News18 Odia Digital
ଭୁବନେଶ୍ୱର: ବାତ୍ୟା ୟାସ୍ ଯୋଗୁଁ ରାଜ୍ୟର ଚାରିଟି ଜିଲ୍ଲାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ଭରଣା ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ଓ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବାତ୍ୟା ୟାସ୍ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ଲୋକଙ୍କୁ ଅନେକ ଦୁର୍ଦ୍ଦଶା ଦେଇଛି । କିଛି କ୍ଷେତ୍ର ଏବେ ସ୍ୱାଭାବିକ ହୋଇଥିବା ବେଳେ ଏବେ ବି ଅନେକ କ୍ଷେତ୍ରରେ ସୁଧାର ଆସିନି। ବାତ୍ୟା ପରେ ମୁଖ୍ୟ ମନ୍ତ୍ରୀ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରି ଅଧିକାରୀଙ୍କ ସହ ସମୀକ୍ଷା କରିବା ପରେ ସାତ ଦିନର ରିଲିଫ ଘୋଷଣା କରିଥିଲେ । ପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓଡି଼ଶା ଗସ୍ତରେ ଆସି ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କ ସହ ସମୀକ୍ଷା କରି ଫେରିବା ପରେ ୫୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ । ତା’ ପରେ ଦୁଇ ଦିନ ଧରି ଏକ କେନ୍ଦ୍ରୀୟ ଟିମ୍ ବି ବାତ୍ୟାଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…ମୁଖ୍ୟ ମନ୍ତ୍ରୀଙ୍କ ଘୋଷଣା ଅନୁଯାୟ ୩୩ ପ୍ରତିଶତ କିମ୍ବା ତହିଁରୁ ଅଧିକ କ୍ଷତି ହୋଇଥିବା ଫସଲ ପାଇଁ ଅଣଜଳସେଚିତ ଅଞ୍ଚଳରେ ପ୍ରତି ଛୋଟ ଓ ନାମମାତ୍ର ଚାଷୀଙ୍କୁ ହେକ୍ଟର୍ ପିଛା ୬,୮୦୦ ଟଙ୍କା ଇନପୁଟ ସବସିଡି ଦିଆଯିବ । ଜଳସେଚିତ ଅଞ୍ଚଳରେ ହେକ୍ଟର୍ ପିଚ୍ଛା ୧୩,୫୦୦ ଟଙ୍କା ଓ ସବୁ ପ୍ରକାର ସବୁଦିନିଆ ଫସଲ ପାଇଁ ହେକ୍ଟର୍ ପିଛା ୧୮,୦୦୦ ଟଙ୍କା ଇନପୁଟ ସବସିଡି ଦିଆଯିବ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | TMCର ଗର୍ଭବତୀ MP ନୁସରତ୍ ଜହାଁ କହିଲେ ସ୍ୱାମୀ ନିଖିଲ୍ ଜୈନଙ୍କ ସହ ତାହା ତାଙ୍କର ‘‘ବିବାହ ନ ଥିଲା’’ବାତ୍ୟା ପ୍ରଭାବିତ ଜିଲ୍ଲାରେ ୨୦୨୧ ଖରିଫ୍ ଋତୁ ପାଇଁ ବର୍ତ୍ତମାନ ଦିଆଯାଉଥିବା ରିହାତିର ଅଧିକ ୨୫ ପ୍ରତିଶତ ରିହାତି ସହିତ ଦେଢ଼ ଲକ୍ଷ କ୍ବିଣ୍ଟାଲ୍ ଉନ୍ନତ ମାନର ପ୍ରାମାଣିକ ଧାନ ବିହନ ବି ଯୋଗାଇ ଦିଆଯିବ । ଏହି ରିହାତି ସିଧାସଳଖ DBT ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ଦିଆଯିବ। ଚାଷ କ୍ଷେତ୍ରରେ ସୁଧାର ଆଣିବାକୁ ପ୍ରଭାବିତ ଅଞ୍ଚଳରେ ଚାଷୀମାନଙ୍କୁ ରିହାତି ଦରରେ ୨,୦୦୦ଟି ପମ୍ପସେଟ୍ ଓ ୩,୦୦୦ଟି ସ୍ପ୍ରେୟର୍ ଯୋଗାଇ ଦିଆଯିବ । ପମ୍ପସେଟ୍ ପାଇଁ ୫୦ ପ୍ରତିଶତ ରିହାତିରେ ସର୍ବାଧିକ ୧୫,୦୦୦ ଟଙ୍କା ଓ ପାୱାର ସ୍ପ୍ରେୟର୍ ପାଇଁ ୫୦ ପ୍ରତିଶତ ରିହାତିରେ ସର୍ବାଧିକ ୩,୮୦୦ ଟଙ୍କା ଓ ହାତରେ ଚାଲୁଥିବା ସ୍ପ୍ରେୟର୍ ପାଇଁ ସର୍ବାଧିକ ୭୫୦ ଟଙ୍କା ରିହାତି ଦିଆଯିବ।
ଏହା ବି ପଢ଼ନ୍ତୁ | ଏବେ ହଜାରେ ବର୍ଷ ବଞ୍ଚିବ ମଣିଷ! ବୈଜ୍ଞାନିକ କହିଲେ ଲ୍ୟାବରେ ତିଆରି ହେବ ଅମରତ୍ୱର ଇଞ୍ଜେକ୍ସନ୍ଚାଷୀଙ୍କ ବ୍ୟତୀତ ଯେଉଁମାନେ ବାତ୍ୟାରେ ନିଜ ଦୁଧିଆଳୀ ଗାଇ, ମଇଁଷି, ଛେଳି, ମେଣ୍ଢା, କୁକୁଡ଼ା ଓ ମଇଁଷି ଆଦି ହରାଇଛନ୍ତି ସେମାନଙ୍କୁ ବି ସହାୟତା ପ୍ରଦାନ କରାଯିବ ବୋଲି ପ୍ଟନାୟକ ଘୋଷଣା କରିଛନ୍ତି । ଦୁଧିଆଳୀ ଗାଇ ଓ ମଇଁଷି ପାଇଁ ୩୦,୦୦୦ ଟଙ୍କା, କ୍ଷୀର ଦେଉ ନ ଥିବା ସର୍ବାଧିକ ତିନିଟି ପାଇଁ ପ୍ରାଣୀ ପାଇଁ ୨୫,୦୦୦ ଟଙ୍କା, ସର୍ବାଧିକ ଛଅଟି ବାଛୁରୀ ପାଇଁ ପ୍ରତି ବାଛୁରୀ ପିଛା ୧୬,୦୦୦ ଟଙ୍କା, ୩୦ଟି ଛେଳି ଓ ମେଣ୍ଢା ପର୍ଯ୍ୟନ୍ତ ପ୍ରତି ପ୍ରାଣୀ ପାଇଁ ୩୦୦୦ ଟଙ୍କା ଓ ପ୍ରତି କୁକୁଡା ପିଚ୍ଛା ୫୦ ଟଙ୍କା ଲେଖାଏଁ କରି ସର୍ବାଧିକ ୫,୦୦୦ ଟଙ୍କା ଲେଖାଏଁ କ୍ଷତି ସହିଥିବା ଲୋକଙ୍କୁ ଦିଆଯିବ ।
ଏହା ବି ପଢ଼ନ୍ତୁ | ଚୀନ୍ର ଚାଲ୍ବାଜି ଜାରି ଅଛି; ଲଦ୍ଦାଖରେ LAC ଉପରେ ନିଜ ସୈନିକମାନଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେଲାବାତ୍ୟାରେ ଭାଙ୍ଗିଯାଇଥିବା ଗୁହାଳର ପୁନନିର୍ମାଣ ପାଇଁ ୨,୧୦୦ ଟଙ୍କା ସହାୟତା ଦିଆଯିବ । ବାତ୍ୟାରେ କ୍ଷତି ସହିଥିବା ମତ୍ସ୍ୟ ଚାଷୀଙ୍କୁ ସେମାନଙ୍କର ଆଂଶିକ ଭାବରେ ଭାଙ୍ଗିଥିବା ଡଙ୍ଗାର ମରାମତି ପାଇଁ ୪,୧୦୦ ଟଙ୍କା, ଆଂଶିକ ଭାବରେ କ୍ଷତିଗ୍ରସ୍ତ ମାଛଧରା ଜାଲର ମରାମତି ପାଇଁ ୨,୧୦୦ ଟଙ୍କା, ପୂରା ଭାଙ୍ଗିଯାଇଥିବା ଡଙ୍ଗା ନିର୍ମାଣ ପାଇଁ ୯,୬୦୦ ଟଙ୍କା ଏବଂ ପୂରା ନଷ୍ଟ ହୋଇଯାଇଥିବା ମାଛଧରା ଜାଲ ପାଇଁ ୨,୬୦୦ ଟଙ୍କା ଦିଆଯିବ ।
ଏହା ବି ପଢ଼ନ୍ତୁ | ଯୁବ ଲେଖକମାନଙ୍କ ପାଇଁ PM ମୋଦି ଆଣିଲେ ଏକ ସ୍କିମ୍; ୬ ମାସରେ ମିଳିବ ୩ ଲକ୍ଷ ଟଙ୍କାପଟୁ ମାଟି ମାଡି଼ ଯାଇଥିବା ମାଛ ଚାଷ ଫାର୍ମ ଓ ମାଛ ବିହନ ଫାର୍ମର ପୁନରୁଦ୍ଧାର ପାଇଁ ହେକ୍ଟର୍ ପିଛା ୧୨,୨୦୦ ଟଙ୍କା ଏବଂ କ୍ଷତିଗ୍ରସ୍ତ ମାଛ ବିହନ ଫାର୍ମ ପାଇଁ ହେକ୍ଟର ପିଛା ୮,୨୦୦ ଟଙ୍କା ଇନପୁଟ ସବସିଡି ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି । ବାତ୍ୟାରେ ବହୁ ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗର କ୍ଷତି ସହିଥିବାରୁ ସେମାନଙ୍କର ଉପକରଣ ପାଇଁ ୪,୧୦୦ ଟଙ୍କା ଲେଖାଏଁ ଏବଂ ନଷ୍ଟ ହୋଇଥିବା କଞ୍ଚା ମାଲ୍ ତଥା ତିଆରି ହୋଇଥିବା ଜିନିଷ ପାଇଁ ପ୍ରତି କାରିଗରଙ୍କୁ ୪,୧୦୦ ଟଙ୍କା ଲେଖାଏଁ ଦିଆଯିବ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ହସପିଟାଲରେ ଅକ୍ସିଜେନ୍ ବନ୍ଦ କରି ଦେଖିଲେ କେତେ ରୋଗୀ ମରିବେ; ୫ ମିନିଟରେ ମଲେ ୨୨ – VIDEOଏରି, ମଲବରୀ ଓ ଟସର ଚାଷୀମାନଙ୍କ ପାଇଁ ଇନପୁଟ ସବ୍ସିଡି ଭାବରେ ହେକ୍ଟର ପିଛା ୪,୮୦୦ ଟଙ୍କା ଓ ମୁଗ ଚାଷୀଙ୍କ ପାଇଁ ହେକ୍ଟର୍ ପିଛା ୬,୦୦୦ ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି କୁହାଯାଇଛି । କ୍ଷତିଗ୍ରସ୍ତ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ମନରେଗା ଯୋଜନାରେ ନିଯୁକ୍ତି ସୁଯୋଗ ବି ଯୋଗାଇ ଦିଆଯିବ ।
ଗ୍ରାମ ପଞ୍ଚାୟତ ରାସ୍ତା, ଖେଳ ପଡି଼ଆ, କେନାଲ ଓ ମାଟି ବନ୍ଧ ଆଦିର ମରାମତି ଓ ରକ୍ଷଣାବେକ୍ଷଣ ସହିତ ଗାଇ ଗୁହାଳ, ଛେଳି ଗୁହାଳ ଓ ଗୋଖାଦ୍ୟ ଚାଷ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବା ସହ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ନିୟମ ଅନୁଯାୟୀ ଗୃହ ନିର୍ମାଣ ଓ ଅନ୍ୟ ସହାୟତା ପ୍ରଦାନ କରାଯିବ ବୋଲି କୁହାଯାଇଛି । ବାତ୍ୟା ୟାସରେ ୧୧,୦୦୦ ଗ୍ରାମର ପ୍ରାୟ ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଜଣାପଡି଼ଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।