ଧାମନଗର ଏନଏସିର ୪ ଟି ୱାର୍ଡର ୬ ଟି ବୁଥରେ ହେବ ସାନି ମତଦାନ; ୫ରେ ନିର୍ବାଚନ ୬ରେ ଗଣତି

୫ ତାରିଖରେ ୧୦ ଟାରୁ ୪ ମଧ୍ୟରେ ହେବ ମତଦାନ ହେବାତୁ ଥିବାବେଳେ ୬ ତାରିଖରେ ୮ ଟାରୁ ଗଣତି ହେବ। ନିର୍ବାଚନ ବାଧାପ୍ରାପ୍ତ ହୋଇଥିବା ବେଳେ ସାନି ମତଦାନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପୁନଃ ମତଦାନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଧାମନଗର ଏନଏସିର ୪ ଟି ୱାର୍ଡର ୬ ଟି ବୁଥରେ ହେବ ସାନି ମତଦାନ

ଧାମନଗର ଏନଏସିର ୪ ଟି ୱାର୍ଡର ୬ ଟି ବୁଥରେ ହେବ ସାନି ମତଦାନ

  • Share this:
News18 Odia Digital

ଭୁବନେଶ୍ବର: ଏପ୍ରିଲ ୫ ତାରିଖରେରେ ଧାମନଗର ଏନଏସିର କିଛି ୱାର୍ଡରେ ପୁନଃ ମତଦାନ ହେବ। ୨ ନମ୍ବର ୱାର୍ଡର ୩ ନମ୍ବର ବୁଥ, ୫ ନମ୍ବର ୱାର୍ଡର ୮,୯ ନମ୍ବର ବୁଥ, ୯ ନମ୍ବର ୱାର୍ଡର ୧୬ ନମ୍ବର ବୁଥ, ୧୦ ନମ୍ବର ୱାର୍ଡର ୧୭ ଓ ୧୮ ନମ୍ବର ବୁଥରେ ହେବ ସାନି ମତଦାନ। ୫ ତାରିଖରେ ୧୦ ଟାରୁ ୪ ମଧ୍ୟରେ ହେବ ମତଦାନ।

୬ ତାରିଖରେ ୮ ଟାରୁ ଗଣତି ହେବ। ନିର୍ବାଚନ ବାଧାପ୍ରାପ୍ତ ହୋଇଥିବା ବେଳେ ସାନି ମତଦାନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପୁନଃ ମତଦାନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

୨୪ ତାରିଖ ଦିନ ସାରା ରାଜ୍ୟରେ ମତଦାନ ହୋଇଥିବା ବେଳେ କିଛି ସ୍ଥାନରେ ମତଦାନ ବାଧାପ୍ରାପ୍ତ ହୋଇଥିଲା। ନବରଙ୍ଗପୁର ଜିଲ୍ଲା ଉମରକୋର୍ଟର ପୌର ପରିଷଦ ନିର୍ବାଚନରେ ଭୁଲ କାଗଜପତ୍ର ଯୋଗୁଁ ଚେୟାରପର୍ସନ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ନିର୍ବାଚନ ପରଦିନ ସେଠାରେ ନିର୍ବାଚନ କରାଯାଇଥିଲା। ଧାମନଗର ଏନଏସିରେ ଏହି ସମସ୍ତ ୱାର୍ଡରେ ନିର୍ବାଚନ ବାଧାପ୍ରାପ୍ତ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ସ୍ଥିତି ଦେଖି ରିପୋର୍ଟ ଦେବା ପରେ ନିଷ୍ପତ୍ତି ହେବ ବୋଲି କହିଥିଲେ କମିଶନ। ଏହି କ୍ରମରେ ସେଠାରେ ପୁନଃ ମତଦାନ କରିବାକୁ କମିଶନ ନିଷ୍ପତ୍ତି ନେଇଛନ୍ତି।

ପ୍ରକାଶ ଥାଉକି ମାର୍ଚ୍ଚ ୨୪ ତାରିଖରେ ନିର୍ବାଚନ ହୋଇଥିବା ବେଳେ ୨୬ ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା। ପଞ୍ଚାୟତ ନିର୍ବାଚନ ପରି ପୌରରେ ସଫଳତା ଦୋହରାଇଲା ବିଜେଡି। କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ୩ ରୁ ୩ ମହାନଗର ନିଗମରେ ବିଜେଡି ମେୟର ଆସନ ହାତେଇଥିଲା। ୧୦୫ ଅଧ୍ୟକ୍ଷ ପଦରୁ ୭୩ଟି ସିଟ ବି ବିଜେଡି ଖାତାକୁ ଯାଇଛି। ବିଜେପିକୁ ୧୬ଟି ସିଟ ମିଳିଥିବା ବେଳେ କଂଗ୍ରେସ ୭ଟି ଓ ସ୍ୱାଧୀନ ପ୍ରାର୍ଥୀ ୯ଟି ସିଟରେ ବାଜିମାତ କରିଛନ୍ତି। ୧୭୧୬ କାଉନସିଲରରୁ ୧୧୭୫ଟି ସିଟ ବିଜେଡି ହାତକୁ ଯାଇଥିଲା।

ତେବେ ଭୋଟ ପ୍ରତିଶତରେ ବି ବିଜେଡି ଢ଼େର ଆଗରେ ରହିଥିଲା। କାଉନସିଲର ଭୋଟରେ ବିଜେଡି ଏକାକୀ ୫୦ ପ୍ରତିଶତ ଭୋଟ ହାତେଇବାରେ ସଫଳ ହୋଇଥିଲା ଅବଶିଷ୍ଠ ୫୦ ପ୍ରତିଶତ ଭୋଟରୁ ବିଜେପି ୨୭ ପ୍ରତିଶତ, କଂଗ୍ରେସ ୧୨ ପ୍ରତିଶତ, ସ୍ୱାଧୀନ ୯ ପ୍ରତିଶତ , ଅନ୍ୟାନ୍ୟ ୧ ପ୍ରତିଶତ ଓ ନୋଟାକୁ ଯାଇଛି ୧ ପ୍ରତିଶତ ଭୋଟ।

ସେହିଭଳି ଚେୟାରପର୍ସନ ଭୋଟରେ ବିଜେଡ଼ିର ୨ ପ୍ରତିଶତ ଭୋଟ କମି ୪୮ ପ୍ରତିଶତ ହୋଇଛି। ବିଜେପିର ୨ ପ୍ରତିଶତ ବଢ଼ି ୨୯ ପ୍ରତିଶତ, କଂଗ୍ରେସ ୧୨ ପ୍ରତିଶତ ଓ ଅନ୍ୟ ସବୁ କାଉନସିଲର ପରି ସମାନ ରହିଛି। ତେବେ ଧାମନଗର ଏନଏସିର ୪ ଟି ୱାର୍ଡର ୬ ଟି ବୁଥରେ ସାନି ମତଦାନ ହେଉଥିବା ବେଳେ ଫଳାଫଳ କଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି।
Published by:Lipina Das
First published: