କୋଭିଡ ପରେ ରାଜ୍ୟରେ ଟ୍ରାକକୁ ଫେରିଛି ରିୟଲ ଇଷ୍ଟେଟ ବ୍ୟବସାୟ

କୋଭିଡ଼ ସମୟରେ ଲୋକମାନେ ଆଇସୋଲେସନରେ ରହିବା କାରଣରୁ ନିଜ ବା ନିଜ ପରିବାର ପାଇଁ ଘରର ଆବଶ୍ୟକତା କ’ଣ ତାହା ଅନୁଭବ କରିଥିଲେ । ଏବେ ସେହି ମାନସିକତା କାରଣରୁ ରାଜ୍ୟରେ ରିୟଲ ଇଷ୍ଟେ୍ଟ ବ୍ୟବସାୟ ଭଲ ସ୍ଥିତିରେ ରହିଛି । 

କୋଭିଡ ପରେ ରାଜ୍ୟରେ ଟ୍ରାକକୁ ଫେରିଛି ରିୟଲ ଇଷ୍ଟେଟ ବ୍ୟବସାୟ

କୋଭିଡ ପରେ ରାଜ୍ୟରେ ଟ୍ରାକକୁ ଫେରିଛି ରିୟଲ ଇଷ୍ଟେଟ ବ୍ୟବସାୟ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର : କୋଭିଡ ପ୍ରଭାବରେ ଶିଳ୍ପ ଜଗତ ପ୍ରଭାବିତ ହୋଇଥିଲା କିନ୍ତୁ ରିୟଲ ଇଷ୍ଟେଟ ବ୍ୟବସାୟ ସେତେଟା ପ୍ରଭାବିତ ହୋଇନାହିଁ । ଅର୍ଥାତ କୋଭିଡ ପରବର୍ତ୍ତୀ ସମୟରେ ରିୟଲ ଇଷ୍ଟେଟ ବ୍ୟବସାୟ ବଢୁଛି । ଏଭଳି ତଥ୍ୟ ଏବେ ସାମ୍ନାକୁ ଆସିଛି।



ମିଳିଥିବା ସୂଚନା ଅନୁସାରେ, କୋଭିଡ ପ୍ରଭାବ କାରଣରୁ ସାରା ବିଶ୍ୱରେ ଦେଖା ଦେଇଥିଲା ଆର୍ଥିକ ମାନ୍ଦାବସ୍ଥା। ଉଭୟ ଛୋଟ ଓ ବଡ଼ ଶିଳ୍ପ ଏଥିରେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ ।  ଯଦି ଭାରତ ଭଳି ରାଷ୍ଟ୍ର କଥା ବିଚାରକୁ ନିଆଯାଏ ତେବେ ଏଠାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ କ୍ଷୁଦ୍ର ଓ ମାଧ୍ୟମ ଶିଳ୍ପ ପ୍ରତିଷ୍ଠାନ। ସରକାରୀ ଉଦ୍ୟମ ସତ୍ତ୍ୱେ ସ୍ଥିତି ନିୟନ୍ତ୍ରଣକୁ ଆସିବା ବଦଳରେ ବିଗିଡି ଯାଇଥିଲା।

ଓଡ଼ିଶାରେ ମଧ୍ୟ କୋଭିଡ଼ ସମୟରେ ଦେଖିବାକୁ ମିଳିଥିଲା ଅନୁରୂପ ସ୍ଥିତି । ରାଜ୍ୟ ବାହାରୁ ଓଡ଼ିଶାକୁ ଫେରିଥିବା ହଜାର ହଜାର ଲୋକ କର୍ମସଂସ୍ଥାନ ହରାଇ ବସିଥିଲେ । ଏହାଛଡ଼ା ଛୋଟବଡ଼ ବ୍ୟବସାୟ କରି ଚଳୁଥିବା ପ୍ରାୟ ୫ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର, ମଧ୍ୟମ ଶିଳ୍ପୋଦ୍ୟୋଗୀ ନିଜର କର୍ମସଂସ୍ଥାନ ହରାଇ ବସିଥିଲେ । ମୋଟ ଉପରେ କୋଭିଡ଼ ସମୟରେ ପ୍ରଭାବିତ ହୋଇଥିଲା ରାଜ୍ୟର କ୍ଷୁଦ୍ରଶିଳ୍ପ ପରିସର । ଏହି ଧାରାରେ ପ୍ରଭାବିତ ହୋଇଥିଲା ରାଜ୍ୟର ରିୟଲ ଇଷ୍ଟେଟ୍ ବ୍ୟବସାୟ । ଆକଳନ ଅନୁସାରେ ଏହି ଶିଳ୍ପ ଉପରେ ନିର୍ଭର କରୁଥିବା ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୧୦ ଲକ୍ଷ ଲୋକ ବ୍ୟବସାୟ ହରାଇ ବସିଥିଲେ । କିନ୍ତୁ ଖୁସିର କଥା କୋଭିଡ଼ ସ୍ଥିତି ଧୀରେ ଧୀରେ ସାମାନ୍ୟ ହେବା ପରେ ରାଜ୍ୟରେ ରିୟଲ ଇଷ୍ଟେଟ୍ ବ୍ୟବସାୟ ପୁଣି ଥରେ ଟ୍ରାକକୁ ଫେରିଛି । ଅର୍ଥାତ୍ ଏହି ଶିଳ୍ପ ଉପରୁ ମୁହଁ ଫେରାଇ ନେଇଥିବା ଲୋକେ ଏବେ ଏହାକୁ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି ।

ଇଭୋସ୍ ରିୟଲ ଇଷ୍ଟକନ୍ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀର ମୁଖ୍ୟ ପରିଚାଳକ କଳିଙ୍ଗ କେଶରୀ ରଥଙ୍କ ସୂଚନା ଅନୁସାରେ, ୨୦୨୦ ମସିହାରେ ଯେତେବେଳେ କୋଭିଡ଼ର ପ୍ରଭାବ ଆରମ୍ଭ ହେଲା ସେତେବେଳେ ରିୟଲଇଷ୍ଟେଟ୍ ବ୍ୟବସାୟ ଧୀରେ ଧୀରେ ପ୍ରଭାବିତ ହେଲା । ସେହିବର୍ଷ ଅଗଷ୍ଟ ବେଳକୁ ସ୍ଥିତି ଅତ୍ୟନ୍ତ ଖରାପ ହେବାରେ ଲାଗିଲା । ସାରା ଦେଶରେ ବାରମ୍ବାର ଲକ୍ଡ଼ାଉନ୍ ଓ ସଟ୍ଡ଼ାଉନ୍ କାରଣରୁ ରିୟଲ ଇଷ୍ଟେଟ୍ ବ୍ୟବସାୟ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଗଲା । ୨୦୨୧  ଅକ୍ଟୋବର ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିଲା । ତେବେ ଚଳିତବର୍ଷ ମାର୍ଚ୍ଚରୁ ସ୍ଥିତି ସ୍ୱଭାବିକ ହେବାରେ ଲାଗିଛି । ରିୟଲ ଇଷ୍ଟେଟ୍ ବ୍ୟବସାୟ ଏବେ ପୂର୍ବସ୍ଥିତି ତୁଳନାରେ ଅଧିକ ବେଗରେ ଆଗକୁ ବଢି ଚାଲିଛି । ଏହାର କାରଣ ହେଲା କୋଭିଡ଼ । ଅର୍ଥାତ୍ କୋଭିଡ଼ ସମୟରେ ଲୋକମାନେ ଆଇସୋଲେସନରେ ରହିବା କାରଣରୁ ନିଜ ବା ନିଜ ପରିବାର ପାଇଁ ଘରର ଆବଶ୍ୟକତା କ’ଣ ତାହା ଅନୁଭବ କରିଥିଲେ । ଏବେ ସେହି ମାନସିକତା କାରଣରୁ ରାଜ୍ୟରେ ରିୟଲ ଇଷ୍ଟେ୍ଟ ବ୍ୟବସାୟ ଭଲ ସ୍ଥିତିରେ ରହିଛି । ଗତ ଦୁଇବର୍ଷ ଭିତରେ ରିୟଲ ଇଷ୍ଟେଟ୍ ବ୍ୟବସାୟରେ ଯେତିକି କ୍ଷତି ହୋଇଥିଲା ତାହା ଏବେ ପୁରଣ ହେବାରେ ଲାଗିଛି । ମୋଟ ଉପରେ ସଂଖ୍ୟାଧିକ ଲୋକ ଏବେ ରିୟଲ ଇଷ୍ଟେଟ୍ ବ୍ୟବସାୟରେ ଅଧିକ ଅର୍ଥ ଲଗାଇବାକୁ ଆଗ୍ରହୀ ହେଉଛନ୍ତି । ଅନୁରୂପ ମନ୍ତବ୍ୟ ରଖିଛନ୍ତି ଓମ୍ ଇଷ୍ଟକନ୍ ପ୍ରାଇଭେଟ ଲିମିଟେଡ଼ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ରଶ୍ମିରଞ୍ଜନ ବେହେରା । ତାଙ୍କ କହିବା ଅନୁସାରେ, କୋଭିଡ଼ କାରଣରୁ ଲୋକେ ନିଜ ପାଇଁ ଘରଟିଏ ଦରକାର ବୋଲି ଅନୁଭବ କରୁଛନ୍ତି । ସେହି କାରଣରୁ କେବଳ ଭୁବନେଶ୍ୱର କିମ୍ବା କଟକ ନୁହେଁ ସାରା ଦେଶରେ ରିୟଲ ଇଷ୍ଟେଟ୍ ବ୍ୟବସାୟର ସ୍ଥିତି ଭଲ ରହିଛି । ଅର୍ଥନିତିଜ୍ଞ ଚିତରଞ୍ଜନ ବେହେରାଙ୍କ ମତରେ ଲୋକଙ୍କ ମାନସିକତା କାରଣରୁ ରିୟଲ ଇଷ୍ଟେଟ୍ ବ୍ୟବସାୟ ବଢିଛି । ତେବେ ଆଗକୁ ଏହି ସ୍ଥିତି  ରହିପାରେ ବୋଲି ସେ ମତ ରଖିଛନ୍ତି ।
Published by:Soubhagya Mishra
First published: