ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଲଘୁଚାପ ନାଁ ଶୁଣିଲେ ଏବେ ଆତଙ୍କିତ ହେଉଛନ୍ତି ରାଜଧାନୀବାସୀ; ବାରମ୍ବାର ଜଳବନ୍ଦୀ ସମସ୍ୟାକୁ ନେଇ ଚିନ୍ତିତ

ଲଘୁଚାପ ନାଁ ଶୁଣିଲେ ଏବେ ଆତଙ୍କିତ ହେଉଛନ୍ତି ରାଜଧାନୀବାସୀ; ବାରମ୍ବାର ଜଳବନ୍ଦୀ ସମସ୍ୟାକୁ ନେଇ ଚିନ୍ତିତ

ବାରମ୍ବାର ଲଘୁଚାପ ଜନିତ ବର୍ଷା ଆଶଙ୍କାକୁ ନେଇ ଛାନିଆରେ ଦିନ କାଟୁଛନ୍ତି ଅଧିକାଂଶ ରାଜଧାନୀ ବାସିନ୍ଦା, ଯେଉଁମାନେ ବିକଳ୍ପ ଭାବେ ଗାଁ ମୁହାଁ ହେବାକୁ ଚିନ୍ତା କରୁଛନ୍ତି।

ଲଘୁଚାପ ନାଁ ଶୁଣିଲେ ଏବେ ଆତଙ୍କିତ ହେଉଛନ୍ତି ରାଜଧାନୀବାସୀ; ବାରମ୍ବାର ଜଳବନ୍ଦୀ ସମସ୍ୟାକୁ ନେଇ ଚିନ୍ତିତ
ଲଘୁଚାପ ନାଁ ଶୁଣିଲେ ଏବେ ଆତଙ୍କିତ ହେଉଛନ୍ତି ରାଜଧାନୀବାସୀ
  • News18 Odia
  • Last Updated: October 9, 2021, 5:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଏବେ ଅସରାଏ ବର୍ଷା ହେଲେ ଛାନିଆ ହୋଇ ପଡୁଛନ୍ତି ଭୁବନେଶ୍ୱର ବାସିନ୍ଦା। କାରଣ ହେଲା ୱାଟର ଲଗିଙ୍ଗ ବା ଜଳବନ୍ଦୀ ପରିସ୍ଥିତି। ଗତ କିଛି ବର୍ଷ ଧରି ସାମାନ୍ୟ ବର୍ଷାରେ ଜଳବନ୍ଦୀ ପରିସ୍ଥିତି ଉପୁଜୁଥିବା କାରଣରୁ ସଂଖାଧିକ ଭୁବନେଶ୍ୱର ବାସିନ୍ଦା ଏହାକୁ ନେଇ ଆତଙ୍କିତ ହୋଇ ପଡୁଛନ୍ତି।

ଵିଶେଷ କରି ବାରମ୍ବାର ଲଘୁଚାପ ଜନିତ ବର୍ଷା ଆଶଙ୍କାକୁ ନେଇ ଛାନିଆରେ ଦିନ କାଟୁଛନ୍ତି ଅଧିକାଂଶ ରାଜଧାନୀ ବାସିନ୍ଦା, ଯେଉଁମାନେ ବିକଳ୍ପ ଭାବେ ଗାଁ ମୁହାଁ ହେବାକୁ ଚିନ୍ତା କରୁଛନ୍ତି।

ଭୁବନେଶ୍ୱର ନୟାପଲ୍ଲୀ ବାସିନ୍ଦା ସହଦେବ ସେନାପତି ୧୯୯୨ ମସିହାରେ ଜାଗା କିଣି ଘର କରିବା ପରେ ଗାଁ ଛାଡ଼ି ଚାଲି ଆସିଥିଲେ ଭୁବନେଶ୍ୱର। ରାଜଧାନୀ ଭୁବନେଶ୍ୱରର ଏକ ସମ୍ମାନଜନକ ଅଞ୍ଚଳରେ ସ୍ଥାୟୀ ବାସିନ୍ଦା ହୋଇଥିବାରୁ ସେ ଖୁଵ ଗର୍ବ ଅନୁଭବ କରୁଥିଲେ। ହେଲେ ସମୟ ଗଡ଼ିବା ସହିତ ତାଙ୍କର ସବୁ ଖୁସି ଏବେ ତାଙ୍କ ପାଇଁ ଯନ୍ତ୍ରଣା ପାଲଟିଛି। କାରଣ ସାମାନ୍ୟ ବର୍ଷା ହେଲେ ଡ୍ରେନ ଜାମ ହେଉଥିବା କାରଣରୁ ତାଙ୍କ ତଳ ମହଲାରେ ନର୍ଦମା ପାଣି ପଶୁଛି। ବି.ଏମ.ସି. ପାଖରେ ଯେତେ ଅଭିଯୋଗ କଲେ ବି ତାଙ୍କ ଦୁଃଖ ଦୂର ହେଉନି। ସେ ଓ ତାଙ୍କର ପରିବାର ଏବେ ଗାଁକୁ ଫେରିଜିବାକୁ ଚିନ୍ତା କରୁଛନ୍ତି।

ଲଘୁଚାପ ନାଁ ଶୁଣିଲେ ଏବେ ଆତଙ୍କିତ ହେଉଛନ୍ତି ରାଜଧାନୀବାସୀ


ସମାଲ ସ୍ଥିତ ଭୁବନେଶ୍ୱର ବମୀଖାଲରେ ମଧ୍ୟ । ଏକ ଚାରି ମହଲା ବିଶିଷ୍ଟ ଏକ ଘରୋଇ ଆପାର୍ଟମେଣ୍ଟରେ ଗତ ୧୧ ବର୍ଷ ଧରି ରହି ଆସୁଛନ୍ତି ସାଲେପୁର ଅଞ୍ଚଳର ଦିବାକର ଶତପଥୀ। ଆପାର୍ଟମେଣ୍ଟ ଆଖପାଖରେ ସବୁ କିଣାକିଣି ସୁବିଧା ଥିବାରୁ ସେ ଘର କିଣି ଏଠିକାର ବାସିନ୍ଦା ହୋଇଥିବାରୁ ଖୁଵ ଖୁସି ଥିଲେ। ହେଲେ ଗତ ଲଘୁଚାପ ସମୟରେ ପ୍ରବଳ ବର୍ଷା ଯୋଗୁଁ ସେ ଓ ତାଙ୍କ ପରିବାର ଯେଉଁ କଷ୍ଟ ଭୋଗିଛନ୍ତି ତାହାକୁ ସେ ଜୀଵନ ସାରା ଭୁଲି ପାରିବେ ନାହିଁ ବୋଲି କହିଛନ୍ତି। ଏହି ବର୍ଷା ସମୟରେ ତାଙ୍କ ଆପାର୍ଟମେଣ୍ଟକୁ ଲାଗି ରହିଥିବା ଡ୍ରେନ ପାଚେରୀ ଭାଙ୍ଗିଗଲା। ତାଙ୍କ ଦାମିକା କାର ପ୍ରାୟ ପାଞ୍ଚ ଘଣ୍ଟା ଧରି ନର୍ଦମା ପାଣିରେ ବୁଡି ରହିଲା। ଏବେ କାହିଁକି ଭୁବନେଶ୍ୱର ଆସିଲେ ବୋଲି ଅନୁତାପ କରୁଛନ୍ତି ସେ।

କେଵଳ ଏହି ଦୁଇ ଭୁବନେଶ୍ୱର ବାସିନ୍ଦା ନୁହନ୍ତି, ଏମିତି ସହରରେ ସ୍ଥାୟୀଭାବେ ବସବାସ କରିବା ପାଇଁ ଚାଲି ଆସିଥିବା ଅନେକ ରାଜଧାନୀ ବାସିନ୍ଦାଙ୍କ ଅବସ୍ଥା ଏମିତି। ବର୍ଷା ବିଶେଷ କରି ଲଘୁଚାପ ଜନିତ ବର୍ଷା ଆସୁଥିବା ଶୁଣିଲେ ଅନେକ ଭୁବନେଶ୍ୱର ବାସିନ୍ଦାଙ୍କ ଆଖିରୁ ନିଦ ହଜି ଯାଉଛି। ବର୍ଷାକୁ ନେଇ ଯେତିକି ଭୟ ନାହିଁ, ବେଶୀ ଭୟ ଜଳବନ୍ଦୀ ସମସ୍ୟାକୁ ନେଇ। ଏବେ ପୁଣି ଏକ ଲଘୁଚାପ କ୍ଷେତ୍ର ଓଡ଼ିଶା ଉପକୂଳରେ ବାତ୍ୟାର ରୂପ ନେବାର ସମ୍ଭାବନା ଥିବାରୁ ଏହାକୁ ନେଇ ଅନେକ ଭୁବନେଶ୍ୱର ବାସିନ୍ଦା ଆତଙ୍କିତ ହୋଇପଡ଼ିଛନ୍ତି ।

ଷ୍ଟ୍ରକଚରାଲ ଇଞ୍ଜିନିୟର ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ଅନୁସାରେ, ‘‘ବି.ଏମ.ସି. ଅଞ୍ଚଳରେ ମୋଟ ଡ୍ରେନର ଲମ୍ବା ୫୬୦ ବର୍ଗ କିଲୋମିଟର ଯାହା ୬୭ଟି ୱାର୍ଡ ଦେଇ ଯାଇଛି। ସେ ଭିତରୁ ପ୍ରାୟ ୨୪୦ ବର୍ଗ କିମି ଏବେ ଜବର ଦଖଲ ହୋଇଛି। ଗୋଟିଏ ସମୟ ଥିଲା ଯେଉଁ ସମୟରେ ଜଳବନ୍ଦୀ ବା ୱାଟର ଲଗିଙ୍ଗ କଥା ଚର୍ଚ୍ଚାକୁ ଆସୁଥିଲେ ପ୍ରଥମେ ପୁରୁଣା ସହର କଟକର ନାଁ ସାମ୍ନାକୁ ଆସୁଥିଲା। ଏହି ସହର ହି ବର୍ଷ ବର୍ଷ ଧରି ଏହି କୁଖ୍ୟାତିକୁ ପରିଚୟ ଭାବେ ଗ୍ରହଣ କରି ନେଇଥିଲା। କିନ୍ତୁ ଏବେ ସେ ଚର୍ଚ୍ଚାରେ ଯୋଡ଼ି ହୋଇଛି ଆଉ ଏକ ନାଁ। ରାଜଧାନୀ ଭୁବନେଶ୍ୱର ଏହି କୁଖ୍ୟାତିକୁ ମୁଣ୍ଡାଇବା ପାଇଁ ଏକ ପ୍ରକାର ବାଧ୍ୟ ହୋଇଛି। ଦିନକୁ ଦିନ ଭୁବନେଶ୍ୱରେ ଯେଉଁ ଭଳି ୱାଟର ଲଗିଙ୍ଗ ପରିସ୍ଥିତି ଉପୁଜୁଛି ତାହା ନିଦ ହଜାଇ ଦେଇଛି।"

ଏହାର କାରଣ ନେଇ ସାମାଜିକ କର୍ମୀ ଆଶୁତୋଷ ସାମନ୍ତରାୟ ଯୁକ୍ତି ରଖିଛନ୍ତି ଯେ ଭୁବନେଶ୍ୱର ମୁଖ୍ୟତଃ ଏକ ଉଚ୍ଚା ଅଞ୍ଚଳରେ ଗଢ଼ି ଉଠିଥିବା ସହର। ସମୟ ଅନୁସାରେ ଏଠିକାର ଲୋକସଂଖ୍ୟା ବଢ଼ିବ ସହିତ ତଳିଆ ଅଞ୍ଚଳରେ ଗଢ଼ି ଉଠିଛି ଜନବସତି। ଲୋକେ ଡ୍ରେନକୁ ପୋତି ବା ଜବର ଦଖଲ କରି ଘର ତିଆରି କରୁଛନ୍ତି। ବି.ଏମ.ସି. ବା ବିଡ଼ିଏର ନିଜର ନାହିଁ। ଆଉ ଏହି ସମସ୍ୟା କାରଣରୁ ସହରରେ ଥିବା ଡ୍ରେନ ବ୍ୟବସ୍ଥାର ପ୍ରାୟ ୪୦ ଭାଗ ଜବର ଦଖଲ ହୋଇଛି। ସହର ଭିତରେ ଥିବା ବିଭିନ୍ନ ପୋଖରୀ ବା ଜଳାଶୟ ଏବେ ଜବର ଦଖଲ ହୋଇଥିବାରୁ ଆଗକୁ ଏ ସ୍ଥିତି ଭୟଙ୍କର ସ୍ଥିତିକୁ ଆମନ୍ତ୍ରଣ କରିବ ।’’
Published by: Lipina Das
First published: October 9, 2021, 5:36 PM IST