ନିରୁପମା ବେହେରା | News18 Odia Digital
ଭୁବନେଶ୍ବର: ସାରା ବିଶ୍ବବାସୀ ଏଥର ଦେଖିବେ ଲିଙ୍ଗରାଜ ମନ୍ଦିରର ଅଦ୍ୱିତୀୟ କଳାକୃତି । ମନ୍ଦିରର କାରୁକାର୍ଯ୍ୟ ସାଙ୍ଗକୁ ଅଶୋକାଷ୍ଟମୀ ଅବସରରେ ହେଉଥିବା ଅଣଲେଉଟା ରଥଯାତ୍ରାର ରୁକୁଣା ରଥ ବି ଗଡ଼ିବ ଦିଲ୍ଲୀ ସାଧାରଣତନ୍ତ୍ର ଦିବସରେ ।
ଏହା ସହ ଓଡ଼ିଆ ସଂସ୍କୃତି ଓ ପରମ୍ପରା ବି ଦେଖିବାକୁ ମିଳିବ ଏହି ପ୍ରଜ୍ଞାପନ ମେଢ଼ରେ । ମେଢ଼ ଉପରେ ୮ ଜଣ ଓଡ଼ିଶୀ ନୃତ୍ୟ ଶିଳ୍ପୀ ରହିବେ । ମେଢ଼ର ଦୁଇ ପାର୍ଶ୍ବରେ ଆଉ ୨୦ ଜଣ ଓଡ଼ିଶୀ ନୃତ୍ୟଶିଳ୍ପୀ ରଥକୁ ପାଛୋଟି ନେବେ ରାଜପଥକୁ । ଏହାର ପରିଚାଳନା କରିବେ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ । ଏହି ପ୍ରଜ୍ଞାପନ ମେଢ଼କୁ ରୂପରେଖ ଦେଇଛନ୍ତି ଛତ୍ରପତି ବିଶ୍ବାଳ ଓ ତପନ ମହାରଣା ।
‘‘ପୂର୍ବରୁ ୨୦୦୯ ମସିହାରେ ଖଣ୍ଡଗିରି, ୨୦୧୬ରେ ନୈାବାଣିଜ୍ୟ ପରମ୍ପରା, ୨୦୧୭ରେ ଦୋଳ ମେଣଳ ପ୍ରଦର୍ଶିତ ହୋଇ ବେଶ୍ ପ୍ରଂଶସା ସାଉଁଟିଥିଲୁ ।
ଚ଼ଳିତ ଥରର ପ୍ରଜ୍ଞାପନ ମେଢ଼ ପାଇଁ ଆମେ ପ୍ରସ୍ତୁତି ଆରମ୍ଭ କରିଛୁ । ପୂର୍ବରୁ ୩ ଥର ବିଭିନ୍ନ ମେଢ଼ ପ୍ରଦର୍ଶିତ ହେବା ପରେ ପୁଣି ଚ଼ଳିତ ବର୍ଷ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମୋଦନ ବେଶ୍ ଆନନ୍ଦଦାୟକ,’’ କହିଛନ୍ତି ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ ।
ଚ଼ଳିତ ବର୍ଷ ୧୬ଟି ରାଜ୍ୟ ସହ ୫ଟି ମନ୍ତ୍ରଣାଳୟର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମତି ଦେଇଛି । ଏହି ପ୍ରଜ୍ଞାପନ ମେଢ଼ ଚ଼ୟନ ପାଇଁ ୫ଟି ପର୍ଯ୍ୟାୟରେ ଚ଼ୟନ କମିଟି ଦ୍ବାରା ଯାଞ୍ଚ ହେବା ପରେ ପ୍ରଥମେ ୨ଟି ଡିଜାଇନ୍ ଏବଂ ଥ୍ରୀ ଡି ମେଡଲ ପ୍ରଦର୍ଶିତ ହେବା ପରେ ଏହା ମନୋନୀତ ହୋଇଛି ।
ସେପଟେ ବିଶ୍ବ ଦରବାରରେ ଓଡ଼ିଶାର କଳା ସଂସ୍କୃତି ପରିବେଷଣକୁ ବେଶ୍ ପ୍ରଂଶସା କରିବା ସହ ଖୁସି ପ୍ରକାଶ କରିଛନ୍ତି ସମସ୍ତେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।