ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କଟକ ମୁଣ୍ଡଳି ବ୍ୟାରେଜ୍ ଦେଇ ରେକର୍ଡ଼ ପରିମାଣର ଜଳ ପ୍ରବାହ ଜାରି ଅଛି; ଲୋକେ ଭୟଭୀତ

କଟକ ମୁଣ୍ଡଳି ବ୍ୟାରେଜ୍ ଦେଇ ରେକର୍ଡ଼ ପରିମାଣର ଜଳ ପ୍ରବାହ ଜାରି ଅଛି; ଲୋକେ ଭୟଭୀତ

ହୀରାକୁଦ ଜଳ ଭଣ୍ଡାରର ଗେଟଗୁଡ଼ିକ ପର୍ଯ୍ୟାୟ କ୍ରମେ ଖୋଲିବା ଆରମ୍ଭ କରିଥିବାରୁ ସେହି ପାଣି ୩୬ ଘଣ୍ଟାର ରାସ୍ତା ଅତିକ୍ରମ କରି ମୁଣ୍ଡଳିରେ ପହଞ୍ଚିବ । ସେତେବେଳକୁ ମହାନଦୀର ଜଳ ସ୍ତର ଅନେକ ପରିମାଣରେ କମିଥିବ ବୋଲି ଆଶା କରାଯାଉଛି ।

କଟକ ମୁଣ୍ଡଳି ବ୍ୟାରେଜ୍ ଦେଇ ରେକର୍ଡ଼ ପରିମାଣର ଜଳ ପ୍ରବାହ ଜାରି ଅଛି; ଲୋକେ ଭୟଭୀତ
ଅନେକ ପରିବାର ଆଗୁଆ ବନ୍ଧ ଉପରକୁ ଚାଲି ଆସିଛନ୍ତି ।
  • News18 Odia
  • Last Updated: September 16, 2021, 2:45 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଫୁଲିଛି ମହାନଦୀ । ମହାନଦୀରେ ବନ୍ୟାଜଳ ଆସିବା ଫଳରେ ଏହାର ଶାଖାନଦୀଗୁଡ଼ିକର ଜଳ ସ୍ତର ମଧ୍ୟ ବୃଦ୍ଧି ପାଇଛି । ପାଖାପାଖି ସପ୍ତାହକ ତଳେ ଏକ ପ୍ରକାର ଶୁଷ୍କ ପଡ଼ିଥିବା ମହାନଦୀର ଗର୍ଭରେ ଏବେ ଲହଡି ମାରୁଛି ସାଢେ ଛଅ ଲକ୍ଷ କ୍ୟୁସେକ୍‌ ବନ୍ୟା ଜଳ । ମହାନଦୀ ଫୁଲିବାରୁ ଫୁଲିଛି ଏହାର ଏହାର ଶାଖା ନଦୀ କାଠଯୋଡ଼ି, ଦେବୀ ଓ ବିରୂପା । ଏହି ତିନି ନଦୀରେ ଭରା ପାଣି ପ୍ରବାହିତ ହେଉଛି ।

ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ମୁଣ୍ଡଳି ବ୍ୟାରେଜ ଦେଇ ମହାନଦୀରେ ୬.୪୩ ଲକ୍ଷ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିବା ବେଳେ ଯୋବ୍ରା ବ୍ୟାରେଜ୍‌ ଦେଇ ୩.୨୧ ଲକ୍ଷ କ୍ୟୁସେକ୍‌ ଓ ନରାଜ ବ୍ୟାରେଜ ଦେଇ ୩.୨୦ ଲକ୍ଷ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିଲା । ତେବେ ବୁଧବାର ଅପରାହ୍ଣ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଜଳ ସ୍ତର ସ୍ଥିର ସ୍ଥିତିରେ ଥିବା ବେଳେ ଗୁରୁବାର ଭୋର୍‌ ସୁଦ୍ଧା ମୁଣ୍ଡଳି ବ୍ୟାରେଜ ଦେଇ ମହାନଦୀରେ ପ୍ରାୟ ୭ ଲକ୍ଷ କ୍ୟୁସେକ୍‌ ଜଳ ନିଷ୍କାସିତ ହେବାର ପୂର୍ବାନୁମାନ କରାଯାଉଛି ।

ଏହା ବି ପଢ଼ନ୍ତୁ | ଆତଙ୍କବାଦୀ ଗିରଫ ହେଲେ; ଦାଉଦ୍ ଇବ୍ରାହିମର ଭାଇର ସାହାଯ୍ୟରେ ବିସ୍ଫୋରଣ ଯୋଜନା କରୁଥିଲେ

ମହାନଦୀର ଏହି କରାଳ ରୂପ ନଦୀକୂଳିଆ ଲୋକଙ୍କୁ ଭୟଭୀତ କରିଛି । ଘରେ ପାଣି ପଶିବା ଆରମ୍ଭ କରିବାରୁ କାଠଯୋଡ଼ି ନଦୀ କୁଳରେ ବାସ କରୁଥିବା ସି.ଡି.ଏ.ର ବସ୍ତି ବାସିନ୍ଦାମାନେ ବନ୍ଧ ଉପରେ ଆଶ୍ରୟ ନେବା ଆରମ୍ଭ କରିଛନ୍ତି । ସି.ଡି.ଏ.ଠାରୁ ଖାନନଗର ପର୍ଯ୍ୟନ୍ତ ଥିବା ନଦୀ କୂଳରେ ୧୦ଟି ବସ୍ତିରେ ପ୍ରାୟ ୮,୦୦୦ ଲୋକ ରହୁଥିବା ବେଳେ ପାଣି ବଢି଼ଲେ ସେମାନଙ୍କ ଘର ବୁଡ଼ିବା ଆଶଙ୍କା ବଢ଼ିଛି ।

ମହାନଦୀର ଏହି କରାଳ ରୂପ ନଦୀକୂଳିଆ ଲୋକଙ୍କୁ ଭୟଭୀତ କରିଛି ।


‘‘ପାଣି ତ ଧୀରେ ଧୀରେ ବଢୁଛି । ଏବେ କହୁଛନ୍ତି ଆହୁରି ବଢି଼ବ । ଏତିକି ପାଣିରେ ତ ଆମ ବସ୍ତିର କିଛି ଘର ଭିତରକୁ ପାଣି ଚାଲି ଆସିଛି । ଅଧିକ ପାଣି ଆସିଲେ ପୂରା ବସ୍ତି ବୁଡ଼ିଯିବ । ସେଇଥି ପାଇଁ ଆମେ ଆଗୁଆ ବନ୍ଧ ଉପରକୁ ଚାଲି ଆସିଛୁ,’’ କହିଛନ୍ତି କାଠଯୋଡ଼ି ନଦୀ ବନ୍ଧ ଉପରେ ଅସ୍ଥାୟୀ ଘର ତିଆରି କରୁଥିବା ସି.ଡି.ଏ. ସେକ୍ଟର୍‌ ୧୦ ବସ୍ତିର ବସିନ୍ଦା ରଞ୍ଜନ ନାୟକ ।

ଏହା ବି ପଢ଼ନ୍ତୁ | ଗୁଜରାଟ: ୨୦୧୭ରେ ପ୍ରଥମ ଥର MLA ହେଲେ ଭୂପେନ୍ଦ୍ର ପଟେଲ; ମାତ୍ର ବର୍ଷ ପରେ CM ହୋଇଗଲେ

ଲଘୁଚାପ ଜନିତ ବର୍ଷା ଯୋଗୁଁ ଗତ ଦୁଇ ଦିନ ହେଲା ମହାନଦୀର ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଉପର ମୁଣ୍ଡରେ ହୋଇଥିବା ପ୍ରବଳ ବର୍ଷା ଓ ଉପନଦୀଗୁଡ଼ିକର କ୍ୟାଚମେଣ୍ଟ୍‌ ଏରିଆର ବର୍ଷା ପାଣି ମହାନଦୀର ଜଳ ସ୍ତରକୁ ବୃଦ୍ଧି କରିଛି । ହୀରାକୁଦ ଜଳ ଭଣ୍ଡାରର ଗେଟଗୁଡ଼ିକ ପର୍ଯ୍ୟାୟ କ୍ରମେ ଖୋଲିବା ଆରମ୍ଭ କରିଥିବାରୁ ସେହି ପାଣି ୩୬ ଘଣ୍ଟାର ରାସ୍ତା ଅତିକ୍ରମ କରି ମୁଣ୍ଡଳିରେ ପହଞ୍ଚିବ । କିନ୍ତୁ ସେତେବେଳକୁ ମହାନଦୀର ଜଳ ସ୍ତର ଅନେକ ପରିମାଣରେ କମିଥିବ । ତେଣୁ ହୀରାକୁଦ ପାଣିର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ମୁଣ୍ଡିଳି ବ୍ୟାରେଜ୍‌ କତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | UPରେ କୁସ୍ତି ଖେଳ ଚାଲିଥିବା ବେଳେ ଖେଳାଳିଙ୍କ ବେକ ଭାଙ୍ଗିଗଲା ମୃତ୍ୟୁ ହେଲା; VIDEO ଭାଇରାଲ୍

‘‘କଟକ ଜିଲ୍ଲା ପ୍ରତି ବନ୍ୟା ଆଶଙ୍କା ନାହିଁ । ଯେତିକି ପାଣି ମହାନଦୀରେ ଆସୁଛି ତାହା ଜିଲ୍ଲାର କୌଣସି ଅଞ୍ଚଳ ପ୍ରତି ବିପଦ ସୃଷ୍ଟି କରିବ ନାହିଁ । ଯେଉଁ ଲୋକେ ନଦୀ ଉପରକୁ ଉଠି ଆସିଛନ୍ତି ସେମାନଙ୍କ ପାଇଁ ସବୁ ବ୍ୟବସ୍ଥା କରିବା ପାଇଁ ସି.ଏମ୍‌.ସି.କୁ ନିର୍ଦ୍ଦେଶ ଦିଆଯାଇଛି,’’ କହିଛନ୍ତି କଟକ ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀ ।



ଲଘୁଚାପ ଦୁର୍ବଳ ହୋଇ ଯାଇଥିଲେ ମଧ୍ୟ କ୍ୟାଚମେଣ୍ଟ୍‌ ଏରିଆରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଓ ତା’ର ଶାଖା ନଦୀଗୁଡ଼ିକର ଜଳ ସ୍ତର ବୃଦ୍ଧି ପାଇଛି । କିନ୍ତୁ ମହାନଦୀ ଅବବାହିକାର ଅଧିକାଂଶ ସ୍ଥାନରେ ବିପଦ ସଙ୍କେତ ଠାରୁ ବହୁତ ତଳେ ନଦୀ ପ୍ରବାହିତ ହେଉଛି ।
Published by: Anand S.T. Das
First published: September 16, 2021, 2:43 AM IST