ସେପ୍ଟେମ୍ବର ୧୩ ତାରିଖ ଠାରୁ ହବିଷ୍ଯାଳିଙ୍କ ପାଇଁ ଆରମ୍ଭ ହେବ ପଞ୍ଜିକରଣ

ପଞ୍ଜିକରଣର ପାଇଁ ନିର୍ଦ୍ଧାରିତ ଫର୍ମ ଜାରୀ ହୋଇଛି। ସ୍ଥାୟୀ ଠିକଣା ସହ ଭୋଟର ଆଇଡି କିମ୍ବା ଆଧାରକାର୍ଡର ଗୋଟିଏ ଫଟୋକପି ସହ ଡବଲ ଡୋଜ କୋଭିଡ ପ୍ରମାଣପତ୍ରର ଫଟୋ କପି ସଂଲଗ୍ନ କରି ପଠାଇବେ ବୋଲି କୁହାଯାଇଛି।

ହବିଷ୍ଯାଳିଙ୍କ ପାଇଁ ଆରମ୍ଭ ହେବ ପଞ୍ଜିକରଣ

ହବିଷ୍ଯାଳିଙ୍କ ପାଇଁ ଆରମ୍ଭ ହେବ ପଞ୍ଜିକରଣ

  • News18 Odia
  • Last Updated :
  • Share this:
News 18 Odia Digital

ପୁରୀ:ହବିଷ୍ୟାଳୀଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ। ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଞ୍ଜିକରଣ କରିବା ପାଇଁ ହୋଇଛି ସ୍ୱତନ୍ତ୍ର ବ୍ଯବସ୍ଥା। ଏତଦବ୍ୟତୀତ ଜାରୀ ହୋଇଛି ତିନୋଟି ହ୍ଵାଟସପ୍ ନମ୍ବର। 9692720594,9437080632,9437302618 ଏହି ତିନୋଟି ନମ୍ବର ମଧ୍ୟରୁ ଯେକୌଣସି ଗୋଟିଏ ନମ୍ବରରେ ହ୍ଵାଟସପ୍ ନମ୍ବର କରିପାରିବେ। ଆସନ୍ତାକାଲି ଠାରୁ ଆରମ୍ଭ ହୋଇ ଚଳିତ ମାସ ୨୯ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ ସମୟସୀମା ରହିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେପଟେ ଅକ୍ଟୋବର ୧୦ରୁ ଆରମ୍ଭ ହେବ କାର୍ତ୍ତୀକ ବ୍ରତ। କରୋନା ମହାମାରୀ ଯୋଗୁଁ ଦୁଇବର୍ଷ ହବିଷ୍ଯାଳି ଯୋଜନା ସ୍ଥଗିତ ରହିଥିଲା। ମାତ୍ର କରୋନା କଟକଣା କୋହଳ ହେବା ପରେ ଚଳିତ ବର୍ଷ ପ୍ରାୟ ଅଢେଇରୁ ତିନିହଜାର ହବିଷ୍ଯାଳିଙ୍କ ପାଇଁ ବ୍ଯବସ୍ଥା କରାଯାଉଛି। ନରେନ୍ଦ୍ର କୋଣ ଅଞ୍ଚଳରେ ବହୁତଳ କୋଠା ବୃନ୍ଦାବତୀ ଭବନରେ ରହିବେ ହବିଷ୍ଯାଳି।

ତେବେ ପଞ୍ଜିକରଣ ଅନଲାଇନ ମାଧ୍ୟମରେ touristofficepuri@gmail.comରେ ଇମେଲ କରିପାରିବେ। ନଚେତ ପର୍ଯ୍ଯଟନ ଅଧିକାରୀ, ପର୍ଯ୍ଯଟନ କାର୍ଯ୍ଯାଳୟ ,ସୁଭାଷ ବୋଷ ଛକ,ଭିଆଇପି ରୋଡ ଠିକଣାରେ ଡାକ ଯୋଗେ ପଠାଇପାରିବେ। ପଞ୍ଜିକରଣର ପାଇଁ ନିର୍ଦ୍ଧାରିତ ଫର୍ମ ଜାରୀ ହୋଇଛି। ସ୍ଥାୟୀ ଠିକଣା ସହ ଭୋଟର ଆଇଡି କିମ୍ବା ଆଧାରକାର୍ଡର ଗୋଟିଏ ଫଟୋକପି ସହ ଡବଲ ଡୋଜ କୋଭିଡ ପ୍ରମାଣପତ୍ରର ଫଟୋ କପି ସଂଲଗ୍ନ କରି ପଠାଇବେ ବୋଲି କୁହାଯାଇଛି। ଉଭୟ ଅନଲାଇନ ଓ ଅପ୍ ଲାଇନରେ ପଞ୍ଜିକରଣ କରାଯାଇପାରିବ।



ପଞ୍ଜିକରଣ ସମୟସୀମା ଆବଶ୍ୟକ ପଡିଲେ ରେଳବାଇ ଯାତ୍ରୀ ବିଶ୍ରାମାଗାରକୁ ମଧ୍ୟ ଅସ୍ଥାୟୀ ଶିବିର କରାଯିବ। ପୁର୍ବଭଳି ଚଳିତବର୍ଷ ମଧ୍ୟ ହବିଷ୍ଯାଳିଙ୍କ ଲାଗି ସ୍ୱତନ୍ତ୍ର ବ୍ଯବସ୍ଥା କରାଯିବ। ଏଥିସହିତ ବ୍ରତ ରଖିବା ପାଇଁ ପୂଜା ସାମଗ୍ରୀ, ଚଉଁରା,ଆକାଶ ଦିପ ସହିତ ବ୍ରତ ରଖିବା ପାଇଁ ସ୍ୱତନ୍ତ୍ର ବ୍ରାହ୍ମଣର ବ୍ଯବସ୍ଥା କରାଯିବ। ପ୍ରତିଦିନ ପ୍ରବଚନ, ପୁରାଣ ପାଠ କରାଯିବ। ହବିଷ୍ଯାଳି ଶିବିରରେ ଦିନରେ ଗୋଟିଏ ଥର ମହାପ୍ରସାଦ ସେବନ ପାଇଁ ବ୍ଯବସ୍ଥା କରାଯିବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ସ୍ୱତନ୍ତ୍ର ବସର ବ୍ଯବସ୍ଥା କରାଯିବ। ଚଳିତବର୍ଷ ଅଧିକ ସଂଖ୍ୟକ ହବିଷ୍ଯାଳିଙ୍କୁ ରଖିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ସେପଟେ ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥିରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାକାର୍ତ୍ତୀକ ନିତି। ନିତି ସୃଙ୍ଖଳିତ ହେବା ସହ ଦିବା ପହୁଡ ଓ ସଠିକ୍ ସମୟରେ ମହାପ୍ରସାଦ କିଭଳି ବାହାରିବ ସେନେଇ ଖୁବଶୀଘ୍ର ନିତି ସବକମିଟି ବୈଠକ ବସିବ ନିସ୍ପତି ନିଆଯିବ।

ହବିଷ୍ୟାଳୀ ମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ବିବିଧ ବ୍ୟବସ୍ଥା ସମ୍ପର୍କରେ ଏକ ବୈଠକ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନ ରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ବିଭାଗ ପରସ୍ପର ସମନ୍ବୟ ରଖି ସୁଚାରୁ ରୂପେ ଓ ଶୃଙ୍ଖଳିତ ଭାବେ ଏହାକୁ ସମ୍ପାଦାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ନିଆଗଲା ଯେ ହବିଷ୍ୟାଳୀ ମାନଙ୍କୁ ବୃନ୍ଦାବତୀ ନିବାସ,ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଓ ମୋଚି ସାହି ସ୍ଥିତ ମୁନିସିପାଲ୍ଟି କଲ୍ୟାଣ ମଣ୍ଡପ ଠାରେ ରଖାଯିବ।ସେମାନଙ୍କର ପଞିକରଣ ପାଇଁ ବିଭିନ୍ନ ଖବରକାଗଜ ରେ ବିଜ୍ଞାପନ ଦିଆଯାଇଥିବାରୁ ତାହାର ଡାଟାବେଶ କୁ ତ୍ୱରାନ୍ୱିତ କରାଯିବ।
Published by:Soumyashree Mishra
First published: