ମିଛି ମିଛିକା ବାହାଘର ହେଇଗଲା ସତ; ସାତଜନ୍ମର ସାଥୀ ହେବାପାଇଁ ଧରିଲେ ହାତ

ଦିନେ କ୍ୟାମେରା ଆଗରେ ଦୁହେଁ ସ୍ୱାମୀ, ସ୍ତ୍ରୀ ଭୂମିକାରେ ଅଭିନୟ କରୁଥିଲେ । ଅଭିନୟ ମାଧ୍ୟମରେ ଦର୍ଶକମାନଙ୍କୁ ଭରପୁର ମଜା ଦେଉଥିଲେ । ଅଭିନୟ ବିବାହ ଆଜି ହୋଇଗଲା ସତ ।

ମିଛି ମିଛିକା ବାହାଘର ହେଇଗଲା ସତ; ସାତଜନ୍ମର ସାଥୀ ହେବାପାଇଁ ଧରିଲେ ହାତ

ମିଛି ମିଛିକା ବାହାଘର ହେଇଗଲା ସତ; ସାତଜନ୍ମର ସାଥୀ ହେବାପାଇଁ ଧରିଲେ ହାତ

  • News18 Odia
  • Last Updated :
  • Subarnapur, India
  • Share this:

ମିଛି ମିଛିକା ବାହାଘର ହେଇଗଲା ସତ; ସାତଜନ୍ମର ସାଥୀ ହେବାପାଇଁ ଧରିଲେ ହାତ


News 18 Odia Digital

ସୁବର୍ଣ୍ଣପୁର: ରିଲରୁ ହେଲେ ରିୟଲ ସ୍ୱାମୀ, ସ୍ତ୍ରୀ (husband wife) । ରିଲ୍ ଲାଇଫରୁ (reel life) ପାଲଟିଗଲା ରିୟଲ ଲାଇଫ୍(real life) । ଶେଷରେ ସୋସିଆଲ ମିଡ଼ିଆର ଚର୍ଚ୍ଚତ ଯୋଡି ବିବାହ ବନ୍ଧନରେ (marriage) ବାନ୍ଧି ହୋଇଛନ୍ତି । ଅଭିନୟ ମାଧ୍ୟମରେ ମିଛି ମିଛିକା ସ୍ୱାମୀ ସ୍ତ୍ରୀରୁ ପାଲଟି ଯାଇଛନ୍ତି ସତ ସତକା ସ୍ଵାମୀ, ସ୍ତ୍ରୀ ।

ବଲାଙ୍ଗୀର (balangir) ଜିଲ୍ଲା କଟାବାଞ୍ଜିର ରୋଶନ ଭରଦ୍ୱାଜ (roshan bharadwaj) ଓ ସୁବର୍ଣ୍ଣପୁର ଜିଲ୍ଲାର ମୁନିଆ ପାଣିଗ୍ରାହୀ (munia panigrahi) ଉଭୟେ କ୍ଷୁଦ୍ର ଚଳଚ୍ଚିତ୍ର, ସୋସିଆଲ ମିଡ଼ିଆ ରିଲ୍ସ ସହ ଓଲିଉଡରେ (ollywood) ବେଶ୍ ନିଖୁଣ ଅଭିନୟ କରି ଲୋକପ୍ରିୟ ହୋଇପାରିଛନ୍ତି । ବିଶେଷ କରି କମେଡି ଭିଡ଼ିଓ (comedy video) କରି ଅନେକ ସୁନାମ ଅର୍ଜନ କରିଛନ୍ତି । ସୋସିଆଲ ମିଡ଼ିଆରେ  ଖୁବ୍ କମ ଦିନରେ ବେଶ୍ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଏହି ଯୋଡି । ନିକଟରେ ଦୁହେଁ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି । ବୈଦିକ ରୀତିନୀତିରେ ବାହାଘର ସରିଥିବାବେଳେ ବେଶ୍ ଖୁସି ଅଛନ୍ତି ଉଭୟଙ୍କ ପରିବାର ଓ ପ୍ରଶଂସକ ।



ବେଦି ସଜା ହେବା ସହ ବନ କନ୍ୟା ମଧ୍ୟ ସଜେଇ ହୋଇଛନ୍ତି । କନ୍ୟା ହାତରେ ବରର ହାତ ମିଶି ହାତଗଣ୍ଠି ବି ପଡୁଛି । ଏଥର ମିଛରେ ନୁହେଁ ବରଂ ସତସତିକା ବାହାଘର ହେଉଛି । କୌଣସି ଓ୍ୱେବ୍ ସିରିଜ କିମ୍ୱା ଫିଲ୍ମର ସୁଟିଂ ଚାଲିନି। ଏ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରିଲ୍ ଲାଇଫରୁ ଏବେ ରିୟଲ ଲାଇଫ୍ ପାର୍ଟନର ହୋଇଛନ୍ତି କଳାକାର ରୋଶନ ଭରଦ୍ୱାଜ ଓ ମୁନିଆ ପାଣିଗ୍ରାହୀ ।



ଦିନେ କ୍ୟାମେରା ଆଗରେ ଦୁହେଁ ସ୍ୱାମୀ, ସ୍ତ୍ରୀ ଭୂମିକାରେ ଅଭିନୟ କରୁଥିଲେ । ଅଭିନୟ ମାଧ୍ୟମରେ ଦର୍ଶକମାନଙ୍କୁ ଭରପୁର ମଜା ଦେଉଥିଲେ । ଅଭିନୟରୁ ଉଭୟଙ୍କ ମଧ୍ୟରେ ପ୍ରେମ ଓ ପରେ ବିବାହର ନିଷ୍ପତ୍ତି ।  ସତସତିକା ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଗତ ବୁଧବାର ସୁବର୍ଣ୍ଣପୁରର ଏକ ଘରୋଇ ହୋଟେଲରେ ଧୁମଧାମରେ ଉଭୟଙ୍କ ବାହାଘର ସରିଛି । ବନ୍ଧୁ ପରିଜନଙ୍କ ଗହଣରେ ସାତ ଜନ୍ମ ପାଇଁ ସାଥି ହୋଇଛନ୍ତି ଏହି ଦୁଇ କଳାକାର ।

ଏହି ଖବର ପଢ଼ନ୍ତୁ - http://budget 2023: କାଳିଆ ଯୋଜନା ପାଇଁ ୧୮୭୯ କୋଟି ବରାଦ

ଲୋକ ନୃତ୍ୟରୁ ନିଜର କଳାକାର ଜୀବନ ଆରମ୍ଭ କରିଥିବା ମୁନିଆ ପାଣିଗ୍ରାହୀଙ୍କ ପୈତୃକ ଘର ବରଗଡ ଜିଲ୍ଲା ମାନପୁରରେ । କିନ୍ତୁ ସୁବର୍ଣ୍ଣପୁରରେ ସେ ପିଲାଟି ଦିନରୁ ବଢିଛନ୍ତି । ପିଲାଟି ଦିନରୁ ବିଭିନ୍ନ ପ୍ରକାର କଳା କ୍ଷେତ୍ରରେ ତାଙ୍କ ରୁଚି ରହିଥିଲା । ସେ ଅନେକ ମଞ୍ଚ ନାଟକ, ସମ୍ବଲପୁରୀ ଆଲବମ ସହ ବିଭିନ୍ନ କମର୍ସିଆଲ ସିନେମାରେ ମଧ୍ୟ ଅଭିନୟ କରିବାର ସୁଯୋଗ ପାଇଛନ୍ତି । ସେହିପରି ରୋଶନ ଭରଦ୍ୱାଜ ମଧ୍ୟ ପଶ୍ଚିମ ଓଡ଼ିଶାର ଜଣେ ସୁନାମଧନ୍ୟ କଳାକାର । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଜନ୍ମ ଗ୍ରହଣ କରିଥିବା ରୋଶନ ୟୁଟୁବ ମାଧ୍ୟମରେ ନିଜର କଳା ପ୍ରଦର୍ଶନ କରି ବେଶ ଚର୍ଚ୍ଚାରେ ରହିଛନ୍ତି । ଉଭୟେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଥିବାବେଳେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।
Published by:Soubhagya Mishra
First published: