ଆଇପିଏସ ସ୍ତରରେ ଅଦଳବଦଳ; ବଦଳିଲେ ୫ଟି ଜିଲ୍ଲାର SP

ସର୍ବଭାରତୀୟ ପୋଲିସ ସେବା (ଅଧିକାରୀ) ସ୍ତରରେ ରାଜ୍ୟ ସରକାର ଆଜି ବଡ଼ ଧରଣର ଅଦଳବଦଳ କରିଛନ୍ତି ।

ବଦଳିଲେ ୫ଟି ଜିଲ୍ଲାର SP

ବଦଳିଲେ ୫ଟି ଜିଲ୍ଲାର SP

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ସର୍ବଭାରତୀୟ ପୋଲିସ ସେବା (ଅଧିକାରୀ) ସ୍ତରରେ ରାଜ୍ୟ ସରକାର ଆଜି ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏହି କ୍ରମରେ ୫ଟି ଜିଲ୍ଲାର ଏସପିଙ୍କୁ ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି । ମୋଟ ୧୮ ଜଣ ଅଧିକାରୀଙ୍କୁ ନୂଆ ସ୍ଥାନରେ ଦାୟିତ୍ୱ ପ୍ରଦାନ କରାଯାଇଛି ।

-ମିତ୍ରଭାନୁ ମହାପାତ୍ରଙ୍କୁ ରାଉରକେଲାର ଏସପି

-ବି. ଗଙ୍ଗାଧରଙ୍କୁ ମୟୂରଭଞ୍ଜର ଏସପି
 -ମୁକେଶ କୁମାରଙ୍କୁ ଭାମୁ ସମ୍ବଲପୁର ଏସ୍‌ପି

 

-ନୀତିନ କୁଶଲକରଙ୍କୁ କେନ୍ଦୁଝର ଏସ୍‌ପି

 

-ରିଷିକେଶ ଖିଲାରୀଙ୍କୁ ବଲାଙ୍ଗିର ଏସ୍‌ପି




ଏ.ଏମ୍ ପ୍ରସାଦ ସ୍ପେଶାଲ ଡିଜି HRPC ହୋଇଛନ୍ତି। ସୁଧାଂଶୁ ଷଡ଼ଙ୍ଗୀ ଅଗ୍ନିଶମ ଓ ହୋମଗାର୍ଡ ଡିଜି, ରାଧାକୃଷ୍ଣ ଶର୍ମା ଏଡିଜି ହେଡକ୍ବାର୍ଟର, ସଞ୍ଜୟ କୁମାର ଏଡିଜି ଆଇନଶୃଙ୍ଖଳା ଓ କମ୍ୟୁନିକେସନ, ଅମିତାଭ ଠାକୁର ପରିବହନ କମିଶନର, ଏସ୍. ଦେବଦତ୍ତ ସିଂହ ଏଡିଜି ଅପରେସନ, ଦୟାଲ ଗଙ୍ଗୱାର ଏଡିଜି ରେଲୱେ ଓ ତଟ ସୁରକ୍ଷା ଓ ରାଜେଶ କୁମାର ଏଡିଜି ଆଧୁନିକୀକରଣ ହୋଇଛନ୍ତି।

ସେହିପରି ନରସିଂହ ଭୋଳ ଅବକାରୀ କମିଶନର, ଆଶିଷ ସିଂହ କେନ୍ଦ୍ରାଞ୍ଚଳ ଆଇଜି, ରାଜେଶ ପଣ୍ଡିତ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି, ଅଖିଳେଶ୍ୱର ସିଂହ ଡିଆଇଜି SIW ଓ ଚରଣ ସିଂ ମୀନା ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ହୋଇଛନ୍ତି। ଏହି ସମସ୍ତ ଅଧିକାରୀମାନେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଦାୟିତ୍ୱରେ ରହିଥିବା ବେଳେ ସେମାନେ ଖୁବଶୀଘ୍ର ନୂଆ ସ୍ଥାନରେ ନୂଆ ପଦରେ ଦାୟିତ୍ୱ ଗ୍ରହଣ କରିବେ । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

Published by:Soumya Das
First published: