ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଆସନ୍ତା ଶିକ୍ଷା ବର୍ଷ ଆରମ୍ଭରେ ପୂର୍ବ ବର୍ଷର ପାଠ ପଢ଼ିବେ ରାଜ୍ୟର ସ୍କୁଲ୍‌ ଛାତ୍ରଛାତ୍ରୀମାନେ

ଆସନ୍ତା ଶିକ୍ଷା ବର୍ଷ ଆରମ୍ଭରେ ପୂର୍ବ ବର୍ଷର ପାଠ ପଢ଼ିବେ ରାଜ୍ୟର ସ୍କୁଲ୍‌ ଛାତ୍ରଛାତ୍ରୀମାନେ

ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏଁ ସବୁ ପିଲାଙ୍କ ପାସ୍‌ କରିବା ନିଷ୍ପତ୍ତି ପରେ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ନୂଆ ଶିକ୍ଷା ବର୍ଷର ପ୍ରଥମ ତିନି ମାସ ରିଭିଜନ କ୍ଲାସ୍‌ କରି ସେମାନଙ୍କୁ ପୂର୍ବ ଶ୍ରେଣୀର ପାଠ ପଢ଼ାଯିବ ।

ଆସନ୍ତା ଶିକ୍ଷା ବର୍ଷ ଆରମ୍ଭରେ ପୂର୍ବ ବର୍ଷର ପାଠ ପଢ଼ିବେ ରାଜ୍ୟର ସ୍କୁଲ୍‌ ଛାତ୍ରଛାତ୍ରୀମାନେ
ଭୁବନେଶ୍ୱରର ଗୋଟିଏ ବିଦ୍ୟାଳୟରେ ଚାଲିଥିବା କ୍ଲାସ୍
  • News18 Odia
  • Last Updated: March 17, 2021, 9:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଜୁନ ମାସରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେଉଥିବା ବେଳେ ତା’ର ରୂପରେଖ ପ୍ରସ୍ତୁତ କରୁଛି ଗଣ ଶିକ୍ଷା ବିଭାଗ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ରିମେଡିଆଲ୍‌ କ୍ଳାସ୍‌ କରିବାକୁ ନିଷ୍ପତ୍ତି ନେଇଛି ବିଭାଗ । ପ୍ରଥମେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସମସ୍ତେ ପାସ୍‌ ବୋଲି ଘୋଷଣା କରିବା ପରେ ଏବେ ରିମେଡିଆଲ୍‌ କ୍ଳାସ୍‌ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ରିମେଡିଆଲ୍‌ କ୍ଲାସର ରୂପରେଖ ଅନୁସାରେ ସ୍କୁଲ ଖୋଲିବାର ପ୍ରଥମ ତିନି ମାସରେ ପୂର୍ବ ପାଠର ଆଲୋଚନା ହେବ । ୨୦୨୦-୨୧ ଶିକ୍ଷା ବର୍ଷ ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ଅଧିକାଂଶ ପିଲା ପାଠପଢ଼ାରୁ ସମ୍ପୂର୍ଣ୍ଣ ବଞ୍ଚିତ ରହିଥିଲେ । ଏପରିକି ଅନଲାଇନ କ୍ଳାସ୍‌ ମଧ୍ୟ ଅନେକ ପିଲା ଠିକ୍‌ ଭାବରେ କରିପାରିଲେ ନାହିଁ । ସେଥି ପାଇଁ ପିଲାମାନଙ୍କୁ ପୂର୍ବ ଶ୍ରେଣୀର ପାଠ ସହ ଅବଗତ କରାଇବା ପାଇଁ ରିମେଡିଆଲ କ୍ଳାସ କରାଯିବାକୁ ନିଷ୍ପତ୍ତି ନେଇଛି ବିଭାଗ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମ୍ୟାଚ୍ ପୂର୍ବରୁ ଇଶାନ କିଶନଙ୍କୁ ରୋହିତ ଶର୍ମା କିଛି କହିଥିଲେ, ତାପରେ ସେ ହଙ୍ଗାମା କରିଥିଲେ!

‘‘ଚଳିତ ଶିକ୍ଷା ବର୍ଷ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ବେଳେ ଆମେ ଟିଭି, ରେଡ଼ିଓ ଓ ଇନ୍ତ୍ରରନେଟ ଜରିଆରେ ପାଠ ପଢ଼ାଇଛୁ । ହେଲେ ଅଧିକାଂଶ ଛାତ୍ରଛାତ୍ରୀ ଏଥିରୁ ବଞ୍ଚିତ ରହିଛନ୍ତି । ଏହାକୁ ଅଣଦେଖା କରିହେବ ନାହିଁ । ତେଣୁ ପିଲାଙ୍କ ଦକ୍ଷତା ବିକାଶ ପାଇଁ ଆସନ୍ତା ବର୍ଷ ଆରମ୍ଭରେ ଆମେ ରିମେଡିଆଲ୍‌ କ୍ଳାସ୍‌ କରିବାକୁ ନିଷ୍ପତ୍ତି ନେଇଛୁ,’’ କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଏହା ବି ପଢ଼ନ୍ତୁ | West Bengal Polls: ସ୍ବପନ ଦାସଗୁପ୍ତା ରାଜ୍ୟସଭାରୁ ଇସ୍ତଫା ଦେଲେ, ହେଲେ ଥମୁନି ବିବାଦ

ରିମେଡିଆଲ କ୍ଳାସ୍‌ ବୋଇଲେ ପୂର୍ବ ପାଠର ଆଲୋଚନା । ନିଜ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ଉପର କ୍ଳାସକୁ ଯାଇଥିବା ଛାତ୍ରଛାତ୍ରୀ ପୂର୍ବ କ୍ଳାସର ପାଠ ତିନି ମାସ ପଢି଼ବେ । ଅର୍ଥାତ୍‌ ପ୍ରଥମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ଦ୍ୱିତୀୟ ଶ୍ରେଣୀକୁ ଯାଇଥିବା ଛାତ୍ରଛାତ୍ରୀ ପ୍ରଥମ ତିନି ମାସ ପ୍ରଥମ ଶ୍ରେଣୀର ପାଠ ପଢି଼ବେ। ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଉଭୟ ଶିକ୍ଷାବିତ ଓ ଅଭିଭାବକମାନେ ।

ଏହା ବି ପଢ଼ନ୍ତୁ | ଚାଷୀଙ୍କୁ ହୋଲି ପୂର୍ବରୁ ମିଳିବ ଉପହାର! PM-KISAN ଅଷ୍ଟମ କିସ୍ତି ତାଲିକାରେ ନିଜ ନାଁ ଦେଖନ୍ତୁ

‘‘ପୂର୍ବରୁ ଦୁର୍ବଳ ଶ୍ରେଣୀ ପିଲାଙ୍କ ପାଇଁ ରିମେଡିଆଲ କ୍ଳାସ ହେଉଥିଲା । ଏବେ ସବୁ ପିଲାଙ୍କ ପାଇଁ ହେବ । ହେଲେ ଚାଲେଞ୍ଜ ହେଉଛି ତିନି ମାସରେ ବର୍ଷକର ପାଠ ବିଷୟରେ ପିଲାଙ୍କୁ କେମିତି ଅବଗତ କରାଇହେବ,’’ କହିଛନ୍ତି ଶିକ୍ଷାବିତ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ଜଲ୍ଲୀଲ ଖାନ ।



ଜୁନ୍‌ ମାସରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ କରିବାକୁ ଗଣ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ତେବେ ରଜ ପରେ ସ୍କୁଲ ଖୋଲିବ ନା ତା’ ପୂର୍ବରୁ ସେହି ନିଷ୍ପତ୍ତି ଏ ପର୍ଯ୍ୟନ୍ତ ନିଆଯାଇ ନାହିଁ । କରୋନାକୁ ଦେଖି ରାଜ୍ୟ ସରକାର ଅନେକଗୁଡି଼ଏ ସଂସ୍କାରମୂଳକ ପଦକ୍ଷେପ ନେଇଛନ୍ତି । ୩୦ ପ୍ରତିଶତ ସିଲାବସ କମାଇବା ପରେ ଦୂରଦର୍ଶନ ଓ ରେଡ଼ିଓ ମାଧ୍ୟମରେ ଶିକ୍ଷାଦାନ ଆରମ୍ଭ କରି ପିଲାଙ୍କ ଶିକ୍ଷାପ୍ରାପ୍ତି ସୁଗମ କରିବାକୁ ଚେଷ୍ଟା କରିଛନ୍ତି ସରକାର ।
Published by: Anand Shankar Thankur Das
First published: March 17, 2021, 9:23 PM IST