ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାଜ୍ୟର IAS ସ୍ତରରେ ବଡ଼ ଅଦଳ ବଦଳ ହେଲା; ବଦଳିଲେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ

ରାଜ୍ୟର IAS ସ୍ତରରେ ବଡ଼ ଅଦଳ ବଦଳ ହେଲା; ବଦଳିଲେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ

ନୂଆ ବର୍ଷରେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସୁରେଶ ମହାପାତ୍ର ଓ ନୂଆ ଉନ୍ନୟନ କମିଶନର ଭାବେ କାର୍ଯ୍ୟାରମ୍ଭ କରିଛନ୍ତି ପ୍ରଦୀପ ଜେନା । ସରକାର IAS ସ୍ତରରେ କେତେକ ଗୁରୁତ୍ୱପୂର୍ଣ୍ଣ ପଦରେ ଅଦଳ ବଦଳ କରିଛନ୍ତି ।

ରାଜ୍ୟର IAS ସ୍ତରରେ ବଡ଼ ଅଦଳ ବଦଳ ହେଲା; ବଦଳିଲେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ
ଦାୟିତ୍ୱ ଗ୍ରହଣ କରିବା ପରେ ନୂଆ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର
  • News18 Odia
  • Last Updated: January 1, 2021, 7:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ନୂଆ ବର୍ଷ ଦିନ ରାଜ୍ୟରେ IAS ସ୍ତରରେ ବଡ଼ ଅଦଳ ବଦଳ କରିଛନ୍ତି ସରକାର । ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ବଦଳି ହୋଇଛି ଓ ତାଙ୍କୁ ଓ.ଏମ୍‌.ସି.ର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ନୂଆ ବର୍ଷରେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସୁରେଶ ମହାପାତ୍ର । ନୂଆ ଉନ୍ନୟନ କମିଶନର ଭାବେ ନୂଆ ବର୍ଷରେ ଦାୟିତ୍ବ ଗ୍ରହଣ କରିଛନ୍ତି ପ୍ରଦୀପ ଜେନା ।

ପୁରୀ ଜିଲ୍ଲାପାଳ ଭାବେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଦିଆଯାଇଛି ନିଯୁକ୍ତି । ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମରେ  ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବତନ୍ତ୍ର ସଚିବ ଭାବେ ଆର୍‌. ଭିନିଲ କ୍ରିଷ୍ଣାଙ୍କୁ ନିଯୁକ୍ତି ମିଳିଛି । ପାରୁଲ ପଟୱାରୀଙ୍କୁ ପୂର୍ତ୍ତ ବିଭାଗର ଉପ ସଚିବ ଭାବେ ନିଯୁକ୍ତ କରାଯାଇଛି ।

ଏହା ବି ପଢ଼ନ୍ତୁ | ସରକାରୀ ଚାକିରି: SSC CGLରେ ,୦୦୦ରୁ ଅଧିକ ଖାଲି ପଦ ପାଇଁ ବିଜ୍ଞପ୍ତି ବାହାରିଛି; ଆବେଦନ କରନ୍ତୁ

ସମର୍ଥ ବର୍ମାଙ୍କ ସ୍ଥାନରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ଅମ୍ରିତ ଋତୁରାଜଙ୍କୁ ଦିଆଯାଇଛି ନିଯୁକ୍ତି । ଯାଜପୁରର PDDRDA ଭାବେ ବିଶାଲ ସିଂହଙ୍କୁ ନିଯୁକ୍ତ କରାଯାଇଛି । ଜଗତସିଂହପୁର ଜିଲ୍ଲାପାଳ ଥିବା ସରୋଜ କୁମାର ମିଶ୍ରଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ରାୟଗଡ଼ା ଜିଲ୍ଲାପାଳ ଥିବା ପ୍ରମୋଦ ବେହେରାଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।

ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ବଦଳି ହୋଇଯାଇଛି ।


ନୂଆ ବର୍ଷରୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରି କାର୍ଯ୍ୟାରମ୍ଭ କରିଛନ୍ତି ସୁରେଶ ମହାପାତ୍ର । ଦାୟିତ୍ବ ଗ୍ରହଣ କରିବା ପରେ ସେ କହିଛନ୍ତି, ‘‘ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୄପାରୁ ବର୍ଷ-୨୦୨୧ ଓଡ଼ିଶାବାସୀଙ୍କ ପାଇଁ ମଙ୍ଗଳମୟ ହେଉ । ରାଜ୍ୟର ସର୍ବାଙ୍ଗୀନ ଓ ସବୁ ବର୍ଗର ବିକାଶ ପାଇଁ ଆମେ କାର୍ଯ୍ୟ କରିବୁ । ଯେଉଁ ସବୁ ପ୍ରକଳ୍ପ କାର୍ଯ୍ୟ ସରକାର ହାତକୁ ନେଇଛନ୍ତି ସେଗୁଡ଼ିକୁ ଆହୁରି ଦ୍ରୁତ ଗତିରେ କରାଯିବ ।’’

ଏହା ବି ପଢ଼ନ୍ତୁ | ସିଟ୍ରେ ବସିବାକୁ ନେଇ ଝଗଡ଼ା ପରେ ହାଇ ସ୍କୁଲ୍ ଛାତ୍ର ନିଜ ସାଥିକୁ କ୍ଲାସ୍ରେ ଗୁଳି ମାରି ହତ୍ୟା କଲା

‘‘କରନା ମୁକାବିଲା ସହିତ ଜୀବନ ଜୀବିକା ଓ ଅର୍ଥନୈତିକ କାର୍ଯ୍ୟକଳାପକୁ କିଭଳି ତ୍ୱରାନ୍ୱିତ କରାଯିବ, ତାହା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ବାନ ହେବ,’’ କହିଛନ୍ତି ମହାପାତ୍ର । ମୋଟାମୋଟି ଭାବେ କରୋନା ମହାମାରୀ ଯୋଗୁଁ ମାନ୍ଦା ହୋଇଯାଇଥିବା ରାଜ୍ୟର ଆର୍ଥିକ ସ୍ଥିତିକୁ ସୁଧାରିବା ତାଙ୍କ ପାଇଁ ହେବ ଏକ ବଡ଼ ଚ୍ୟାଲେଞ୍ଜ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | CCTV: ଇଣ୍ଡିକେଟର୍ ଦେଇ ଗାଡ଼ି ମୋଡ଼ିଦେଲା; ପଛରୁ ଆକ୍ଟିଭାରେ ଆସୁଥିବା ଝିଅଟିର ମୃତ୍ୟୁ ହେଲା

ନୂଆ ମୁଖ୍ୟ ସଚିବଙ୍କର ଅନ୍ୟତମ ଗୁରୁ ଦାୟିତ୍ବ ରହିବ ନୂଆ ବର୍ଷରେ କରୋନାକୁ ପ୍ରତିହତ କରିବା ଦିଗରେ ଟିକାକରଣକୁ ସୁଚାରୁ ଢଙ୍ଗରେ କାର୍ଯ୍ୟାନ୍ୱୟନ କରିବା । ଜାନୁଆରୀରେ ଟିକାକରଣ ପ୍ରାୟତଃ ସ୍ଥିର ହୋଇଥିବା ବେଳେ ରାଜ୍ୟରେ ଟିକା ଅଭିଯାନକୁ ସଫଳତାର ସହ ତୁଲାଇବା ନୂଆ ମୁଖ୍ୟ ଶାସନ ସଚିବଙ୍କ ପାଇଁ ପ୍ରାଥମିକତା ହେବ ।



ପ୍ରଦୀପ ଜେନା ଲୋକସେବା ଭବନରେ ନିଜ କାର୍ଯ୍ୟାଳୟରେ ପହଞ୍ଚି ଉନ୍ନୟନ କମିଶନର ଭାବେ କାର୍ଯ୍ୟାରମ୍ଭ କରିଛନ୍ତି । ନୂଆ ବର୍ଷରେ ଏହି ନୂଆ ଦାୟିତ୍ବ ସହ ତାଙ୍କ ଉପରେ ରହିବ ଆହୁରି ଅନେକ ଦାୟିତ୍ବ । ସମସ୍ତ ସରକାରୀ ସ୍କିମ୍ ଓ ପ୍ରକଳ୍ପ କାମ ଡେଡଲାଇନ ଭିତରେ ସାରିବା, ନୂଆ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରୀ କରାଇବା, ଜିଲ୍ଲା ଓ ରାଜ୍ୟ ସ୍ତରରେ ଅଫିସରଙ୍କ ସହ ସଠିକ୍‌ ସମନ୍ବୟ ରଖିବା ସହ ବିଭାଗୀୟ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପ୍ରଦୀପଙ୍କ ପାଇଁ ଚ୍ୟାଲେଞ୍ଜ ଭାବେ ଉଭା ହୋଇପାରେ । ଏ ସବୁକୁ ବାଦ୍ ଦେଲେ ଖଣି ନିଲାମିକୁ କ୍ରିୟାଶୀଳ କରାଇବା ଡିଏମଏଫର ସଫଳ କାର୍ଯ୍ୟାନ୍ବୟନ ମଧ୍ୟ ତାଙ୍କ ପାଇଁ ବଡ଼ ଦାୟିତ୍ବ ହେବ ।
Published by: Anand Shankar Thankur Das
First published: January 1, 2021, 7:48 PM IST