ସରକାରୀ ସ୍କୁଲରେ ପଢ଼ିଥିବା ପିଲାଙ୍କୁ ଡାକ୍ତରୀ ଓ ଇଞ୍ଜିନିୟରିଂ ନାମଲେଖାରେ ମିଳିବ ସଂରକ୍ଷଣ
ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବରେ ଏଭଳି ଐତିହାସିକ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତିକୁ ରାଜ୍ୟର ଶିକ୍ଷା ଜଗତ ସମେତ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି । ତିନି ମାସ ମଧ୍ୟରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ସରକାରଙ୍କୁ ରିପୋର୍ଟ ଦେବ ।

ନବୀନ ପଟ୍ଟନାୟକ ଓ ଏକ ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନେ (ଫାଇଲ୍ ଫଟୋ)
- News18 Odia
- Last Updated: December 28, 2020, 11:57 PM IST
ଭୁବନେଶ୍ୱର: ରାଜ୍ୟରେ ସରକାରୀ ସ୍କୁଲଗୁଡ଼ିକର ଲୋକପ୍ରିୟତା ବଢ଼ାଇବା ଦିଗରେ ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସରକାରୀ ହାଇ ସ୍କୁଲରେ ପଢୁଥିବା ପିଲାଙ୍କୁ ଉଚ୍ଚ ଶିକ୍ଷାରେ ସଂରକ୍ଷଣ ଦେବା ପାଇଁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।
ଡାକ୍ତରୀ ଓ ଇଞ୍ଜିନିୟରିଂରେ ନାମଲେଖା ପାଇଁ ଏଣିକି ସରକାରୀ ହାଇ ସ୍କୁଲରେ ପଢୁଥିବା ପିଲାଙ୍କୁ ସଂରକ୍ଷଣ ସୁବିଧା ମିଳିବ । ଆଗାମୀ ଶିକ୍ଷା ବର୍ଷରୁ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠିତ ହେବ । ହାଇ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହି କମିଟିର ଅଧ୍ୟକ୍ଷ ରହିବେ । ତିନି ମାସ ମଧ୍ୟରେ ସରକାରଙ୍କୁ ରିପୋର୍ଟ ଦେବ ଏହି ଉଚ୍ଚ କ୍ଷମତାସମ୍ପନ୍ନ କମିଟି ।
ଏହା ବି ପଢ଼ନ୍ତୁ | ବିକିନି ଜାଗାରେ କେବଳ ଫୁଲ… ଇଣ୍ଟରନେଟରେ ହଙ୍ଗାମା ମଚେଇଥିବା କେତେକ ଫଟୋ

ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ
‘‘ଓଡ଼ିଶାର ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ଐତିହାତିସ ନିଷ୍ପତ୍ତି ପାଇଁ ଧନ୍ୟବାଦ ଜଣାଉଛି । ଏହି ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ସମଗ୍ର ଓଡ଼ିଶାର ଶିକ୍ଷା ଜଗତ ତରଫରୁ ମୁଁ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି,’’ କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।
ଏହା ବି ପଢ଼ନ୍ତୁ | Inside PHOTOS: କରୀନା, କଙ୍ଗନା, ମଲାଇକା... ଏମାନେ କେମିତି Christmas 2020 ପାଳନ କଲେ
ଏ ନେଇ ବାଲେଶ୍ବର ଜିଲ୍ଲା ସ୍କୁଲ ପରିସରରେ ଏକ ବୈଠକ ବସିଥିଲା । ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅବିଭାବକ ଏହି ବୈଠକରେ ଯୋଗ ଦେଇଥିଲେ। ଏହା ଦ୍ବାରା ସରକାରୀ ସ୍କୁଲଗୁଡିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ମତପ୍ରକାଶ ପାଇଛି ।
ଏହା ବି ପଢ଼ନ୍ତୁ | ବାବା ଭେଙ୍ଗାଙ୍କ ଭବିଷ୍ୟତ ବାଣୀ: ୨୦୨୧ରେ ବିଶ୍ୱ ପ୍ରଳୟର ସାମନା କରିବ; ଟ୍ରମ୍ପ୍ କାଲ ହୋଇଯିବେ
ଆଉ ଏକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ପ୍ରତି ବର୍ଷ ସମ୍ପତ୍ତି ତାଲିକା ଦେବା ବାଧ୍ୟତାମୂଳକ କରିବାକୁ କ୍ୟାବିନେଟ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି । ଏଣିକି ସରପଞ୍ଚ ଠାରୁ ମୁଖ୍ୟ ମନ୍ତ୍ରୀଙ୍କ ଯାଏଁ ସମସ୍ତେ ଦେବେ ସମ୍ପତ୍ତି ତାଲିକା । ସରକାରୀ କର୍ମଚାରୀଙ୍କ ପାଇଁ ମଧ୍ୟ ସମ୍ପତ୍ତି ତାଲିକା ଦେବା ବାଧ୍ୟତାମୂଳକ କରାଯାଇଛି ।
ପ୍ରତି ବର୍ଷ ନେତା ଓ ସରକାରୀ କର୍ମଚାରୀମାନେ ନିଜ ନିଜ ସମ୍ପତ୍ତି ତାଲିକା ଦେବେ । ଏହାକୁ ସର୍ବସାଧାରଣଙ୍କ ସୂଚନା ପାଇଁ ଅନଲାଇନରେ ରଖାଯିବ । ଏହି ତାଲିକାର ଏକ କିତା ନକଲ ଲୋକାୟୁକ୍ତଙ୍କ ଅବଗତି ପାଇଁ ବି ପଠାଯିବ ବୋଲି କ୍ୟାବିନେଟ ନିଷ୍ପତ୍ତିରେ କୁହାଯାଇଛି ।