ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସ୍ଵର୍ଗଦ୍ଵାର ସଂସ୍କାର ସେବକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି; ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ପରାମର୍ଶ

ସ୍ଵର୍ଗଦ୍ଵାର ସଂସ୍କାର ସେବକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି; ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ପରାମର୍ଶ

ଶବଦାହ ପାଇଁ ନିୟୋଜିତ ହୋଇଛନ୍ତି ୪୦ ଜଣ ସଂସ୍ତାର ସେବକ । ତେଣୁ ସଂସ୍କାର ସେବକମାନଙ୍କ ସେବାକୁ ପ୍ରଶଂସା କରିବା ସହିତ ସ୍ଵର୍ଗଦ୍ଵାରକୁ ଅନ୍ତେଷ୍ଠି କ୍ରିୟା ପାଇଁ ଆସୁଥିବା ବ୍ୟକ୍ତବିଶେଷ ମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ।

ସ୍ଵର୍ଗଦ୍ଵାର ସଂସ୍କାର ସେବକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି; ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ପରାମର୍ଶ
ସ୍ଵର୍ଗଦ୍ଵାର ସଂସ୍କାର ସେବକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି
  • News18 Odia
  • Last Updated: November 22, 2021, 6:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ନିକଟରେ ଦିନ ସ୍ଵର୍ଗଦ୍ଵାର ସେବା କେନ୍ଦ୍ର ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ପୁରୀ ଶାଖା ସହଯୋଗିତାରେ ସ୍ୱର୍ଗଦ୍ୱାର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୪୦ ଜଣ ସଂସ୍କାର ସେବକମାନଙ୍କୁ ସେମାନଙ୍କ ସେବା ପାଇଁ ପ୍ରଶଂସା ପତ୍ର ସହ ଉପଢ଼ୌକନ ଓ ସଂସ୍କାର ସେବକ ନିଧି ପୁସ୍ତିକା ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ଉପ ଜିଲ୍ଲାପାଳ ତଥା ସ୍ଵର୍ଗଦ୍ଵାର ସେବା ସମିତିର ଆବାହକ ସମ୍ପାଦକ ଭବତାରଣ ସାହୁ କହିଥିଲେ, "ହିନ୍ଦୁମାନଙ୍କ ଭାବାବେଗ ସହ ଜଡ଼ିତ ରହିଛି ସ୍ୱର୍ଗଦ୍ୱାର। ବିଶ୍ୱାସ ରହିଛି ଶ୍ରୀକ୍ଷେତ୍ରର ସ୍ୱର୍ଗଦ୍ୱାରରେ ଶବଦାହ କଲେ ତାହା ସ୍ୱର୍ଗଲୋକ ଗମନ କରନ୍ତି। ତେଣୁ ସ୍ୱର୍ଗଦ୍ୱାରରେ ଦୈନିକ ୭୦ ରୁ ୮୦ଟି ଶବଦାହ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱର୍ଗଦ୍ୱାରର ନବୀକରଣ କରାଯାଇ ବର୍ତ୍ତମାନ ସ୍ୱତନ୍ତ୍ର ପିଣ୍ଡି କରି ଶବଦାହ କରାଯାଉଛି। ଆଉ ଏଥିରେ ଶବଦାହ ପାଇଁ ନିୟୋଜିତ ହୋଇଛନ୍ତି ୪୦ ଜଣ ସଂସ୍ତାର ସେବକ । ତେଣୁ ସଂସ୍କାର ସେବକମାନଙ୍କ ସେବାକୁ ପ୍ରଶଂସା କରିବା ସହିତ ସ୍ଵର୍ଗଦ୍ଵାରକୁ ଅନ୍ତେଷ୍ଠି କ୍ରିୟା ପାଇଁ ଆସୁଥିବା ବ୍ୟକ୍ତବିଶେଷ ମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ।"

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ତିଆର ଆସିଷ୍ଟାଣ୍ଟ ମ୍ୟାନେଜର ଆକାଉଣ୍ଟ ଅଡିଟ ବଲ୍କେଶ୍ ସିଂ କହିଥିଲେ,"ସ୍ୱର୍ଗଦ୍ୱାରରେ କାର୍ଯ୍ୟ କରୁଥିବା ସଂସ୍କାର ସେବକମାନଙ୍କ ଆର୍ଥିକ ସ୍ଥିତିର ସୁଦ୍ଧାର ପାଇଁ ଆଗେଇ ଆସିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ। ସମସ୍ତ ୪୦ ଜଣ ସଂସ୍କାର ସେବକଙ୍କର ମାଗଣାରେ ଆକାଉଣ୍ଟ ଖୋଲିବା ସହ ଆଗାମୀ ଦିନରେ ସଞ୍ଚୟ ମାଧ୍ୟମରେ ସଂସ୍କାର ସେବକ ଓ ସେମାନଙ୍କ ପରିବାର ଆର୍ଥିକ ସ୍ଥିତି ଏହା ଦ୍ୱାରା ସୃଦୃଢ଼ ହେବ। ସ୍ଵର୍ଗଦ୍ଵାରର ସେବା ଏକ ମହତ ସେବା ଓ ଏହି କାର୍ଯ୍ୟକ୍ରମ ସହିତ ଜଡ଼ିତ ପ୍ରତ୍ୟେକ ସେବକ ଭାଗ୍ୟବାନ ।’’

ସ୍ୱର୍ଗଦ୍ୱାରର ବର୍ତ୍ତମାନର ସ୍ଥିତି ବେଶ ପରିବର୍ତ୍ତନ । ଆଗରୁ ଅପରିଷ୍ଖାର, ବର୍ଜ୍ୟବସ୍ତୁ ଗଦା ହୋଇ ରହିବା ଓ ପ୍ରଦୁଷଣମୟ ଥିଲା । ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱର୍ଗଦ୍ୱାର ନବୀକରଣ ପରେ ଏବେ ଶବଦାହ ପାଇଁ ଆସୁଥିବା ପରିବାର ପରିଜନମାନ ଏକ ସ୍ୱତନ୍ତ୍ର ଅନୁଭୁତି ନେଇ ଫେରୁଛନ୍ତି । ଖାଲି ସେତିକି ନୁହେଁ ଏଠାରେ କାର୍ଯ୍ୟରତ ସେବକମାନେ ସଂସ୍କାର, ଅନ୍ତେଷ୍ଠି କ୍ରିୟା ପାଇଁ ଆସୁଥିବା ବ୍ୟକ୍ତ ବିଶେଷମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ, ଶବଦାହ ସମୟରେ ଟ୍ରାନଫରେଣ୍ଟ ବ୍ୟବସ୍ଥା ଆଦି ରହିଛି । ଶବଦାହ ପାଇଁ ଆସୁଥିବା ମୃତକଙ୍କ ପରିଜନ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ ସମସ୍ତ ସୁବିଧା ପାଇପାରୁଛି ବୋଲି କହିଥିଲେ ପୁରୀ ଶିଶୁ କଲ୍ୟାଣ କମିଟିର ପୂର୍ବତନ ଅଧ୍ୟକ୍ଷ ତଥା ସ୍ଵର୍ଗଦ୍ଵାର ସେବା ସମିତିର କାର୍ଯ୍ୟକାରୀ କମିଟି ସଦସ୍ୟ ସିଦ୍ଧାର୍ଥ ରାୟ ।

ସ୍ୱର୍ଗଦ୍ୱାରରେ ଆଗରୁ ଯେଭଳି ସ୍ଥିତି ଥିଲା ତାହା ଅନୁପଯୋଗୀ। ବର୍ତ୍ତମାନ ନବୀକରଣ ପରେ ସୌନ୍ଦର୍ଯ୍ୟପୁର୍ଣ୍ଣ, ପରିଷ୍କାର ପରିଛନ୍ନ, ବିଶ୍ରାମଗାର, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ବର୍ଷା ହେଉ କି ଖରା ଶବଦାହରେ କୌଣସି ସମସ୍ୟା ନ ହେବା ଯୋଗୁଁ ଦୈନିକ ଶବଦାହ ୮୦ଟି କରାଯାଉଛି । ଆଉ ଏହାଦ୍ୱାରା ଆମେ ସେବା କରି ଅନେକ ଖୁସି ଅନୁଭବ କରୁଛୁ। ପୁଣି ପ୍ରଶାସନ ପକ୍ଷରୁ ଆମକୁ ସଂସ୍କାର ସେବକ ଭାବେ ମାନ୍ୟତା ମିଳିଛି। ପୁଣି ସ୍ଵର୍ଗଦ୍ଵାର ସେବା କେନ୍ଦ୍ର ଦ୍ୱାରା ଆୟୋଜିତ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ପୁରୀ ଶାଖା ସହଯୋଗିତାରେ ସ୍ୱର୍ଗଦ୍ବାର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୪୦ ଜଣ ସଂସ୍କାର ସେବକମାନଙ୍କୁ ସେମାନଙ୍କ ସେବା ପାଇଁ ପ୍ରଶଂସା ପତ୍ର ସହ ଉପଢ଼ୌକନ ଓ ସଂସ୍କାର ସେବକ ନିଧି ପୁସ୍ତିକା ପ୍ରଦାନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସ୍ଵର୍ଗଦ୍ଵାର ସେବା ସମିତିର ଆବାହକ ସମ୍ପାଦକ ତଥା ଉପ ଜିଲ୍ଲାପାଳ ଭବତାରଣ ସାହୁ ସଂସ୍କାର ସେବକ ମାନଙ୍କ ସେବାକୁ ପ୍ରଶଂସା କରିବା ସହିତ ସ୍ଵର୍ଗଦ୍ଵାରକୁ ଅନ୍ତେଷ୍ଠି କ୍ରିୟା ପାଇଁ ଆସୁଥିବା ବ୍ୟକ୍ତବିଶେଷ ମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ । ଏଭଳି ସମ୍ବର୍ଦ୍ଧନା ଆମ ମନୋବଳ ବୃଦ୍ଧି କରିବା ସହ ଆର୍ଥିକ ସ୍ଥିତିରେ ସୁଧାର ପାଇଁ ବେଶ ସହାୟକ ହୋଇପାରିବ ବୋଲି କହିଛନ୍ତି ସ୍ଵର୍ଗଦ୍ଵାର ସେବା କେନ୍ଦ୍ରର ମୁଖ୍ୟ ସେବକ ସୁଜିତ୍ ମହାନ୍ତି।
Published by: Lipina Das
First published: November 22, 2021, 6:15 PM IST