱର ଫରେନ ପୋଷ୍ଟ ଅଫିସରେ ବୁକିଂ କରିଥିଲେ । ତେବେ କଷ୍ଟମଫର୍ମ ସିଏନ ୨୩ରେ ପଟ୍ଟଚିତ୍ର ସାମଗ୍ରୀ ବିଷୟରେ ପୋଥି ଦେଉଥିବା ବେଳେ ସେଥିରେ ଲେଖିଥିଲେ ପେଣ୍ଟିଂ । ସାମଗ୍ରି ବିଷୟରେ ସଠିକ ତଥ୍ୟ ଦେଇ ନଥିବାରୁ ତାହାକୁ ଡାକ ବିଭାଗ ପକ୍ଷରୁ ତାଙ୍କୁ ଫେରେଇ ଦିଆଯାଇଛି । ଆଉ ସେଥିରେ ସେମାନଙ୍କୁ ନିର୍ଦ୍ଦିଷ୍ଟ ନିୟମାବଳି ଅନୁଯାୟୀ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଅନୁମତି ପତ୍ର ଆଣିବା ପାଇଁ ଉଲ୍ଲେଖ ରହିଛି। ସେପଟେ ପାରମ୍ପରିକ କଳାର ଆଦୃତି ବଢ଼ୁଛି । କଳାର ପ୍ରୋତ୍ସାହନ ପାଇଁ ଯୋଜନା ପ୍ରସ୍ତୁତ ହେଉଛି । ବିକ୍ରିବଟା ପାଇଁ ଅନଲାଇନ ମାଧ୍ୟମ ଆପଣଇବାକୁ କାରିଗରମାନଙ୍କୁ ତାଲିମ ଦିଆଯାଉଛି । ଅଥଚ ଏବେ ବିଦେଶକୁ କଳା ସାମଗ୍ରୀ ପଠାଇବା ସମ୍ଭବ ହେଉନାହିଁ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାଠାରୁ ଅନୁମତି ଆଣିବା ପରେ ପୋଥିଚିତ୍ର ଓ ପଟ୍ଟଚିତ୍ର ବିଦେଶକୁ ପଠାଯାଇପାରିବ ବୋଲି ପୋଷ୍ଟ ଅଫିସ ପକ୍ଷରୁ କାରିଗରମାନଙ୍କୁ କୁହାଯାଉଛି। ଫଳରେ ବିଦେଶରୁ ଅର୍ଡର ପାଇ ବହୁ କଳାକାର ପଟ୍ଟଚିତ୍ର ଓ ପୋଥିଚିତ୍ର ପ୍ରସ୍ତୁତ କରିଥିଲେ ମଧ୍ୟ ଏସବୁକୁ ପଠାଇପାରୁନାହାଁନ୍ତି । ଜଟିଳ ପ୍ରକ୍ରିୟା ଯୋଗୁଁ କାରିଗରମାନଙ୍କୁ ଦହଗଞ୍ଜ ହେବାକୁ ପଡ଼ୁଛି ବୋଲି କହିଛନ୍ତି ପଟ୍ଟଚିତ୍ର ଶିଳ୍ପୀ ପ୍ରସନ୍ନ ନାୟକ "।



"ରଘୁରାଜପୁର, ନାୟକପାଟଣା ଓ ଦାଣ୍ଡସାହିରେ ୫ଶହରୁ ଉର୍ଦ୍ଧ୍ୱ କଳାକାର ପଟ୍ଟଚିତ୍ର, ତାଳପତ୍ର ପୋଥିଚିତ୍ର, ଗୋବର କଣ୍ଢେଇ ଓ ଅନ୍ୟାନ୍ୟ କଳା ସାମଗ୍ରୀ ପ୍ରସ୍ତୁତ କରି ଜୀବିକା ନିର୍ବାହ କରି ଆସୁଛନ୍ତି । ପ୍ରତି ପରିବାର ବର୍ଷକୁ କେବଳ ବିଦେଶରୁ ୧ଲକ୍ଷରୁ ଦେଢ଼ ଲକ୍ଷ ଟଙ୍କାର ଅର୍ଡର ପାଆନ୍ତି ।  ବିଦେଶକୁ କଳା ସାମଗ୍ରୀ ବିକ୍ରି କରି କଳାକାରମାନେ କୋଟି କୋଟି ଟଙ୍କା ରୋଜଗାର କରି ଆସୁଛନ୍ତି । ତେଣୁ ଯଥା ସମ୍ଭବ ବ୍ୟବସ୍ଥାକୁ ସରଳୀକରଣ କରିବାକୁ ପ୍ରସନ୍ନ ନିବେଦନ କରିଛନ୍ତି। ଏନେଇ ଭାରତ ସରକାରଙ୍କ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଅଶୋକ ହୋତା କହିଛନ୍ତି, ବିଦେଶକୁ ଜିନିଷ ପଠାଇବା ପାଇଁ ଏକ୍ସପୋର୍ଟ ଲାଇସେନ୍ସ ଆବଶ୍ୟକ ହୁଏ। ଯଦିଓ ସେମାନେ ବିନା ଲାଇସେନ୍ସରେ ଗୋଟିଏ ଦୁଇଟି କଳା ସାମଗ୍ରୀକୁ ବିଦେଶକୁ ପଠାନ୍ତି ବୋଲି କହୁଛନ୍ତି ଏବଂ ଏଥିରେ କିଛି ପ୍ରତିବନ୍ଧକ ସୃଷ୍ଟି ହୋଇଛି । ସେ ସମ୍ପର୍କରେ ସେ କାରିଗରମାନଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।



"କାରିଗର ଓ ଗ୍ରାହକଙ୍କ ମଧ୍ୟରେ ମଧ୍ୟସ୍ଥିଙ୍କୁ ହଟାଇବା ପାଇଁ ସରକାର ରଘୁରାଜପୁରକୁ କଳାଗ୍ରାମ ଘୋଷଣା କରିଛନ୍ତି। ଫଳରେ ବହୁ ବିଦେଶୀ ପର୍ଯ୍ୟଟକ ନିଜେ ରଘୁରାଜପୁର, ନାୟକପାଟଣା, ଦାଣ୍ଡସାହିକୁ ଯାଇ ପଟ୍ଟଚିତ୍ର, ପୋଥିଚିତ୍ର, ଗୋବର କଣ୍ଢେଇ ଓ ଅନ୍ୟାନ୍ୟ କଳା ସାମଗ୍ରୀ କିଣୁଛନ୍ତି ନଚେତ ବଇନା ଦେଇ ନିଜ ପସନ୍ଦର କାରୁକାର୍ଯ୍ୟ ପାଇଁ ଅର୍ଡର ଦେଉଛନ୍ତି। କିଛି ବିଦେଶୀ ପର୍ଯ୍ୟଟକ ବିଭିନ୍ନ ପ୍ରଦର୍ଶନୀ ସହ ଅନଲାଇନ ମାଧ୍ୟମରେ ମଧ୍ୟ କାରୁକାର୍ଯ୍ୟ ପାଇଁ ଅର୍ଡର କରୁଥିଲେ। କାରିଗରମାନେ ମଧ୍ୟ ବିଦେଶୀ ଗ୍ରାହକଙ୍କ ପସନ୍ଦ ଓ ଚାହିଦା ମୁତାବକ କାରୁକାର୍ଯ୍ୟ ପ୍ରସ୍ତୁତ କରି ରସୁଲଗଡ଼ ସ୍ଥିତ ଫରେନ‌ ପୋଷ୍ଟାଲ ମାଧ୍ୟମରେ ସେମାନଙ୍କ କାରୁକାର୍ଯ୍ୟ ଦେଶ ବାହାରକୁ ପଠାଇ କଳାର ଉଚିତ ମୂଲ୍ୟ ପାଉଥିଲେ। ଦେଶ ଅପେକ୍ଷା ବିଦେଶରେ ଭଲ ମୂଲ୍ୟ ‌ମିଳୁଥିବାରୁ କାରିଗରମାନେ ବିଦେଶୀ ପର୍ଯ୍ୟଟକଙ୍କୁ ଟାର୍ଗେଟ କରୁଛନ୍ତି।

ଏହି ଖବର ପଢ଼ନ୍ତୁ- http://୩୧ ତମ ରାଜ୍ୟ ଚଳଚ୍ଚିତ୍ର ଉତ୍ସବ: ପୀତବାସ ଶ୍ରେଷ୍ଠ ଅଭିନେତା, ଶିବାନୀ ଶ୍ରେଷ୍ଠ ଅଭିନେତ୍ରୀ

କିନ୍ତୁ ଏବେ ଡାକ ବିଭାଗର ଏନେଇ ଜାରି ହୋଇଛି ସ୍ୱତନ୍ତ୍ର ନିୟମାବଳି । ବିଦେଶକୁ ଏସବୁ କଳାକୃତୀ ପଠେଇବାକୁ ହେଲେ କଷ୍ଟମ ଫର୍ମରେ Self Declaration ସହିତ ASI ପକ୍ଷରୁ Non Antiquity ସାର୍ଟିଫିକେଟ ଦାଖଲ କଲେ ଡାକ ବିଭାଗ ପକ୍ଷରୁ ସେ ସାମଗ୍ରୀକୁ ବିଦେଶକୁ ପଠାଯିବ । ବିଶେଷ କରି ଓଡ଼ିଶାରେ ଅନେକ ପୁରାତନ କୀର୍ତ୍ତିରାଜି ଓ ପୁରାତନ ତାଳପତ୍ର ପୋଥି ଆଦି ରହୁଥିବାରୁ ଏଗୁଡିକର ସଂରକ୍ଷଣ ଓ ବେଆଇନି ଚାଲାଣ ରୋକିବା ପାଇଁ ଏଭଳି ନିୟମ କରାଯାଇଛି। ତାଳପତ୍ର ପୋଥି ଓ ପଟ୍ଟଚିତ୍ରକୁ ଜିଆଇ ମାନ୍ୟତା ମିଳିଥିବାରୁ ତାହାକୁ ଦୃଷ୍ଟିରେ ରଖି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ଠାରୁ ଅନୁମୋଦନ ଆଣିଲେ କାରୁକାର୍ଯ୍ୟ ପଠାଇହେବ । ଏନେଇ ପଟ୍ଟଚିତ୍ର ଶିଳ୍ପୀ ଗ୍ରାମ ମାନଙ୍କରେ ଡାକ ବିଭାଗ ପକ୍ଷରୁ ସଚେତନତା କରାଯିବ ବୋଲି‌ ଡାକସେବା ବିଭାଗ ପକ୍ଷରୁ କାରିଗରମାନଙ୍କୁ ସୂଚନା ଦିଆଯାଉଛି ବୋଲି କହିଛନ୍ତି ଜିଲ୍ଲା ଡାକ ମଣ୍ଡଳ ଅଧିକାରୀ ରତନ ଯାନି"।
Published by:Soubhagya Mishra
First published: