କାର ଡ୍ରାଇଭିଂ ବେଳେ ହେଲମେଟ ପିନ୍ଧିନଥିଲେ ଗୀତିକାର ସୂର୍ଯ୍ୟ ମହାପାତ୍ର; ତଣ୍ଡ ଗଣିବେ ୧ହଜାର ଟଙ୍କା

ଘରୁ ଗାଡି ବାହାରି ନାହିଁ। କିନ୍ତୁ କଟିଛି ଚାଲାଣ। କାର ଚଳାଉଥିବା ବେଳେ ହେଲମେଟ ପିନ୍ଧି ନଥିବାରୁ ପ୍ରତିଷ୍ଠିତ ଗୀତିକାର ସୂର୍ଯ୍ୟ ମହାପାତ୍ରଙ୍କୁ ଦେବାକୁ ପଡିବ ଜରିମାନ।

ସୂର୍ଯ୍ୟ ମହାପାତ୍ର (ପ୍ରତୀକାତ୍ମକ ଛବି)

ସୂର୍ଯ୍ୟ ମହାପାତ୍ର (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଗାଡି ରହିଛି ଭୁବନେଶ୍ୱର ଘରେ। ହେଲେ ବାହାରେ ଚାଲାଣ କାଟୁଛି ଟ୍ରାଫିକ ପୋଲିସ। ଓଲିଉଡର ପ୍ରତିଷ୍ଠିତ ଗୀତିକାର ସୂର୍ଯ୍ୟ ମହାପାତ୍ରଙ୍କ ସହ ଘଟିଛି ଏଭଳି ଘଟଣା। ଯାହାକୁ ନେଇ ବେଶ ଚର୍ଚ୍ଚା ହେଉଛି।

ଦିନକୁ ଦିନ ଅପଡେଟ ହେଉଛି ଟ୍ରାଫିକ ନିୟମ। ସରକାରଙ୍କ ନୂଆ ନିୟମ ଅନୁସାରେ ଟ୍ରାଫିକ ନିୟମକୁ କଡ଼ାକଡ଼ି କରାଯାଇଛି। ଟ୍ରାଫିକ ନିୟମ ଉଲଘଂନ କଲେ ଜରିମାନ ଗଣିବାକୁ ହେବ। କିନ୍ତୁ କିଛି ସମୟରେ ଏଥିରେ ବ୍ୟତିକ୍ରମ ଦେଖା ଯାଉଛି। ଗାଡି ଗୋଟିଏ ଜାଗାରେ ହୋଇଥିବା ବେଳେ ଅନ୍ୟ ଏକ ଜାଗାରେ ଚାଲାଣ କଟୁଛି। କେବେ କେବେ କାର ଚାଳକଙ୍କୁ ହେଲମେଟ ନ ପିନ୍ଧିବା ବାବଦକୁ ଭରିବାକୁ ପଡୁଛି ଜୋରିମାନ।

ଓଲିଉଡର ପ୍ରତିଷ୍ଠିତ ଗୀତିକାର ସୂର୍ଯ୍ୟ ମହାପାତ୍ରଙ୍କର OD02AY5661 ନାମକ ଏକ କାର ରହିଛି। ସେ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କୁ ଖୋର୍ଦ୍ଧା ଟ୍ରାଫିକ ପୋଲିସ ପକ୍ଷରୁ ୧୦୦୦ ଟଙ୍କା ଫାଇନ ଦେବା ନେଇ ସୂଚନା ଆସିଛି। କାର ଚଲାଉଥିବା ସମୟରେ ହେଲମେଟ ବ୍ୟବହାର ନ କରିବା ଯୋଗୁଁ ଏହି ଚାଲାଣ କାଟିଛି ପୋଲିସ। ୧୯୪ ଡ଼ି ଧାରା ଅନୁସାରେ ଜରିମାନା ଭରିବାକୁ ତାଙ୍କ ପାଖକୁ ମେସେଜ ଯୋଗେ ସୂଚନା ଆସିଛି।

୧ ହଜାର ଟଙ୍କାର କଟିଛି ଚାଲାଣ


କିନ୍ତୁ ଏହାକୁ ନେଇ ସୋସିଆଲ ମିଡ଼ିଆରେ ମୁହଁ ଖୋଲିଛନ୍ତି ଗୀତିକାର ସୂର୍ଯ୍ୟ ମହାପାତ୍ର। ଗୀତିକାରଙ୍କ କହିବାନୁସାରେ ଯେଉଁ ଆଧାରରେ ଚାଲାଣ କଟିଛି ତାହା ଭୁଲ। ସେ ଘରୁ ଗାଡି କାଢ଼ିନାହାଁନ୍ତି ବୋଲି କହିଛନ୍ତି। କାର ଚଲାଇବା ସମୟରେ ହେଲମେଟର ବ୍ୟବହାର ବାବଦରେ ମଧ୍ୟ ଉଲ୍ଲେଖ କରିଛନ୍ତି।

ରାଜ୍ୟରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳୁନି। ପୂର୍ବରୁ ଗାଡି ଉଦଳାରେ ହୋଇଥିବା ବେଳେ ମାଲକାନଗିରିରେ ଚାଲାଣ କଟିଥିଲା। କାହାର ନରସିଂହପୁରରେ ଘରେ ଗାଡି ଥାଇ ମଧ୍ୟ କଟକରେ ପୋଲିସ ଚାଲାଣ କାଟି ଥିଲା।

ଗୀତିକାର ସୂର୍ଯ୍ୟ ମହାପାତ୍ରଙ୍କ ସହ ଘଟିଥିବା ଘଟଣା ପୂର୍ବରୁ ମଧ୍ୟ ସାମ୍ନାକୁ ଆସିଛି। କିନ୍ତୁ ଏହି ଦିଗ ଉପରେ କୌଣସି ସରକାରୀ ଅଧିକାରୀଙ୍କ ନଜର ପଡୁନି । ଯଦି ଏହିଭଳି ଭାବରେ ଗଡିର ଚାଲାଣ କଟେ ତେବେ ଜଣେ ସାଧାରଣ ଲୋକ ନିଶ୍ଚିନ୍ତ ଅକାରଣରେ ଅସୁବିଧାରେ ପଡିବ । ତେଣୁ ଏହି ଦିଗ ଉପରେ ଆରଟିଓ, ପରିବହନ ବିଭାଗ ସଚେତନ ହେବା ନିହାତି ଦରକାର।
Published by:Soumya Das
First published: