ରେଡ ସ୍ୱସ୍ତିକ ଅନୁଷ୍ଠାନର ଭିନ୍ନ ଉଦ୍ୟମ; ରୋଗରୁ ବର୍ତ୍ତିବା ପାଇଁ ଲୋକଙ୍କୁ କଲା ସଚେତନ

ରେଡ଼୍ ସ୍ୱସ୍ତିକ୍ ସୋସାଇଟି, ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ହୋଇଯାଇଛି ସ୍ୱାସ୍ଥ୍ୟ ସଚେତନତା ଓ ଦାନ୍ତ ଚିକିତ୍ସା ଶିବିର ଯାହାକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।

ରୋଗରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସଚେତନ କଲା ରେଡ଼ ସ୍ୱସ୍ତିକ (ପ୍ରତୀକାତ୍ମକ ଛବି)

ରୋଗରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସଚେତନ କଲା ରେଡ଼ ସ୍ୱସ୍ତିକ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ମାନବ ସେବା ହିଁ ମାଧବ ସେବା। ଏହି ମାନସିକତାରେ ଅନୁବନ୍ଧିତ ହୋଇ  ବର୍ଷ ବର୍ଷ ଧରି ଦେଶର କୋଣ ଅନୁକୋଣରେ ଥିବା ଭିନ୍ନକ୍ଷମଙ୍କ ପାଇଁ ସେ ବଢ଼ାଇଛି ସହାୟତାର ହାତ। ଏଥିସହିତ ବିଭିନ୍ନ ଲୋକଙ୍କୁ ସ୍ୱାସ୍ଥ୍ୟ କ୍ୟାମ୍ପ ଆୟୋଜନ ଜରିଆରେ ମାଗଣା ଚିକିତ୍ସା ପ୍ରଦାନ ମଧ୍ୟ କରି ଆସୁଛି। ଏଭଳି ଏକ ସଂସ୍ଥା ହେଲା ସାମାଜିକ ଅନୁଷ୍ଠାନ ରେଡ଼୍ ସ୍ୱସ୍ତିକ୍ ସୋସାଇଟି, ଓଡ଼ିଶା ଶାଖା।

ନିକଟରେ ଏହି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଯାଇଛି  ସ୍ୱାସ୍ଥ୍ୟ ସଚେତନତା ଓ ଦାନ୍ତ ଚିକିତ୍ସା ଶିବିର ଯାହାକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।

ରେଡ ସ୍ୱସ୍ତିକ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ, ମଣିଷ ଦେହରେ ଏକାଧିକ ରୋଗର ମୂଳକାରଣ ସଚେତନତାର ଅଭାବ । ଏଥି ସହିତ  ଦାନ୍ତ ଯୋଗୁଁ ମଧ୍ୟ ବିଭିନ୍ନ ପ୍ରକାର ରୋଗ ଶରୀରରେ ସୃଷ୍ଠି ହୋଇଥିବାରୁ ଦାନ୍ତ ଚିକିତ୍ସ ସଚେତନତା ସୃଷ୍ଟି ପାଇଁ ଅନୁଷ୍ଠାନ ପକ୍ଷରୁ ଏଭକି କ୍ୟାମ୍ପ ଉପରେ ଗୁରୁତ୍ୱ ଦିଆଯାଇଛି। ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ପରିଚାଳିତ ହେଉଛି ଏହି ଶାଖା, ଯାହାର ମୂଳମନ୍ତ୍ର ହେଉଛି ଲୋକଙ୍କ ଉନ୍ନତି ପାଇଁ କାର୍ଯ୍ୟକରିବା। ଅଗ୍ରଣୀ ସମାଜସେବା ପ୍ରତିଷ୍ଠାନ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା, ଆଇ.ଡ଼ି.ଏସ୍ (ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟ) ଓ ନୟାପଲ୍ଲୀ କମ୍ୟୁନିଟି କେୟାର ଆସୋସିଏସନ୍‌ର ମିଳିତ ସହଯୋଗରେ ନୟାପଲ୍ଲୀ ସ୍ଥିତ କମ୍ୟୁନିଟି କେୟାର ଆସୋସିଏସନ୍ ଠାରେ ଏହି  ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ୨୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ନିଶୁଳ୍କ ଦନ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି ।

ଏହି କାର୍ଯ୍ୟକ୍ରମରେ ଭୂବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳିର  ବିଧାୟକ ସୁଶାନ୍ତ କୁମାର ରାଉତ, ଭୂବନେଶ୍ୱର ମେୟର ସୁଲୋଚନା ଦାସ ଓ ସ୍ଥାନୀୟ କର୍ପୋରେଟର  ମାନସୀ ସୁନ୍ଦରାୟ ଯୋଗଦେଇ ଲୋକଙ୍କୁ ଉତ୍ସାହିତ କରିଥିଲେ । ଅତିଥିମାନଙ୍କ ସହିତ ରେଡ଼୍ ସ୍ୱସ୍ତିକ୍ ସୋସାଇଟିର ସଭାପତି ବିଜୟ ଆଚାର୍ଯ୍ୟ ଓ ସଚିବ ଓ କୋଷାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସଂଗଠନର ଏଭଳି ପଦକ୍ଷେପ ଓ ପ୍ରୟାସକୁ ଉପସ୍ଥିତ ଅତିଥିମାନେ ଭୂୟସୀ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ । ଏହି ଚିକିତ୍ସା ସେବା ନିରନ୍ତର ନିରବଚ୍ଛିନ୍ନ ରୂପେ ଜାରି ରହିବା ସହ ଆଗାମୀ ଦିନରେ ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି  ଦେବାଶିଷ ପଟ୍ଟନାୟକ ମତ ଦେଇଥିଲେ ।
Published by:Soumya Das
First published: