Gold Price Today; କମିଲା ସୁନା ଦର; କିଣିବା ପୂର୍ବରୁ ଯାଞ୍ଚ କରନ୍ତୁ ଆଜିର ମୂଲ୍ୟ

ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୩,୭୮୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୯,୩୦୦ ଟଙ୍କା ରହିଛି।

ଆଜି ପୁଣି କମିଲା ସୁନା ଦର

ଆଜି ପୁଣି କମିଲା ସୁନା ଦର

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ଆଜି ଭାରତରେ ସୁନା ମୂଲ୍ୟରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି। ୨୪ ଓ ୨୨ କ୍ୟାରେଟ ସୁନାର ଦାମରେ ୨୨୦ ଟଙ୍କା ହ୍ରାସ ପାଇଛି। ସେହିପରି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୫୩,୬୩୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୯,୧୨୦ ଟଙ୍କା ରହିଛି।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ବିଭିନ୍ନ ମେଟ୍ରୋ ସହରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଚେନ୍ନାଇରେ ଆଜି ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୨,୨୮୫ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୭,୯୨୭ ଟଙ୍କା ଅଛି।

ଜାତୀୟ ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୩,୯୩୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୯,୪୫୦ ଟଙ୍କା ରହିଛି।

କୋଲକାତାରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୩,୭୮୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୯,୬୦୦ ଟଙ୍କା ରହିଛି। ଅନ୍ୟପକ୍ଷରେ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୩,୭୮୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୯,୩୦୦ ଟଙ୍କା ଅଛି।

ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୩,୭୮୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୯,୩୦୦ ଟଙ୍କା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୪ ଓ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୩୩୦ ଟଙ୍କା ହ୍ରାସ ପାଇଛି।

ଏକ ମିସ୍ କଲ ଦେଇ ସର୍ବଶେଷ ସୁନା ମୂଲ୍ୟ ଜାଣନ୍ତୁ

୨୨ ଏବଂ ୧୮ କ୍ୟାରେଟ ସୁନା ଅଳଙ୍କାରର ଖୁଚୁରା ହାର ଜାଣିବା ପାଇଁ ଆପଣ ୮୯୫୫୬୬୪୪୩୩ରେ ଏକ ମିସ୍ କଲ ଦେଇପାରିବେ। ଅଳ୍ପ ସମୟ ମଧ୍ୟରେ SMS ମାଧ୍ୟମରେ ଦର ବିଷୟରେ ଜାଣିପାରିବେ। ଏହା ସହିତ, ଆପଣ ବାରମ୍ବାର ଅଦ୍ୟତନ ବିଷୟରେ ସୂଚନା ପାଇଁ www.ibja.co କିମ୍ବା ibjarates.com ପରିଦର୍ଶନ କରିପାରିବେ।

ଏହିପରି ସୁନାର ଶୁଦ୍ଧତା ଜାଣନ୍ତୁ

ଯଦି ଆପଣ ବର୍ତ୍ତମାନ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସରକାର ଏକ ଆପ୍ ପ୍ରସ୍ତୁତ କରିଛନ୍ତି। ବିଏସ୍ କେୟାର ଆପ୍ ସହିତ ଗ୍ରାହକମାନେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ, ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ ନାହିଁ, ବରଂ ଏହା ସହିତ ଜଡିତ ଯେକୌଣସି ଅଭିଯୋଗ ମଧ୍ୟ କରିପାରିବେ।
Published by:Lipina Das
First published: