ଆଖିରୁ ଲିଭିନି ୟସ ବାତ୍ୟାର ଦୃଶ୍ୟ; ବାତ୍ୟାକୁ ନେଇ ଭୟଭୀତ ତଳିଆ ଅଞ୍ଚଳବାସୀ

ଗତବର୍ଷ ୟସ ବାତ୍ୟାରେ ଭାଙ୍ଗିଥିବା ଲୁଣା ବନ୍ଧ ମରାମତି ସରିନି ଯାହାକୁ ନେଇ ଭୟଭୀତ ଲୋକେ। ସେପଟେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରୁ ଫେରାଇ ଆଣିବାକୁ ଡ଼ାକବାଜି ଯନ୍ତ୍ରରେ ପ୍ରଚାର ଚାଲିଛି।

ଗତବର୍ଷ ୟସ ବାତ୍ୟାରେ ଭାଙ୍ଗିଥିବା ଲୁଣା ବନ୍ଧ ମରାମତି ସରିନି ଯାହାକୁ ନେଇ ଭୟଭୀତ ଲୋକେ। ସେପଟେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରୁ ଫେରାଇ ଆଣିବାକୁ ଡ଼ାକବାଜି ଯନ୍ତ୍ରରେ ପ୍ରଚାର ଚାଲିଛି।

ଗତବର୍ଷ ୟସ ବାତ୍ୟାରେ ଭାଙ୍ଗିଥିବା ଲୁଣା ବନ୍ଧ ମରାମତି ସରିନି ଯାହାକୁ ନେଇ ଭୟଭୀତ ଲୋକେ। ସେପଟେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରୁ ଫେରାଇ ଆଣିବାକୁ ଡ଼ାକବାଜି ଯନ୍ତ୍ରରେ ପ୍ରଚାର ଚାଲିଛି।

  • Share this:
News18 Odia Digital

ବାଲେଶ୍ଵର: ଆଖିରୁ ଲିଭିନି ୟସର ଜୁଆରିଆ ପାଣି ମାଡ଼ିଆସିବା ଦୃଶ୍ୟ ।  ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ତଳିଆ ଅଞ୍ଚଳବାସୀ। ସେପଟେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରୁ ଫେରାଇ ଆଣିବାକୁ ଡ଼ାକବାଜି ଯନ୍ତ୍ରରେ ପ୍ରଚାର ଚାଲିଛି। ଅନ୍ୟପଟେ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସକ୍ରିୟ ହେଲା ଯୋଗାଣ ବିଭାଗ।

ସମୁଦ୍ର କୂଳିଆ ଅଞ୍ଚଳ ଲୋକେ ଭୁଲି ନାହାଁନ୍ତି ୟସ ବାତ୍ୟାର ପ୍ରକୋପ । ଗତବର୍ଷ ୟସ ବାତ୍ୟା ରେ ଭାଙ୍ଗିଥିବା ଲୁଣା ବନ୍ଧ ମରାମତି ସରିନି ଯାହାକୁ ନେଇ ଭୟଭୀତ ଲୋକେ। ସାଧାରଣତଃ ବାତ୍ୟା ପ୍ରଭାବରେ ଲୁଣା ପାଣି ମାଡ଼ିବା ଆଶଙ୍କାରେ ଲୋକଙ୍କ ନିଦ ହଜି ଯାଇଛି ସମୁଦ୍ର କୁଳିଆ ଲୋକଙ୍କର। ଗତ ବାତ୍ୟାରେ ୨୮ ସ୍ଥାନରେ ଲୁଣା ବନ୍ଧ ଭାଙ୍ଗିଥିଲା ସେଗୁଡ଼ିକ ମରାମତି କରାଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଶେଷ ହୋଇନି ଏଣୁ ସେପରି ପରିସ୍ଥିତି ହେଲେ ପାଣି ମାଡ଼ି ଆସିବା ଭୟ ଲୋକଙ୍କୁ ଘାରିଛି ।

ସେପଟେ ବାତ୍ୟାର ପ୍ରଭାବ ନେଇ ମତ୍ସ୍ୟ ବିଭାଗର ତତ୍ପରତା । ସମୁଦ୍ର ମଧ୍ୟରୁ ମତ୍ସ୍ୟଜୀବୀଙ୍କୁ ଫେରିଆସିବାକୁ ଡ଼ାକ ବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଉଛି ମତ୍ସ୍ୟ ବିଭାଗ । ଏନେଇ ବାହାନଗା ମତ୍ସ୍ୟ ବିଭାଗ ପକ୍ଷରୁ ସହକାରୀ ମତ୍ସ୍ୟ ଅଧିକାରୀ ଡାକ ବାଜି ଯନ୍ତ୍ର ମାଧ୍ୟମରେ ବିଭିନ୍ନ ଜେଟିରେ ମତ୍ସ୍ୟଜୀବୀମାନଙ୍କୁ ସଚେତନ କରାଇଛନ୍ତି।  ସେହିପରି ମିଳିଥିବା ସୂଚନା ଅନୁସାରେ ଏବେ ମତ୍ସ୍ୟ ପ୍ରଜନନ ସମୟ ଚାଲୁଥିବାରୁ ବଡ଼ ବଡ଼ ଟ୍ରଲର ଗଭୀର ସମୁଦ୍ରରେ ନାହାନ୍ତି ହେଲେ ଛୋଟ ଛୋଟ ଟ୍ରଲର ବା ଡଙ୍ଗାରେ କୂଳରୁ ଅଳ୍ପ ଦୂରରେ ଅନେକ ମତ୍ସ୍ୟଜୀବୀ ମାଛ ମାରିବାକୁ ଯାଇଥାନ୍ତି ଏଣୁ ବାତ୍ୟା ବିପଦ ଆଖିଆଗରେ ରଖି ଏବେ ମତ୍ସ୍ୟ ବିଭାଗ ସେମାନଙ୍କୁ କୂଳକୁ ଆସିବାକୁ କହିବା ସହିତ ୧୩ ତାରିଖ ପର୍ଯ୍ୟନ୍ତ ନିଜର ବୋଟ ଜାଲ ଆଦି ସୁରକ୍ଷିତ କରି ରଖିବାକୁ କହିଛନ୍ତି ।

"ୟସ ସମୟରେ ଯେଉଁ ପାଣି ମାଡ଼ି ଆସିଥିଲା ତାହା ଆମେ ଜୀବନରେ ପୂର୍ବରୁ କେବେ ଦେଖି ନଥିଲୁ। ପୁଣି ଚଳିତ ଥର ବାତ୍ୟା ଶୁଣି ଡର ଲାଗିବା ସ୍ୱାଭାବିକ । ଲୁଣା ବନ୍ଧ ଏବେବି କାର୍ଯ୍ୟ ବାକି ଅଛି ଏଣୁ ସମୁଦ୍ର ଜୁଆରିଆ ହେଲେ ଆମ ପରିସ୍ଥିତି ଖରାପ ହୋଇଯିବ,"  କହିଛନ୍ତି ତଳିଆ ଅଞ୍ଚଳ ବାସିନ୍ଦା ରମେଶ ରାଉତ।

"ପାଣିପାଗ ବିଭାଗ ଗାଇଡ଼ ଲାଇନ ଅନୁସାରେ ୧୩ ପର୍ଯ୍ୟନ୍ତ କେହି ସମୁଦ୍ର ମଧ୍ୟରେ ରହି ପାରିବେ ନାହିଁ ଏଣୁ ଆମେ ଲୋକଙ୍କୁ ସଚେତନ କରାଇବା ସହିତ ସମସ୍ତଙ୍କୁ କୂଳକୁ ଫେରାଇ ଆଣିବାକୁ ପୁରା ଚେଷ୍ଟା ଜାରି ରଖିଛୁ,"କହିଛନ୍ତି ସହକାରୀ ମତ୍ସ୍ୟ ଅଧିକାରୀ।

ଅନ୍ୟପଟରେ ବାଲେଶ୍ଵରରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ଆଳୁ ଗୋଦାମ ଉପରେ ଚଢାଉ ଜୋରଦାର କରଯାଇଛି । ବାଲେଶ୍ଵର ସହର ନୂଆ ବଜାରରେ ବିଭିନ୍ନ ଆଳୁ ଗୋଦାମ ଉପରେ ଚଢ଼ାଉ କରିଛି ଯୋଗାଣ ବିଭାଗ । ବାତ୍ୟା ପାଈଁ କଳାବଜାରୀ ରୋକିବା ଓ ବଜାରରେ ବର୍ଦ୍ଧିତ ଦରଦାମର ନିୟନ୍ତ୍ରଣ ପାଇଁ ଗତକାଲି ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଆଜି ସକ୍ରିୟ ହୋଇଛି ବିଭାଗ।  ମୁଖ୍ୟତଃ ରେଟ ଚାଟ ଓ ଷ୍ଟୋକକୁ ନେଇ ଯାଞ୍ଚ କରିଛନ୍ତି ଯୋଗାଣ ବିଭାଗ ଅଧିକାରୀ ।
Published by:Soumya Das
First published: