ରିଲାଏନ୍ସ ଜିଓର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମିଳିଲା ସମ୍ମାନଜନକ ପୁରସ୍କାର

ରିଲାଏନ୍ସ ଜିଓକୁ ମିଳିଲା ସମ୍ମାନଜନକ “ଟେଲିକମ୍ କ୍ଷେତ୍ରରେ ଇଏସ୍‌ଜି ପ୍ରଦର୍ଶନ’ ପୁରସ୍କାର।

ରିଲାଏନ୍ସ ଜିଓର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମିଳିଲା ସମ୍ମାନଜନକ ପୁରସ୍କାର

ରିଲାଏନ୍ସ ଜିଓର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମିଳିଲା ସମ୍ମାନଜନକ ପୁରସ୍କାର

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ମୁମ୍ବାଇରେ ଟ୍ରାନ୍ସଫରମାନ୍ସ ଫୋରମ୍‌ସ ପକ୍ଷରୁ ଆୟୋଜିତ ଦ୍ୱିତୀୟ ଇଏସ୍‌ଜି ସମିଟ୍ ଆଣ୍ଡ୍ ଆୱାର୍ଡସ୍ କାର୍ଯ୍ୟକ୍ରମରେ ଟେଲିକମ୍ କ୍ଷେତ୍ରରେ ପରିବେଶ, ସାମାଜିକ ଓ ଗଭର୍ଣ୍ଣାସ (ଇଏସ୍‌ଜି)ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରିଲାଏନ୍ସ ଜିଓ ପୁରସ୍କାର ହାସଲ କରିଛି।

ଜୀବାଶ୍ମ ଇନ୍ଧନ ବଳଦରେ ଅକ୍ଷୟ ଶକ୍ତିକୁ ଗ୍ରହଣ କରିବା, ୫ଜି ପ୍ରଯୁକ୍ତି ଷ୍ଟାକ୍‌ର ସ୍ୱଦେଶୀ ବିକାଶ ଏବଂ କୃଷି, ସ୍ୱାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ରରେ ୫ଜି ବ୍ୟବହାରର ପ୍ରଦର୍ଶନ ଜରିଆରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗରେ ଜିଓର ଉଦ୍ୟମକୁ ସ୍ୱୀକୃତି ପ୍ରଦାନ କରାଯାଇଛି। ସୁଲଭ ଡିଭାଇସ୍‌ର ବିକାଶ ଜରିଆରେ ଡିଜିଟାଲ୍ ଅନ୍ତର୍ଭୁକ୍ତୀକରଣକୁ ଜିଓ ଆଗକୁ ବଢ଼ାଉଛି, ଯାହା ଜରିଆରେ ୧୦୦ ନିୟୁତରୁ ଅଧିକ ବଞ୍ଚିତ ବ୍ୟବହାରକାରୀ ଡିଜିଟାଲ୍ ସେବା ବ୍ୟବହାର କରିପାରୁଛନ୍ତି।

ଜଳବାୟୁ ପରିବର୍ତ୍ତନ ମୁକାବିଲାର ଅଂଶ ସ୍ୱରୂପ, ଜିଓ ପକ୍ଷରୁ ସାରା ଭାରତରେ ଏହାର ୧୬,୦୦୦ରୁ ଅଧିକ ସାଇଟ୍‌ରେ ୧୪୪ ମେଗାୱାଟ୍‌ରୁ ଅଧିକ ସୌର ଶକ୍ତି ସ୍ଥାପନ କରାଯାଇଛି।

ଅକ୍ଷୟ ଶକ୍ତି କ୍ଷେତ୍ରରେ ଏହି ଉଦ୍ୟମ ୨୦୩୫ ସୁଦ୍ଧା ନେଟ୍ ଜିରୋ ନିର୍ଗମନ ଲକ୍ଷ୍ୟ ଦିଗରେ ଜିଓ ଏବଂ ରିଲାଏନ୍ସ ଗ୍ରୁପ୍‌ର ପ୍ରତିବଦ୍ଧତା ପୂରଣ କରିବାରେ ସହାୟକ ହେବ। ପ୍ୟାରିସ ଚୁକ୍ତିନାମାରେ ଧାର୍ଯ୍ୟ କରାଯାଇଥିବା ୧.୫ ଡିଗ୍ରୀ ସେଲସିଅସ୍ ଲକ୍ଷ୍ୟ ଅନୁସାରେ ଏହି ନିର୍ଗମନ ହ୍ରାସ ଲକ୍ଷ୍ୟକୁ ବିଜ୍ଞାନ ଭିତ୍ତିକ ଲକ୍ଷ୍ୟ ଅଭିଯାନ (ଏସ୍‌ବିଟିଆଇ) ଦ୍ୱାରା ସ୍ୱୀକୃତି ପ୍ରଦାନ କରାଯାଇଛି।

ଚଳିତ ବର୍ଷ କାର୍ବନ ଡିସ୍‌କ୍ଲୋଜର ପ୍ରୋଜେକ୍ଟ (ସିଡିପି) ତରଫରୁ ଜିଓ ଏହାର ଜଳବାୟୁ ସଂରକ୍ଷଣ ଉଦ୍ୟମ ଲାଗି ଏକ ଲିଡରସିପ୍ ରେଟିଂ (ଏ-) ହାସଲ କରିଛି। ଭାରତରେ କୌଣସି ଟେଲିକମ୍ କ୍ଷେତ୍ରର କମ୍ପାନିକୁ ପ୍ରଦାନ କରାଯାଇଥିବା ଏହା ହେଉଛି ସର୍ବୋଚ୍ଚ ରେଟିଂ।
Published by:Lipina Das
First published: