ଆରମ୍ଭ ହେଉଛି ମେଡିକାଲ କଲେଜରେ ନାମଲେଖା ପ୍ରକ୍ରିୟା; ଏଥର ମୋଟ୍ ୧,୪୫୦ MBBS ସିଟ୍ ଅଛି

ବଢ଼ିଲା ମେଡିକାଲ କଲେଜ ସିଟ୍ ସଂଖ୍ୟା। ଏଥର ମୋଟ ୧,୪୫୦ ଏମ.ବି.ବି.ଏସ. ସିଟ୍ ଓ ୧୬୩ ବି.ଡ଼ି.ଏସ. ସିଟ୍ ପାଇଁ ହେବ ନାମଲେଖା। ପୁରୀ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜର ୧୦୦ ସିଟ୍ ପାଇଁ ପ୍ରଥମ କରି ହେବ ନାମଲେଖା।

 ଆରମ୍ଭ ହେଉଛି ମେଡିକାଲ କଲେଜରେ ନାମଲେଖା ପ୍ରକ୍ରିୟା

ଆରମ୍ଭ ହେଉଛି ମେଡିକାଲ କଲେଜରେ ନାମଲେଖା ପ୍ରକ୍ରିୟା

  • Share this:
News18 Odia Digital

ଭୁବନେଶ୍ବର: ଆରମ୍ଭ ହେଲା ମେଡିକାଲ କଲେଜରେ ନାମଲେଖା ପାଇଁ ପଞ୍ଜିକରଣ ପ୍ରକ୍ରିୟା। ପ୍ରାୟ ପାଞ୍ଚ ମାସ ବିଳମ୍ବରେ ଆରମ୍ଭ ହେଲା ପ୍ରକ୍ରିୟା। ଓଡ଼ିଶାରୁ ୨୨,୦୦୦ ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନ ପାଇଁ ନିଟ୍ କ୍ୱାଲିଫାଏ କରିଥିବାବେଳେ ବୁଧବାର ଠାରୁ କରିବେ ପଞ୍ଜିକରଣ। ୧୮ ତାରିଖ ଯାଏଁ ହେବ ପଞ୍ଜିକରଣ, ୨୪ ରେ ପ୍ରୋଭିଜିନାଲ ମେରିଟ ଲିଷ୍ଟ ପରେ ୨୭ ତାରିଖରେ ପ୍ରକାଶ ପାଇବ ଫାଇନାଲ୍ ମେରିଟ ଲିଷ୍ଟ। ଏଥର ପୁରୀ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜର ୧୦୦ ନୂଆ ସିଟ ପାଇଁ ହେବ ନାମଲେଖା।

ବଢ଼ିଲା ମେଡିକାଲ କଲେଜ ସିଟ୍ ସଂଖ୍ୟା। ଏଥର ମୋଟ ୧,୪୫୦ ଏମ.ବି.ବି.ଏସ. ସିଟ୍ ଓ ୧୬୩ ବି.ଡ଼ି.ଏସ. ସିଟ୍ ପାଇଁ ହେବ ନାମଲେଖା। ପୁରୀ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜର ୧୦୦ ସିଟ୍ ପାଇଁ ପ୍ରଥମ କରି ହେବ ନାମଲେଖା।

ଏଥର ନଜର ପକାଇବା ଅନ୍ୟ ମେଡିକାଲ କଲେଜ ସିଟ୍ ସଂଖ୍ୟା ଉପରେ….

ଏସ.ସି.ବି.ର ୨୫୦ ଏମ.ବି.ବି.ଏସ. ଓ ୬୩ ବି.ଡ଼ି.ଏସ. ସିଟ ପାଇଁ ନାମଲେଖା ହେବାକୁ ଥିବାବେଳେ ବ୍ରହ୍ମପୁର ଏମ.କେ.ସି.ଜି. ୨୫୦, ଭୀମସାର ୨୦୦, କୋରାପୁଟ ମେଡିକାଲ କଲେଜ ୧୨୫, ବାରିପଦା ମେଡିକାଲ କଲେଜ ୧୨୫, ବଲାଙ୍ଗୀର ଓ ବାଲେଶ୍ୱର ମେଡିକାଲ କଲେଜରେ ୧୦୦ ଲେଖାଏଁ ସିଟ ପାଇଁ ହେଉଥିଲା ନାମାଲେଖା।

ଏଥର ମୋଟ୍ ୧,୪୫୦ MBBS ସିଟ୍ ଅଛି


ସେହିଭଳି ହାଇଟେକ୍ ଭୁବନେଶ୍ୱର ଓ ରାଉରକେଲାର ୧୦୦ ଲେଖାଏଁ ସିଟ୍ ମୋଟ ୧,୩୫୦ ସିଟ୍ ପାଇଁ ହେଉଥିଲା ନାମାଲେଖା। ଏଥର ପୁରୀ ମେଡିକାଲ କଲେଜରେ ପ୍ରଥମ କରି ୧୦୦ ସିଟ୍ ଅର୍ଥାତ ୧,୪୫୦ ସିଟ ପାଇଁ ହେବ ନାମାଲେଖା। ୧,୪୫୦ ସିଟ ପାଇଁ ଏଥର ନିଟ୍ କ୍ବାଲିଫାଏ କରିଛନ୍ତି ୨୨,୦୦୦ ଛାତ୍ରଛାତ୍ରୀ। ତେବେ ବିଳମ୍ବରେ ନାମାଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଚିନ୍ତା ପ୍ରକାଶ କରିଛନ୍ତି ସମସ୍ତେ।

"ମେଡିକାଲ ନାମାଲେଖାରେ ଏଥର ବହୁତ ବିଳମ୍ବ ହେଇଛି। ଆମର ଗୋଟେ ବର୍ଷ ସମ୍ପୂର୍ଣ୍ଣ ନଷ୍ଟ ହେଇଛି କହିଲେ ଚଳେ। ଯାହା ହେଉ ଷ୍ଟେଟ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି। ଭାବୁଛୁ ଆଉ ଅସୁବିଧା ନ ହୋଇ ଆଡ଼ମିଶନ ସରିବ ଓ ଜଲଦି ପାଠପଢ଼ା ଆରମ୍ଭ ହେବ," କହିଛନ୍ତି ଆବେଦନକାରୀ ଛାତ୍ରୀ ଗୀତି ଗାୟତ୍ରୀ ପଣ୍ଡା।

ସେପଟେ ମେଡିକାଲ ନାମଲେଖା ପ୍ରକ୍ରିୟାରେ ହୋଇଛି ବିଳମ୍ବ। ୪ ମାସ ବିଳମ୍ବରେ ଆରମ୍ଭ ହୋଇଛି ରାଜ୍ୟର ସମସ୍ତ ମେଡିକାଲ କଲେଜରେ ନାମାଲେଖା ପାଇଁ ଆବେଦନ ପ୍ରକ୍ରିୟା। ବୁଧବାର ଠାରୁ ନାମଲେଖା ପାଇଁ ପଞ୍ଜିକରଣ ବା ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି। ojee.nic.inରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦେଇ ନାଁ ପଞ୍ଜିକରଣ କରିବେ ନିଟ କ୍ବାଲିଫାଏ ଛାତ୍ରଛାତ୍ରୀ।

"କୋର୍ଟ କେସ୍ ପାଇଁ ଯେଉଁଭଳି ଭାବେ ଅଟକି ରହିଥିଲା ମେଡିକାଲ କାଉନ୍ସିଲ ସେ କଟକଣା ଉଠିଲା ପରେ ଜଲଦି ନାମାଲେଖା ଆରମ୍ଭ କରିବାକୁ କୁହାଯାଇଛି। ସେ ଆଧାରରେ ପ୍ରଥମେ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି। ମେଡିକାଲ କାଉନ୍ସିଲର ନୋଟିସ ଆସିଲେ ଚଏସ ଫିଲିଂ, ଲକିଂ ପ୍ରକ୍ରିୟା ଆରମ୍ଭ ହେବ, "କହିଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ।

ଚଳିତ ବର୍ଷ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ପରୀକ୍ଷା ଫଳ ନଭେମ୍ବର ମାସରୁ ପ୍ରକାଶ ପାଇଥିଲେ ବି ନାମଲେଖା ପ୍ରକ୍ରିୟା ବିଳମ୍ବରେ ଆରମ୍ଭ ହୋଇଛି। ସେପଟେ ଏମ୍ସ ଓ ମେଡିକାଲ କାଉନ୍ସିଲ ନାମାଲେଖା ପାଇଁ ଏବେ ସୁଧା କୌଣସି ଗାଇଡ଼ଲାଇନ ପ୍ରକାଶ କରିନଥିବାରୁ ଅନେକ ଛାତ୍ରଛାତ୍ରୀ ଚିନ୍ତାରେ ଅଛନ୍ତି।
Published by:Lipina Das
First published:
)}