ବିଧାନସଭାରୁ ହଟିଲା କୋଭିଡ କଟକଣା; ପ୍ରେସ ଗ୍ୟାଲେରୀରେ ବସି ପାରିବେ ସାମ୍ବାଦିକ

ବିଧାନସଭାରୁ କୋଭିଡ କଟକଣାକୁ ହଟାଇ ଦିଆଯାଇଛି। ପୂର୍ବପରି ଚାଲିବ ବିଧାନସଭା। ଆସନ୍ତା ୨୪ରୁ ବିଧାନସଭାର ଅଧିବେଶନ ଆରମ୍ଭ ହେବ।

ବିଧାନସଭାରୁ ହଟିଲା କୋଭିଡ କଟକଣା (ପ୍ରତୀକାତ୍ମକ ଛବି)

ବିଧାନସଭାରୁ ହଟିଲା କୋଭିଡ କଟକଣା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଏଥର ସ୍ୱାଭାବିକ ଭାବେ ଚାଲିବ ବିଧାନସଭା। ବିଧାନସଭାରୁ କୋଭିଡ କଟକଣାକୁ ହଟାଇ ଦିଆଯାଇଛି। ପୂର୍ବପରି ଚାଲିବ ବିଧାନସଭା। ଆସନ୍ତା ୨୪ରୁ ବିଧାନସଭାର ଅଧିବେଶନ ଆରମ୍ଭ ହେବ। ଡିସେମ୍ବର ୩୧ ତାରିଖ ପର୍ଯ୍ଯନ୍ତ ଚାଲିବ।  ବିଧାୟକ ମାନେ ନିଜ ନିଜ ଆସନରେ ବସିବେ। ପ୍ରେସ ଗ୍ୟାଲେରୀରେ ମିଡିଆଙ୍କୁ ଅନୁମତି ମିଳିବ। କୌଣସି ସଦସ୍ୟ ଲିଖିତ ଭାବେ ଜଣାଇଲେ ସେମାନେ ଭିଡିଓ କନଫରେନ୍ସି ମାଧ୍ୟମରେ ବିଧାନସଭାରେ ଯୋଗ ଦେଇପାରିବେ।

୨ଟି ସେସନରେ ବିଧାନସଭା ଚାଲିବ। ସକାଳ ସାଢେ ୧୦ରୁ ୧ଟା ୩୦ ଏବଂ ଅପରାହ୍ନ ଅଧିବେଶନରେ ୪ଟା ରୁ ୭ ପର୍ଯ୍ଯନ୍ତ ବିଧାନସଭା ଚାଲିବ। ଏ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସୂଚନା ଦେଇଛନ୍ତି। ସେପଟେ ଭିଡ଼ିଓ କନଫରେନ୍ସ ବିଧାୟକମାନେ ଯୋଗ ଦେଇପାରିବେ ନିଷ୍ପତ୍ତିକୁ ନେଇ ସାମ୍ନା ସାମ୍ନି ହୋଇଛନ୍ତି ଦୁଇ ବିରୋଧି ବିଜେପି ଓ କଂଗ୍ରେସ । ମୁଖ୍ୟମନ୍ତ୍ରୀ ବିଧାନସଭାକୁ ନ ଆସିବା ପାଇଁ  ଭିଡ଼ିଓ କନଫରେନ୍ସଂର ବ୍ୟବସ୍ଥା କରାଯାଇଛି ବୋଲି ବିଜେପି ଅଭିଯୋଗ କରିବା ସହ ସମସ୍ତେ ବିଧାନସଭାରେ ଉପସ୍ଥିତ ରହିବା ଆବଶ୍ୟକ ବୋଲି କହିଛି ।

ବିରୋଧୀ ଦଳ‌ନେତା ଜୟନାରାୟଣ ମିଶ୍ର କହିଛନ୍ତି ବିଧାୟକ ମାନେ ବିଧାନସଭା ଗାରିମା ରକ୍ଷା କରିବା ପାଇଁ ବିଧାନସଭାରେ ଆସି ବସନ୍ତୁ। ମୁଖ୍ୟମନ୍ତ୍ରୀ କିପରି ବିଧାନସଭା ନ ଆସିବେ ସେଥିପାଇଁ ସରକାରଙ୍କ ପକ୍ଷରୁ ଏପରି ବ୍ୟବସ୍ଥା କରାଯାଉଛି ତେଣୁ ବିଜେପି ତାକୁ ବିରୋଧ କରୁଥିବା କହିଲେ ଜୟ ନାରାୟଣ । ମୁଲତବୀ ପ୍ରସ୍ତାଵ ସବୁବେଳେ ମୁଖ୍ୟ ବିରୋଧୀ ଦଳ ହିଁ ଦେଇଥାଏ । ସେଥିପାଇଁ ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେପି କେବଳ ସେ ସୁଯୋଗ ଦେବା ପାଇଁ ସର୍ବଦଳୀୟ ବୈଠକରେ ଦାବି କରିଥିବା କହିଛନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଅନେକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି । ତେଣୁ ଭିଡିଓ କନଫରେନ୍ସ ନିଷ୍ପତ୍ତି ଠିକ ଅଛି । କେବଳ ମୁଖ୍ୟ ବିରୋଧୀ ନୁହେଁ ବିରୋଧୀ ଦଳର ମଧ୍ୟ ମୁଲତବୀ ପ୍ରସ୍ତାବ ଦେବାର ନିୟମ ରହିଛି। ବିଧାନସଭା ରୁଲ୍ସ ପ୍ରୋସିଡିଙ୍ଗ ପଢିବା ପାଇଁ ଜୟନାରାୟଣଙ୍କୁ ନରସିଂହ କହିଥିଲେ। ବୈଠକରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଷୋଡଶ ବିଧାନସଭାର ୧୧ ତମ ଅଧିବେଶନରେ ମୋଟ ୩୩ଟି କାର୍ଯ୍ଯ ଦିବସ ରହିଥିବା ବେଳେ ନଭେମ୍ବର ୨୪ ତାରିଖରେ ଅର୍ଥ ମନ୍ତ୍ରୀ ଆଗତ କରିବେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍। ଏହା ପରେ ନଭେମ୍ବର ୩୦ ତାରିଖରେ ବିଧାନସଭାରେ ଖର୍ଚ୍ଚ ଦାବି ଆଲୋଚନା ହେବ।
Published by:Soumya Das
First published: