ରିଲାଏନ୍ସ ଜିଓର ଦ୍ୱିତୀୟ ତ୍ରୈମାସିକ ନେଟ୍ ଲାଭରେ ୨୮ ପ୍ରତିଶତ ବୃଦ୍ଧି

ରିଲାଏନ୍ସ ଜିଓର ଦ୍ୱିତୀୟ ତ୍ରୈମାସିକ ନେଟ୍ ଲାଭ ୨୮ ପ୍ରତିଶତ ବୃଦ୍ଧି ପାଇ ୪,୫୧୮ କୋଟି ଟଙ୍କାରେ ପହଞ୍ଚିଛି।

ରିଲାଏନ୍ସ ଜିଓର ଦ୍ୱିତୀୟ ତ୍ରୈମାସିକ ନେଟ୍ ଲାଭରେ ୨୮ ପ୍ରତିଶତ ବୃଦ୍ଧି

ରିଲାଏନ୍ସ ଜିଓର ଦ୍ୱିତୀୟ ତ୍ରୈମାସିକ ନେଟ୍ ଲାଭରେ ୨୮ ପ୍ରତିଶତ ବୃଦ୍ଧି

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‌ଫୋକମ୍ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୪,୫୧୮ କୋଟି ଟଙ୍କାର ନେଟ୍ ଲାଭ କରିଛି। ବାର୍ଷିକ ଭିତିରେ କମ୍ପାନୀର ନେଟ୍ ଲାଭ ୨୮% ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ କମ୍ପାନୀର ନେଟ୍ ଲାଭ ୩୫୨୮ କୋଟି ଟଙ୍କା ଥିଲା।

ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ କମ୍ପାନୀର ପରିଚାଳନାଗତ ରାଜସ୍ୱ ୨୦.୨ ପ୍ରତିଶତ ବୃଦ୍ଧି ୨୨,୫୨୧ କୋଟି ଟଙ୍କା ହୋଇଛି। ବର୍ଷକ ପୂର୍ବରୁ ଏହି ସମୟରେ ପରିଚାଳନାଗତ ରାଜସ୍ୱ ପରିମାଣ ୧୮,୭୩୫ କୋଟି ଟଙ୍କା ଥିଲା।

ଜୁଲାଇରୁ ସେପ୍ଟେମ୍ବର ତ୍ରୈମାସିକରେ ଜିଓ ନେଟ୍‌ୱର୍କରେ ମୋଟ ଡାଟା ଟ୍ରାଫିକ୍ ଗତବର୍ଷର ସମାନ ତ୍ରୈମାସିକ ତୁଳନାରେ ୨୨.୭ ପ୍ରତିଶତ ବୃଦ୍ଧି ପାଇ ୨୮.୨ ବିଲିୟନ ଜିବିରେ ପହଞ୍ଚିଛି।

ସେହିଭଳି, ଗ୍ରାହକ ପିଛା ମାସିକ ରାଜସ୍ୱ ୧୭୭.୨ ଟଙ୍କାକୁ ବୃଦ୍ଧି ପାଇଛି। ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ହୋଇଥିବା ତ୍ରୈମାସିକରେ ଜିଓର ଗ୍ରାହକ ସଂଖ୍ୟା ୪୨.୭୬ କୋଟି ରହିଛି।

ଉଲ୍ଲେଖଯୋଗ୍ୟ ଯେ, ରିଲାଏନ୍ସ ଜିଓ ଦେଶରେ ବଡ଼ ଧରଣର ୫ଜି ମୁତୟନ ଜାରି ରଖିଛି ଯାହା ଭାରତରେ ହାଇ ସ୍ପିଡ୍ ଇଟଣ୍ଟନେଟ୍‌ର ଏକ ନୂଆ ଯୁଗ ଆରମ୍ଭ କରିବ। ଚଳିତ ମାସରେ ଜିଓ ପକ୍ଷରୁ ଦେଶର ଚାରୋଟି ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀରେ ଅକ୍ଟୋବର ୪ ତାରିଖରେ କିଛି ନିର୍ଦ୍ଦିଷ୍ଟ ଗ୍ରାହକଙ୍କୁ ନେଇ ୫ଜି ସେବାର ବିଟା ପରୀକ୍ଷଣ ଆରମ୍ଭ କରାଯାଇଥିଲା।
Published by:Lipina Das
First published: