କାରଗିଲ ବିଜୟ ଦିବସରେ ଶହୀଦ ଶ୍ରୀନିବାସ ପାତ୍ରଙ୍କୁ ମନେ ପକାଇଲେ ଜଗଦଳପୁର ବାସିନ୍ଦା

କାରଗିଲ ବିଜୟ ଦିବସ ଅବସରରେ ଶହୀଦ ଶ୍ରୀନିବାସ ପାତ୍ରଙ୍କୁ ମନେ ପକାଇଲେ ଜଗଦଳପୁର ବାସିନ୍ଦା । ଶହୀଦ ଶ୍ରୀନିବାସଙ୍କ ବଳିଦାନକୁ ମନେ ପକାଇବା ପାଇଁ ଅନୁଷ୍ଠିତ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ ।

କାରଗିଲ ବିଜୟ ଦିବସରେ ଶହୀଦ ଶ୍ରୀନିବାସ ପାତ୍ରଙ୍କୁ ମନେ ପକାଇଲେ ଜଗଦଳପୁର ବାସିନ୍ଦା

କାରଗିଲ ବିଜୟ ଦିବସରେ ଶହୀଦ ଶ୍ରୀନିବାସ ପାତ୍ରଙ୍କୁ ମନେ ପକାଇଲେ ଜଗଦଳପୁର ବାସିନ୍ଦା

  • News18 Odia
  • Last Updated :
  • Jagdalpur | Kargil
  • Share this:
News 18 Odia Digital

ବ୍ରହ୍ମପୁର;  କାରଗିଲ ଯୁଦ୍ଧରେ ପାକିସ୍ତାନ ବିପକ୍ଷରେ ଲଢ଼େଇ କରି ଭାରତକୁ ବିଜୟର ସ୍ୱାଦ ଚଖାଇଥିଲେ ଭାରତୀୟ ଯବାନ । ଯୁଦ୍ଧରେ ଶତ୍ରୁପକ୍ଷଙ୍କ ଗୁଳିରେ ଶହୀଦ ହୋଇଥିଲେ ଅନେକ ଭାରତୀୟ ଯବାନ । ଶହୀଦ ଯବାନଙ୍କ ମଧ୍ୟରେ ୧୩ ଜଣ ଓଡ଼ିଆ ଯବାନ ରହିଥିଲେ । ସେଥିମଧ୍ୟରୁ ବ୍ରହ୍ମପୁର ଉପକଣ୍ଠ ଜଗଦଳପୁରର ଶହୀଦ ଏସ. ଶ୍ରୀନିବାସ ପାତ୍ର ମଧ୍ୟ ରହିଥିଲେ ।



ଯୁଦ୍ଧରେ ଶହୀଦ ହୋଇଥିବା ଯବାନ ଶ୍ରୀନିବାସ ପାତ୍ରଙ୍କ ସ୍ମତିରେ ଆଜି ଜଗଦଳପୁରରେ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ଏସପି, କୁକୁଡ଼ାଖଣ୍ଡି ତହସିଲଦାରଙ୍କ ସମେତ ବହୁ ଜନପ୍ରତିନିଧି ଓ ଗ୍ରାମବାସୀ ମାନେ ଯୋଗଦେଇ ସ୍ମତିଚାରଣ କରିବା ସହିତ ତାଙ୍କ ବିରତ୍ୱର ଗାଥାକୁ ମନେ ପକାଇଥିଲେ । ଶ୍ରୀନିବାସଙ୍କ ବଳିଦାନ ପାଇଁ ସାରା ଦେଶ ଗର୍ବିତ ଥିବା ବେଳେ ଜିଲ୍ଲାବାସୀ ମଧ୍ୟ ଗର୍ବିତ ।



କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ଶ୍ରୀନିବାସ ଜଗଦଳପୁର ତଥା ଗଞ୍ଜାମ ଜିଲ୍ଲାର ହୋଇଥିବା ହେତୁ ସମସ୍ତେ ତାଙ୍କ ପାଇଁ ଗର୍ବ କରିବାର ଆବଶ୍ୟକତା ରହିଛି । ଶ୍ରୀନିବାସ ଯେଭଳି ଦେଶ ପାଇଁ ନିଜର ଜୀବନକୁ ଉତ୍ସର୍ଗୀକୃତ କରିଥିଲେ । ଠିକ୍‌ ସେହିଭଳି ବର୍ତ୍ତମାନ ସମୟରେ ପ୍ରତ୍ୟେକ ନାଗରିକ ଦେଶ ପାଇଁ କିଛି ନା କିଛି କାମ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ,‘‘ ବ୍ରହ୍ମପୁର ଏସପି ସ୍ରବଣା ବିବେକ ଏମ. ।  ସେହି ଦିନ ଆଉ ଆଜି ମଧ୍ୟରେ ବେଶ କିଛି ଫରକ ନାହିଁ । ଆଜି ମଧ୍ୟ ସେହି ଶହୀଦଙ୍କୁ ସମସ୍ତେ ମନେ ପକାଉଛନ୍ତି । ଆଜି ଏଭଳି କାରଗିଲ ବଜୟ ଦିବସକୁ ପାଳନ କରି ଶହୀଦ ଶ୍ରୀନିବାସଙ୍କୁ କେବଳ ଯେ ଶ୍ରଦ୍ଧାଞ୍ଜଳୀ ଦିଆଯାଉଛି ତାହା ନୁହେଁ ବରଂ ଆଜିର ଯୁବପିଢ଼ି ଶ୍ରୀନିବାସଙ୍କ ଦେଶପ୍ରତି ସହ ଗାଥାକୁ ମନେ ରଖିବା ଆବଶ୍ୟକ ବୋଲି କହିଛନ୍ତି,‘‘ କୁକୁଡ଼ାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା ।

ସୂଚନାଯୋଗ୍ୟ, ୧୯୯୯ ମସିହା ଜୁଲାଇ ମାସ ୫ ତାରିଖରେ ଏସ. ଶ୍ରୀନିବାସ ଶହୀଦ ହୋଇଥିଲେ । ଶ୍ରୀନିବାସଙ୍କ ୫ ଭାଇ ରହିଥିବା ବେଳେ ସବୁଠାରୁ ସାନ ରହିଥିଲେ ଶ୍ରୀନିବାସ । ଗତ ଦୁଇ ବର୍ଷ ହେଲା କୋରୋନା ଯୋଗୁଁ କାରଗିଲ ବିଜୟ ଦିବସକୁ କଟକଣାରେ ପାଳନ କରାଯାଉଥିଲା । ଚଳିତ ବର୍ଷ ବେଶ ଆଡ଼ମ୍ବର ସହିତ କାରଗିଲ ବିଜୟ ଦିବସ ପାଳନ କରାଯାଇଛି । ଏହାସହିତ ଶହୀଦ ଶ୍ରୀନିବାସଙ୍କ ଦେଶ ପ୍ରତି ଏଭଳି ବଳିଦାନକୁ ମନେରଖିବା ନିମନ୍ତେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
Published by:Soubhagya Mishra
First published: